Posted inଫୁରସତ

ବର୍ଷା ବିନ୍ଦୁ ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଦେଖନ୍ତୁ ମଜାଳିଆ ଭିଡିଓ

ବିଶ୍ୱରେ ପ୍ରତି ଜିନିଷ, ଜୀବଜନ୍ତୁକୁ ପ୍ରକୃତି ସୃଷ୍ଟି କରିଛି। ପ୍ରତି ମୁହୂର୍ତ୍ତରେ ପ୍ରକୃତି ନିଜର ରୂପ ରଙ୍ଗ ବି ବଦଳାଇଥାଏ। ମଣିଷ ଏହାକୁ ବୁଝିପାରେ ଏବଂ ଅନ୍ୟ ପାଖରେ ପ୍ରକାଶ କରିପାରେ। ମାତ୍ର ଜୀବଜନ୍ତୁଙ୍କ କଥା କେହି ବୁଝିପାରନ୍ତି ନାହିଁ। ବେଳେବେଳେ ପ୍ରକୃତିର ପରିବେଶ ଏମିତି ବଦଳିଯାଏ ଯେ, ପଶୁପକ୍ଷୀମାନେ ହଇରାଣରେ ପଡ଼ନ୍ତି। ଆମେ ବି ଜାଣି ପାରୁନା ଏହା ଖୁସି କି ଦୁଃଖ।

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଖୁବ୍‌ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଏକ କୁକୁର ଅଜବ କାର୍ଯ୍ୟ କରୁଥିବା ନଜର ଆସିଛି। ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବିବେ ବର୍ଷା ଦେଖି କୁକୁର ପାଗଳ ପ୍ରାୟ ହୋଇଯାଇଛି। ଭିଡିଓରେ ଦେଖିବେ ଗୋଟିଏ ଗଛ ତଳେ ଏକ କାର୍‌ ପାର୍କିଂ ହୋଇଛି। ଏହା ନିକଟରେ ଏକ କଳା ରଙ୍ଗର କୁକୁର ଠିଆ ହୋଇଛି। ବର୍ଷା ହେବାରୁ କୁକୁରଟି ଅଜବ ପ୍ରତିକ୍ରିୟା ଦେଉଛି।

କୁକୁର ଦୁଇଟି ଗୋଡ଼ ଟେକି ବର୍ଷା ବୁନ୍ଦା ଧରିବାକୁ ଚେଷ୍ଟା କରୁଛି। ଏହାକୁ ଧରିବା ପାଇଁ କୁକୁରଟି ଆଡ଼େସାଡ଼େ ଦୌଡୁଛି। ଏହା ଦେଖି କେହି ବି ବୁଝି ପାରୁନାହାନ୍ତି କୁକୁରଟି ପାଗଳ ହୋଇଯାଉଛି ନା ବର୍ଷା ବୁନ୍ଦାକୁ ଉପଭୋଗ କରୁଛି।
ଭିଡିଓଟିକୁ ସୋସିଆଲ ମିଡିଆରେ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। ୨୬ ଜାନୁୟାରୀରେ ଏହା ଶେୟାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୭୫୦୦ ଲୋକ ଦେଖି ସାରିଲେଣି। ୮୨୬ ଜଣ ଲାଇକ୍‌ କରିନ୍ତି। ୯୧ ଜଣ ରିଟୁଇଟ୍‌ କରିଛନ୍ତି। ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri