ଡିଜେ ବାଜିବ, ଭାଇବ୍ରେଟର ଲାଗିବ ନାହିଁ

ପଟ୍ଟାମୁଣ୍ଡାଇ,୧୫ା୧୦(କଳ୍ପତରୁ ନାୟକ)ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତ୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ। ସମସ୍ତ ସ୍ଥାନରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପୂଜା ସମୟରେ ବଜାରକୁ ୪ ଚକିଆ ଓ ୨ ଚକିଆ ଗାଡ଼ି ଚଳାଚଳ ବନ୍ଦ କରାଯିବ। ସେହିପରି ଭସାଣୀ ଶୋଭାଯାତ୍ରା ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଡିଜେ ବାଜିବ ମାତ୍ର ଭାଇବେଟର ଲଗାଯିବ ନାହଁ। ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଭସାଣୀ ଦିନ ୧୧ ରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ ା ଏହି ସମୟ ସୀମା ମଧ୍ୟରେ ସମସ୍ତ ମେଢ ବିସର୍ଜନ ହେବ ବୋଲି ସ୍ଥିର ହୋଇଥିଲା। ଥାନା ଆଇଆଇସି ରଞ୍ଜିତ କୁମାର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ପୌରାଧ୍ୟକ୍ଷ ହେମନ୍ତ ସାହୁ, ବିଡିଓ ଶୁଭ୍ରାଂଶୁ ସାହୁ, ଜନସ୍ବାର୍ଥ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଅନ୍ୟ ପୋଲିସ୍‌ ଅଧିକାରୀ ,ମେଡିକାଲ ଅଫିସର ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ବିଜୟ କୁମାର ସାହୁ, ଗୋପୀନାଥ ତ୍ରିପାଠୀ, ଖବରଦାତା ଅକ୍ଷୟ ସାହୁ, ଅନିଲ ଚୌଧୁରୀ, ପ୍ରବୀର ନାୟକଙ୍କ ସମେତ ମେଢ କମିଟିର ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ପଟ୍ଟାମୁଣ୍ଡାଇ ବଜାରରେ ବଙ୍ଗାଳୀ ଦୁର୍ଗା, କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା ସମେତ ମହାବୀର, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ରାମ ଅଭିଷେକ, ମା’ ଶାରଳା, ନିତାଇ ଗାୈର, ହରଗାୈରୀ, ଲକ୍ଷ୍ମୀବରାହ, ମା’ ଗାୟତ୍ରୀ, ମା’ ସନ୍ତୋସୀ, ଦଶ ଅବତାର, ମା’ ଅନ୍ନପୂର୍ଣ୍ଣା, ହରିହର, ନୀଳମାଧବ, ସୂର୍ଯ୍ୟଦେବତା, ନୀଳକଣ୍ଠେଶ୍ୱର, କୃଷ୍ଣ ବଳରାମ, ହରପାର୍ବତୀ ପ୍ରଭୁତି ୨୪ଟି ମଣ୍ଡପରେ ମା’ ଦୁର୍ଗାଙ୍କ ସହିତ ଅନ୍ୟ ଦେବା ଦେବୀ ପୂଜା ପାଇବେ। ଅନ୍ୟ ପକ୍ଷରେ ପୂଜା ଉସତ୍ବକୁ ମଦମୁକ୍ତ କରିବ ସହିତ ବଜାର ଭିତରୁ ଗୋରୁ ହଟାଇବା, ଇକୋ ଟଏଲେଟ କାର୍ଯ୍ୟକ୍ଷମ କରିବା, ଫାଷ୍ଟ୍‌ ଏଡ୍‌ ସୁବିଧା ରଖିବା ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା। ସେହିପରି ଆଇନ ଶୃଙ୍ଖଳା ସହିତ ବିଭିନ୍ନ ଛକରେ ଅସ୍ଥାୟୀ ପୋଲିସ୍‌ କ୍ୟାମ୍ପ କରାଯିବା ସହିତ ପୋଲିସ ସମଗ୍ର ପୂଜା ଉତ୍ସବ ଉପରେ କଡା ନଜର ରଖିବାକୁ ନିବେଦନ କରାଯାଇଛି। ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବାକୁ ଆଲୋଚନା ହୋଇଥିଲା। ଶେଷରେ ସାଇବର ସଚେତନତା ଉପରେ ଆଇଆଇସି ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ। ଏସ୍‌ଡିପିଓ ପଣ୍ଡାଙ୍କ ନେତୃତ୍ୱରେ ପୌରାଧ୍ୟକ୍ଷ ସାହୁ, ବିଡିଓ ଶୁଭ୍ରାଂଶୁ ସାହୁ, ଜନସ୍ବାର୍ଥବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଅନ୍ୟ ପୋଲିସ୍‌ ଅଧିକାରୀ ସମେତ ମେଢ କମିଟିର କର୍ମକର୍ତ୍ତା ସାଇବର ସଚେତନତା ନିମନ୍ତେ ବଜାର ପରିକ୍ରମା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?