କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କର ପ୍ରସବ କିପରି ହେବ ସେ ନେଇ ପରିବାର ଲୋକେ ଚିନ୍ତିତ ଥିଲେ। ଡାକ୍ତରୀ ଟିମ୍‌ କିନ୍ତୁ କର୍ତ୍ତବ୍ୟକୁ ଠିକ୍‌ଭାବେ ପାଳନ କରିଛନ୍ତି। ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଡା. ଅନୁପମା ମହାନା ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ମହିଳାଙ୍କ ପ୍ରସବ କରାଇଥିଲେ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ ପୋଡ଼ାଘାଟ ଗ୍ରାମର ଜଣେ ଗର୍ଭବତୀ ୫ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ମାଲକାନଗିରି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଏହା ଜାଣି ଚିନ୍ତାରେ ପଡ଼ିଥିଲେ। ତେବେ ଡାକ୍ତରମାନଙ୍କ କର୍ତ୍ତବ୍ୟ ନିଷ୍ଠା ଯୋଗୁ ସୁରକ୍ଷିତ ଭାବେ ପ୍ରସବ ହୋଇପାରିଛି। ଏବେ ଉଭୟ ମା’ ଏବଂ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ତେବେ ଶିଶୁଟିକୁ ମା’ଠାରୁ ଦୂରରେ ରଖାଯାଇଥିବା ବେଳେ କିଛିଦିନ ମା’ କ୍ଷୀର ବଦଳରେ ବୋତଲ କ୍ଷୀର ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଡାକ୍ତରଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri