ଅବ୍ୟବସ୍ଥାରେ ଚାଲିଛି ଜିଲା ମୁଖ୍ୟ ଚିକିତ୍ସାଳୟ

ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ
ପାରଳାଖେମୁଣ୍ଡି,୧୮।୪(ଡି.ଏନ୍‌.ଏ.) ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଦୁରବସ୍ଥାରେ ଚାଲିଛି । ଡାକ୍ତର ଅଭାବ ଆଗରୁ ଚାଲିଆସିଛି ହେଲେ ଏବେ ଆନେସ୍ତେସିଆ ଡାକ୍ତର ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ସାମାନ୍ୟ ଚିକିତ୍ସା ପାଇଁ ରୋଗୀ ଘରୋଇ ଚିକିତ୍ସାଳୟର ଦଲାଲଙ୍କ ଶିକାର ହେବାସହ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡର ଦୁରୁପଯୋଗ ହେଉଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ରାୟଗଡ଼ା ଜିଲାର ଗୁଣପୁର ସବ୍‌ ଡିଭିଜନ ଓ ଆନ୍ଧ୍ରର ଲୋକେ। ପୂର୍ବରୁ ଡାକ୍ତର ଅଭାବ ଏକ ମୁଖ୍ୟ ସମସ୍ୟା ହୋଇ ରହିଛି। ମୁଖ୍ୟ ଚିକିତ୍ସାଳୟରେ ମୋଟ ୬୧ ଡାକ୍ତର ପଦବୀ ରହିଥିବେଳେ ବର୍ତ୍ତମାନ ମାତ୍ର ୧୬ଜଣ ଡାକ୍ତର ଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ରୋଗୀ ବା ଗର୍ଭବତୀ ଚିକିତ୍ସା ପାଇଁ ଚିକିତ୍ସାଳୟ ଆସୁଛନ୍ତି । କିନ୍ତୁ ଚିକିତ୍ସା ନ ପାଇ ବାହାରକୁ ରେଫର ହେଉଛନ୍ତି। ସେପଟେ ରୋଗୀ ପ୍ରାଣ ବିକଳରେ ଦଲାଲଙ୍କ ହାତରେ ପଡ଼ି ଖର୍ଚ୍ଚାନ୍ତ ହେଉଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ବିଏସ୍‌କେୱାଇ କାର୍ଡଧାରୀ ରୋଗୀଙ୍କଠାରୁ ଆନ୍ଧ୍ରର ଘରୋଇ ହସ୍ପିଟାଲର ଦଲାଲମାନେ ମିଛ କହି ଛୋଟରୁ ଛୋଟ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି।
ଦୀର୍ଘ ୬ ମାସରୁ ଅଧିକ ସମୟ ହେଲାଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଆନେସ୍ତେସିଆ ଡାକ୍ତରଙ୍କ ଅଭାବ ରହିଛି। ପ୍ରତିଦିନ ଲୋକେ ସାମାନ୍ୟ ଚିକିତ୍ସା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି ସ୍ଥାୟୀ ଡାକ୍ତର ନିଯୁକ୍ତି ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri