ରୋଗୀଙ୍କ କଷ୍ଟକୁ ଲାଘବ କରେ ଡାକ୍ତରଙ୍କ ମଧୁର ବ୍ୟବହାର

ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ଜାତୀୟ ଡକ୍ଟରସ ଦିବସ ମଙ୍ଗଳବାର ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ମଧ୍ୟ ଏହି ଦିବସ ପାଳିତ ହେଉଛି। ଭଞ୍ଜନଗର ରୋଟାରୀ କ୍ଲବ ମଧ୍ୟ ଆଜିର ଦିବସରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି। ସକାଳୁ ସାଇ ମନ୍ଦିରରେ ପ୍ରଥମେ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ସ୍ଥାନୀୟ ବ୍ଲଡ଼ ବ୍ୟାଙ୍କ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମେଗା ରକ୍ତଦାନ ଶିବିର ହୋଇଥିଲା। ଏଥିରେ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ବିବରଣୀ ପ୍ରଦାନ କରିବା ସହ ଆଜିର ଦିବସ ସମ୍ପର୍କରେ କହିଥିଲେ। ଡାକ୍ତରମାନେ ହେଉଛନ୍ତି ଜଣେ ଜଣେ ମହାନ ବ୍ୟକ୍ତି। ଡାକ୍ତରଙ୍କ ବ୍ୟବହାର ରୋଗୀଙ୍କ କଷ୍ଟକୁ ଲାଘବ କରିଥାଏ ବୋଲି ସୁବୁଦ୍ଧି କହିଥିଲେ। ମେଡିକାଲ ଅଧୀକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥୀ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ମଳିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅପରାହ୍ନରେ ଡାକ୍ତର ମାନକ ସମ୍ବର୍ଦ୍ଧନା ଉତ୍ସବ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା

ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri