ସମସ୍ୟା ଦେଇ ଗତିକରୁଛି ଜିଲା ମୁଖ୍ୟ ଚିକିତ୍ସାଳୟ

ପାରଳାଖେମୁଣ୍ଡି,୨୮ା୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ସ୍ଥାଣୁ ପାଲଟିଛି। ରୋଗୀଙ୍କୁ ଠିକ୍‌ ଭାବେ ସେବା ମିଳୁନି କି ନିରାମୟ କେନ୍ଦ୍ରରେ ଔଷଧ ମିଳୁନି। ଖାଲି ସେତିକି ନୁହେଁ, ଡାକ୍ତରମାନଙ୍କ ଘୋର ଅଭାବ ରହିଛି। ରକ୍ତ ପରୀକ୍ଷାଗାର ଠାରୁ ଆରମ୍ଭ କରି ରୋଗୀ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ମୁଖ୍ୟ ଚିକିତ୍ସାଳୟ ଉପରେ ସମଗ୍ର ଜିଲାବାସୀଙ୍କ ସହ ପଡୋଶୀ ଜିଲା ରାୟଗଡାର ଗୁଣୁପୁର ଉପଖଣ୍ଡବାସୀ, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ବହୁ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏକଦା ଏହି ଚିକିତ୍ସାଳୟ ବହୁ ସୁନାମ ଅର୍ଜନ କରିଥିବା ବେଳେ ଗତ କିଛି ବର୍ଷ ହେଲା ଶ୍ରୀହୀନ ହୋଇପଡିଛି। ପରିଚାଳନାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ପ୍ରଶାସନର ତାଗିଦ ସତ୍ତ୍ବେ ସୁଧୁରିବାର ନାମ ଗନ୍ଧ ଧରୁନାହିଁ। ଖୋଦ ଜିଲାପାଳ ଅଚାନକ ଗସ୍ତ କରି ସମସ୍ୟା ଉପଲବ୍‌ଧି କରି ସମସ୍ୟାର ସମାଧାନ ପାଇଁ ତାଗିଦ କଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ବେଖାତିର କରିଚାଲିଛନ୍ତି। ନାନାଦି ସମସ୍ୟା ଘେରରେ ଗତି କରୁଥିବା ବିଷୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ହେଲେ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହିଁ। ମୁଖ୍ୟତଃ ସ୍ଥାୟୀ ଆନେସ୍ତେସିଆ ଡାକ୍ତର ନଥିବାରୁ ବିଶେଷ କରି ପ୍ରସୂତୀ ମହିଳାମାନଙ୍କୁ ମେଡିକାଲ ତରଫରୁ ବାହାର ଜିଲା କିମ୍ବା ଅନ୍ୟ ରାଜ୍ୟକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଉଛି। ଯାହାଦ୍ୱାରା ରୋଗୀ ବହୁ ଖର୍ଚ୍ଚାନ୍ତ ହେବା ସହ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୬ ମାସ ହେଲା ଏହି ସମସ୍ୟା ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ପାନୀୟ ଜଳଠାରୁ ଆରମ୍ଭ କରି ରୋଗୀଙ୍କ ବେଡ ସମସ୍ୟା ଲାଗି ରହିଛି। ରକ୍ତ, ମଳମୁତ୍ର ଆଦି ପରୀକ୍ଷାଗାରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ରିପୋର୍ଟ ଦେବାରେ ବହୁ ବିଳମ୍ବ ଘଟୁଥିବାର ଅଭିଯୋଗ ହୋଇଛି। ରିପୋର୍ଟ କିମ୍ବା ନମୁନା ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି। ପରୀକ୍ଷାଗାର ପରିସରରେ ଅପେକ୍ଷାରତ ରୋଗୀମାନଙ୍କ ପାଇଁ ଫ୍ୟାନ୍‌ ବ୍ୟବସ୍ଥା ନାହିଁ। ବେଳେ ବେଳେ ମେଡିସିନ ବିଭାଗ ବନ୍ଦ ରହୁଥିବାରୁ ଅସ୍ତିଶଲ୍ୟ ବିଭାଗର ଡାକ୍ତର ଚିକିତ୍ସା କରୁଥିବାର ଦେଖିବାକୁ ମିଳୁଛି । ଶୀତତାପ ଯନ୍ତ୍ର କାର୍ଯ୍ୟକାରୀ ହେଉନାହିଁ । ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ ଜଣାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସେହି ଏସିଗୁଡିକ କାର୍ଯ୍ୟକାରୀ ହୋଇନାହିଁ । ସମସ୍ୟା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆନେସ୍ତେସିଆ ଡାକ୍ତରଙ୍କ ନିଯୁକ୍ତି ଲାଗି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ସେହିପରି ଆବଶ୍ୟକ ଡାକ୍ତରଙ୍କୁ ନିଯୁକ୍ତି ଲାଗି ମଧ୍ୟ ଲେଖାଯାଇଛି। ଖରାପ ହୋଇଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସଜାଡିବା ପାଇଁ ଜିଡି ବିଭାଗକୁ ଚିଠିଲେଖି ଜଣିଇଛୁ, ସେମାନେ
ଆସିଲେ ମରାମତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?