ସନ୍ଧାନ ପାଉନି ଶୃଙ୍ଖଳା କମିଟି

ଅନୁଗୋଳ ଅଫିସ, ୧୯।୪:  ଅନୁଗୋଳରେ ଆରମ୍ଭ ହୋଇଛି ନାଇଟ୍‌ କର୍ଫ୍ୟୁ। ସହରର ବିଭିନ୍ନ ଛକ ଜଗିଛି ପୋଲିସ। ରାତି ୯ଟାରୁ ଭୋର ୫ଟା ମଧ୍ୟରେ ଯାଉଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ହେଲେ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ କଟକଣାରୁ ବାହାରେ ଥିବାରୁ ତାହାକୁ ବିନା ତନଖିରେ ଛାଡ଼ି ଦିଆଯାଉଛି। ଆଉ ଏଥିରୁ ଫାଇଦା ଉଠାଉଛନ୍ତି ଲଘୁ ଖଣିଜ ଚୋରା ଚାଲାଣକାରୀ। ସେମାନେ ବିଳମ୍ବିତ ରାତିରେ ମାଟି, ମୋରମ, ବାଲି, ଚିପ୍ସ ଆଦି ଲଘୁ ଖଣିଜ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଛନ୍ତି। ଏସକର୍ଟ ମଧ୍ୟରେ ଟିପ୍ପର, ହାଇଓ୍ବା ଯୋଗେ ଏସବୁ ନିଆଯାଉଥିବା ବେଳେ ପୋଲିସ ଓ ଯୁଗ୍ମ ଶୃଙ୍ଖଳା କମିଟି ଏହାର ସନ୍ଧାନ ପାଉ ନ ଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ଓ ଉପଖଣ୍ଡରେ ଲଘୁ ଖଣିଜ ଚୋରା କାରବାର ରୋକିବାକୁ ଯୁଗ୍ମ ଶୃଙ୍ଖଳା କମିଟି ଗଢ଼ା ହୋଇଥିଲା। ଏହି କମିଟିରେ ଜଣେ ଡେପୁଟି କଲେକ୍ଟରଙ୍କ ସହ ଆସିଷ୍ଟାଣ୍ଟ କଲେକ୍ଟର, ଆଡିଶନାଲ ତହସିଲଦାର ଓ ପୋଲିସ ଅଧିକାରୀମାନେ ସଦସ୍ୟ ଅଛନ୍ତି। ଅନ୍ୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଚଢ଼ାଉରେ ଯାଉଥିଲେ। କିଛି ମାସ ତଳେ ବଅଁରପାଳ ଅଞ୍ଚଳରେ ମାଟି ଚୋରା ଚାଲାଣ କରୁଥିବା ଗାଡ଼ିଗୁଡ଼ିକୁ ଏହି ବହୁମୁଖୀ ଶୃଙ୍ଖଳା କମିଟି ଧରିଥିଲା। ଏହାକୁ ନେଇ ବିଚଳିତ ହୋଇପଡ଼ିଥିବା ଚୋରା ଚାଲାଣକାରୀମାନେ ସଘଂବଦ୍ଧ ହୋଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। କମିଟି ସଦସ୍ୟଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହାପରଠାରୁ ଉକ୍ତ କମିଟି ଏକ ରକମ ଅଚଳ ହୋଇପଡ଼ିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କୋଭିଡ୍‌ ପାଇଁ ଶନିବାରଠାରୁ ଅନୁଗୋଳ ଜିଲାର ବିଭିନ୍ନ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉ ହେଉ ରାତିରେ ବଅଁରପାଳ, ଅନୁଗୋଳ, ଛେଣ୍ଡିପଦା ଅଞ୍ଚଳରୁ ମାଳ ମାଳ ଟିପର୍‌ ଓ ହାଇୱାରେ ଚୋରା ଲଘୁ ଖଣିଜ ଚାଲାଣ ଜୋର୍‌ ଧରିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କୋଭିଡ୍‌ କଟକଣା ଯାଞ୍ଚ କରିବାରେ ବ୍ୟସ୍ତ ରହିବାର ସୁଯୋଗ ନେଇ ମାଲ ପରିବହନ ଆଳରେ ମାଫିଆମାନେ ସେମାନଙ୍କ କାର୍ଯ୍ୟକଳାପ ଜୋରଦାର କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଅନୁଗୋଳ ସହର ଗାନ୍ଧୀମାର୍ଗର ଏକ ଗଳିକୁ ୫ରୁ ୭ଟି ଟିପ୍ପର୍‌ ଚୋରା ଲଘୁ ଖଣିଜ ଆଣିଥିବା ଆଲୋଚନା ହେଉଛି। ଏହି ଗାଡ଼ି ଗୁଡ଼ିକ ପଛରେ ଏକ ବୋଲେରୋ ଏସ୍‌କର୍ଟରେ ଯାଇଥିବା କୁହାଯାଉଛି। ଉପଖଣ୍ଡ ଯୁଗ୍ମ ଶୃଙ୍ଖଳା କମିଟିରେ ଥିବା କେତେଜଣ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ଏବଂ ଅନ୍ୟମାନେ କୋଭିଡ୍‌ ଦାୟିତ୍ୱରେ ଥିବାରୁ ଚୋରା ଚାଲାଣ ରୋକିବା ଦିଗରେ ଧ୍ୟାନ ଦିଆଯାଉ ନ ଥିବା ସହରବାସୀ କହିଛନ୍ତି।

ଚଢ଼ାଉ କରାଯାଇ ଧରାଯିବ
ଯୁଗ୍ମ ଶୃଙ୍ଖଳା ଟିମ୍‌ ତା’ର କାର୍ଯ୍ୟ କରୁଛି। ଏବେ କୋଭିଡ୍‌ ସମୟ ଥିବାରୁ ଅଧିକାରୀମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଚୋରା ଚାଲାଣ ହେଉଥିଲେ, ଚଢ଼ାଉ କରାଯାଇ ମାଫିଆମାନଙ୍କୁ ସାବାଡ଼ କରାଯିବ। ବିଳମ୍ବିତ ରାତିରେ ପ୍ରଶାସନିକ ଅଧିକାରୀଙ୍କ ସହ ପୋଲିସ ଘଟଣାସ୍ଥଳକୁ ଯିବ।
-ବାସୁଦେବ ଶତପଥୀ
ଉପଜିଲାପାଳ, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦରକାର
ଜିଲାରେ ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣ ନେଇ ପୋଲିସ ଓ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ସୁଯୋଗ ନେଇ ମାଫିଆମାନେ ଜିଲାର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ଚଳୁ କରିବାରେ ଲାଗିଛନ୍ତି। ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।
-ରଶ୍ମି ରଞ୍ଜନ ସାହୁ, ଅନୁଗୋଳ

ଅସାମାଜିକଙ୍କୁ ସୁଯୋଗ ମିଳିଯାଉଛି
ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବାକୁ ସ୍ବାଗତ କରାଯାଇଛି। କିନ୍ତୁ ଏହି ସମୟରେ ପୋଲିସ ବ୍ୟସ୍ତ ରହୁଥିବାରୁ ଓ ପାଟ୍ରୋଲିଂ କରୁ ନ ଥିବାରୁ ଅସାମାଜିକଙ୍କ ପାଇଁ ଏହା ସୁଯୋଗ ଆଣିଦେଇଛି। ଏଥିପ୍ରତି ପୋଲିସ ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଚୋରା କାରବାର ସହ ଅନ୍ୟ ଆପରାଧିକ କାର୍ଯ୍ୟକଳାପ ବଢ଼ିଯିବ।
-ମାଗିଲାଲ ସାମଲ, ନାଲ୍‌କୋନଗର

ପ୍ରଶାସନର ଅନାଗ୍ରହ ବୁଝାପଡ଼ୁନି
ଗତବର୍ଷ ଚୋରା ଚାଲାଣକାରୀଙ୍କ ଉପରେ ଘନ ଘନ ଚଢ଼ାଉ କରାଯାଉଥିଲା। କିନ୍ତୁ ଚଳିତବର୍ଷ ପ୍ରଶାସନ ଚୁପ୍‌ ବସିଥିବାରୁ ମାଫିଆମାନେ ଚୋରାରେ ମାଟି, ମୋରମ, ବାଲି ଓ ଚିପ୍ସ ଆଦି ଲୁଟିବାରେ ଲାଗିଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଓ ପ୍ରଶାସନ କାହିଁକି ଆଗ୍ରହ ଦେଖାଉ ନାହିଁ ତାହା ବୁଝାପଡ଼ୁନି।
-ନିଶିକାନ୍ତ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

୧୧ ଦିନ ପରେ ନାଲ୍‌କୋ ବିଶ୍ୱକର୍ମା ପୂଜା: ଝଲସିବ ଆଲୁମିନିୟମ ନଗରୀ

ବଅଁରପାଳ, ୬।୯ (ଡି.ଏନ୍‌.ଏ) – ନାଲ୍‌କୋ ପ୍ରସିଦ୍ଧ ଗଣପର୍ବ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସନ୍ତା ୧୭ ତାରିଖ ଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ...

ସମ୍ବଲପୁର ଏମ୍‌ପିଙ୍କ ଛେଣ୍ଡିପଦା ଅଞ୍ଚଳ ଗସ୍ତ

ଛେଣ୍ଡିପଦା,୧୮।୮(ସ୍ବ.ପ୍ର)-ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀକୁ ରବିବାର ସମ୍ବଲପୁର ଏମପି ନିତେଶ ଗଙ୍ଗଦେବ ଗସ୍ତ କରିଛନ୍ତି। ପ୍ରଥମେ ସେ ଛେଣ୍ଡିପଦା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଦଳୀୟ...

ରାଜ୍ୟ ବାହାରୁ ଆସିବେ କଳାକାର

ଅନୁଗୋଳ ଅଫିସ,୧୭ା୩: କରୋନା ମହାମାରୀ ସଂକ୍ରମଣ କାରଣରୁ ଗତ ୨ବର୍ଷ ହେଲା ଅନୁଗୋଳ ଜିଲା ମହୋତ୍ସବ ଆୟୋଜନ ହୋଇପାରି ନ ଥିଲା। ହେଲେ ଚଳିତବର୍ଷ ଏହା ଧୁମ୍‌ଧାମରେ...

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ଅନୁଗୋଳ ଗସ୍ତ: ଶିଶୁ ସଦନ, ବାଳିକା ବିଦ୍ୟାଳୟ ସ୍ଥିତି ପରଖିଲେ

ଅନୁଗୋଳ ଅଫିସ, ୧୮।୧୨-ଅନୁଗୋଳ ଜିଲାରେ ଚାଲୁଥିବା ଶିଶୁ ଯତ୍ନ ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ବିଦ୍ୟାଳୟ ଗୁଡ଼ିକରେ ରହୁଥିବା ଶିଶୁମାନଙ୍କ...

ସାପକାମୁଡ଼ାରେ ପୁଅ ମୃତ, ବାପା ଗୁରୁତର

ଅନୁଗୋଳ ଅଫିସ,୮।୮: ଅନୁଗୋଳ ଜିଲା ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମରେ ଘରେ ଶୋଇଥିବା ସମୟରେ ବାପ ଓ ପୁଅଙ୍କୁ ସାପ କାମୁଡ଼ି ଦେବାରୁ ପୁଅ ଟୁକୁ...

ଜୀବନ୍ତ ହେବ ଆଦିବାସୀ ସଂସ୍କୃତି

(ଉପେନ୍ଦ୍ର ରାଉତ) ବଅଁରପାଳ,୪।୬ ନାଲ୍‌କୋ କଲୋନୀର ପରିବେଶ ହେବ ଆହୁରି ଶାନ୍ତ, ଆହୁରି ସୁନ୍ଦର। ସେଥିପାଇଁ ଏକାଧିକ ପାର୍କ ଥିଲେ ବି କର୍ତ୍ତୃପକ୍ଷ କଲୋନୀ ମଧ୍ୟରେ...

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି  ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି...

ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି...

Advertisement
Archives

Model This Week