Posted inଫୁରସତ

ଆରାମରେ ବସିଥିଲା କୁକୁର, ପଛରୁ ଛପିଛପି ଆସିଲା ବାଘ, ଆଉ ତା’ ପରେ…

ଜଙ୍ଗଲ ନିକଟରେ ଘର କରି ରହୁଥିବା ଲୋକମାନେ ସବୁବେଳେ ଭୟଭୀତ ଅବସ୍ଥାରେ ଥାନ୍ତି। କିଛି ବଣୁଆ ଜନ୍ତୁ ସେମାନଙ୍କ ଘରେ ପ୍ରବେଶ କରିବାର ଭୟ ସେମାନଙ୍କୁ ସବୁବେଳେ ଘାରୁଥାଏ। ଅନେକ ଥର ଦେଖାଯାଇଛି ଯେ, ସିଂହ, ଚିତାବାଘ, ହରିଣ ଇତ୍ୟାଦି ଜୀବ ସେମାନଙ୍କ ଘରେ ପ୍ରବେଶ କରନ୍ତି। କେବଳ ମଣିଷ ନୁହନ୍ତି, ସେମାନଙ୍କର ଗୃହପାଳିତ ପଶୁ ମଧ୍ୟ ସେମାନଙ୍କ ଜୀବନ ପ୍ରତି ବିପଦର ସମ୍ମୁଖୀନ ହେଉଛନ୍ତି। ଏପରି ଏକ ଘଟଣା ଭାଇରାଲ ଭିଡିଓରେ ଦେଖାଯାଉଛି। ଏହି ଭିଡିଓରେ ଜଙ୍ଗଲ ନିକଟରେ ଏକ ଘର ଥିବା ଦେଖିବାକୁ ମିଳିଛି। ଏକ ଗୃହପାଳିତ କୁକୁର ଆରାମରେ ଘର ବାହାରେ ବସିଛି। ପରେ ଏକ ଚିତାବାଘ ଛପିଛପି ଆସି କୁକୁରକୁ ଏମିତି ଆକ୍ରମଣ କଲା ଯେ, ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ।

 

View this post on Instagram

 

A post shared by David (@simplythebest389)

@simplythebest389 ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଗୋଟିଏ କୁକୁର ଘର ବାହାରେ ବସିଛ। ହଠାତ୍‌ ସେଠାକୁ ଏକ ଚିତାବାଘ ଆସୁଛି। ଜଙ୍ଗଲ ନିକଟରେ ପ୍ରାୟତଃ ଭାରତୀୟ ଜଙ୍ଗଲ ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ଅନ୍ୟାନ୍ୟ ଘର ଅଛି। ଯେଉଁଠାରେ ସିଂହ ଏବଂ ଚିତାବାଘର ଉପସ୍ଥିତି ସାଧାରଣ କଥା। ବର୍ତ୍ତମାନ ମଣିଷମାନେ ସଜାଗ ରହିଛନ୍ତି, କିନ୍ତୁ ଏହି ଭିଡିଓକୁ ଦେଖିଲେ ଲାଗୁଛି କୁକୁରମାନେ ସବୁବେଳେ ସଜାଗ ରୁହନ୍ତି ନାହିଁ। କାରଣ କୁକୁରଟି ଚୁପ୍‌ ହୋଇ ଏକ ବେଞ୍ଚରେ ବସିଛି। ପଛରୁ ଚିତାବାଘଟି ଆସି ତା’ ବେକକୁ ଧରି ସିଧା ନେଇ ଜଙ୍ଗଲକୁ ପଳାଉଛି।

ଏହି ସମୟରେ ସେଠାରେ ମାଲିକ ପହଞ୍ଚିଯିବାରୁ ଚିତାବାଘ କୁକୁରକୁ ଛାଡ଼ି ସେଠାରୁ ପଳାଇ ଯାଇଥିଲା। କୁକୁର ମଧ୍ୟ ଶୀଘ୍ର ଅନ୍ୟ ଦିଗକୁ ପଳାଇଥାଏ। ଚିତାବାଘ ଆକ୍ରମଣରେ କୁକୁର ବେକରେ ଗଭୀର ଆଘାତ ଲାଗିଛି।

ଏହି ଭିଡିଓକୁ ୪.୬ ମିଲିୟନ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଶେଷରେ କୁକୁରଟି ଖସିଯିବାରେ ସଫଳ ହେଲା। ଅନ୍ୟ ଜଣେ କହିଛନ୍ତି, ଲୋକଟି କୁକୁର ପଛରେ ଦୌଡ଼ିଲା, ବୋଧହୁଏ ଚିତାବାଘ ତାଙ୍କୁ ଶିକାର କରିଥାଇପାରେ। ଆଉ ଜଣେ କହିଛନ୍ତି, କୁକୁରଟି ଏହାର ମାଲିକକୁ ସୁରକ୍ଷା ଦେଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri