ବିମାନ ଶୋଭାଯାତ୍ରାରେ ଡିଜେ ବନ୍ଦ

ଡେରାବିଶ,୧୫ା୩(ସ୍ବ.ପ୍ର.):ପ୍ରସିଦ୍ଧ ଓଳକଣା ମେଳଣ ଗୁରୁବାର ଅନୁଷ୍ଠିତ ହେବ। ହେଲେ ଏ ବର୍ଷ ବିମାନ ଶୋଭାଯାତ୍ରାରେ ଡିଜେ ବାଜିବ ନାହିଁ। ଲକ୍ଷାଧିକ ଜନସମାଗମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ମେଳଣ ପଡ଼ିଆରେ ହୋଇଯାଇଛି। ମେଳଣ ପଡ଼ିଆଟି ଉଭୟ କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ ହୋଇଥିବାରୁ ଉଭୟ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବୈଠକରେ ଓଳାଶୁଣି ଗୁମ୍ଫା ମହନ୍ତ ଡ. ନାମାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ, ମାହାଙ୍ଗ ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଡେରାବିଶ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁ, ଠାକୁରବାଡ଼ି ସେବକ ପ୍ରତିନିଧି ମକର ଚନ୍ଦ୍ର ପ୍ରଧାନ, ବିଜୟ କୁମାର ମଲ୍ଲିକ, ଅଧିକାରୀ ସୁଧାକର ଦାସ, ପ୍ରବୋଧ ପ୍ରଧାନ, ରତିକାନ୍ତ ସାମଲ, କ୍ଷୀରୋଦ ଚନ୍ଦ୍ର ବିହାରୀ, ରମାକାନ୍ତ ଦାସ, ଦୁର୍ଯ୍ୟୋଧନ ମଲ୍ଲିକ, ରାଜେନ୍ଦ୍ର କୁମାର ସାହୁ, ବଟକୃଷ୍ଣ ସାମଲଙ୍କ ସମେତ ବହୁ ଠାକୁରବାଡ଼ି ସେବକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ। ମେଳଣକୁ ଆସୁଥିବା ବିମାନ ସମ୍ମୁଖ ଶୋଭାଯାତ୍ରାରେ ଉଚ୍ଚ ଶକ୍ତି ସମ୍ପନ୍ନ ଡାକବାଜି (ଡିଜେ) ବ୍ୟବହାରକୁ ବନ୍ଦ ରଖିବାକୁ ପ୍ରଶାସନିକ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ବିମାନ ସମ୍ମୁଖରେ ପାରମ୍ପରିକ ବାଦ୍ୟ ସହ ଘଣ୍ଟ, ସଂକୀର୍ତ୍ତନ, ଶୋଭାଯାତ୍ରାରେ ରହିପାରିବ। ନିର୍ଦ୍ଧାରିତ ସମୟରେ ସମସ୍ତ ବିମାନ କିପରି ମେଳଣ ପଡ଼ିଆରେ ପହଞ୍ଚତ୍ବେ ସେଥିପାଇଁ ଉପସ୍ଥିତ ଠାକୁରବାଡ଼ି ସେବକ ପ୍ରତିନିଧି ପ୍ରସ୍ତାବମାନ ରଖିଥିଲେ।
ଓଳକଣା ମେଳଣ ପଡ଼ିଆ ଆଳି ରାଜାଙ୍କ ଦୁଇଟି ବିମାନ ଯଥା, ଗୋଟିଏ ରାଜନଗରରୁ ଅନ୍ୟଟି ଡେରାବିଶ ଆରାଧ୍ୟ ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରୁ ଆସିଥାଏ। ଯେଉଁଥିରେ ମା’ ଲକ୍ଷ୍ମୀଙ୍କ ବିଜେ ପ୍ରତିମା ଥାଆନ୍ତି। ମାଟି ନିର୍ମିତ କନକ ବେଦିରେ ଉଭୟ ବିମାନ ଉପବେଶନ କରିଥାନ୍ତି। ମେଳଣ ପଡ଼ିଆକୁ ପ୍ରବେଶ ପାଇଁ ୪ଟି ଦ୍ୱାର ରହିଛି। ପ୍ରଥମେ ଆଳି ରାଜାଙ୍କ ବିମାନ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ପରେ ଅନ୍ୟ ୩ ଦ୍ୱାର ଦେଇ କ୍ରମାନ୍ବୟରେ ବିମାନଗୁଡ଼ିକ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥାନ୍ତି। ଶେଷରେ ମାହାଙ୍ଗା ବ୍ଲକରୁ ଭଦ୍ରେଶ୍ୱରଙ୍କ ବିମାନରେ ଶିବଶକ୍ତି ପଡ଼ିଆ ମଧ୍ୟରେ ପହଞ୍ଚତ୍ଥାନ୍ତି। ୧୦୮ ଘଣ୍ଟ ପଟୁଆର ମଧ୍ୟରେ ପଡ଼ିଆ ନିକଟସ୍ଥ ଅରାଖଣ୍ଡଠାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିରକୁ ଆଳତି ଯାଇଥାଏ। ଏଠାକାର ମେଳଣରେ ଭୋଗ ପରମ୍ପରା ସମ୍ପୂର୍ଣ୍ଣ ନିଆରା। ମେଳଣ ପଡ଼ିଆକୁ ଆସୁଥିବା ସମସ୍ତ ବିମାନ ସମ୍ମୁଖରେ ପଡ଼ିଥିବା ଚାଦରରେ ମାନସିକଧାରୀ ଶ୍ରଦ୍ଧାଳୁ ଭୋଗ ଲଗାଇ ଥାଆନ୍ତି। କୌଣସି ବିମାନକୁ ବିଦାକି ଦେବାର ବ୍ୟବସ୍ଥା ନାହିଁ। ହେଲେ ଆସନ୍ତାବର୍ଷ ମେଳଣ ପାଇଁ ଆଳି ରାଜାଙ୍କ ବିମାନ ପକ୍ଷରୁ ପ୍ରତ୍ୟେକ ବିମାନକୁ ଫୁଲ ଓ ଅବିର ଦିଆଯାଇ ବରଣି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri