ସନ୍ଧାନ ପାଉନି ଶୃଙ୍ଖଳା କମିଟି

ଅନୁଗୋଳ ଅଫିସ, ୧୯।୪:  ଅନୁଗୋଳରେ ଆରମ୍ଭ ହୋଇଛି ନାଇଟ୍‌ କର୍ଫ୍ୟୁ। ସହରର ବିଭିନ୍ନ ଛକ ଜଗିଛି ପୋଲିସ। ରାତି ୯ଟାରୁ ଭୋର ୫ଟା ମଧ୍ୟରେ ଯାଉଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ହେଲେ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ କଟକଣାରୁ ବାହାରେ ଥିବାରୁ ତାହାକୁ ବିନା ତନଖିରେ ଛାଡ଼ି ଦିଆଯାଉଛି। ଆଉ ଏଥିରୁ ଫାଇଦା ଉଠାଉଛନ୍ତି ଲଘୁ ଖଣିଜ ଚୋରା ଚାଲାଣକାରୀ। ସେମାନେ ବିଳମ୍ବିତ ରାତିରେ ମାଟି, ମୋରମ, ବାଲି, ଚିପ୍ସ ଆଦି ଲଘୁ ଖଣିଜ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଛନ୍ତି। ଏସକର୍ଟ ମଧ୍ୟରେ ଟିପ୍ପର, ହାଇଓ୍ବା ଯୋଗେ ଏସବୁ ନିଆଯାଉଥିବା ବେଳେ ପୋଲିସ ଓ ଯୁଗ୍ମ ଶୃଙ୍ଖଳା କମିଟି ଏହାର ସନ୍ଧାନ ପାଉ ନ ଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ଓ ଉପଖଣ୍ଡରେ ଲଘୁ ଖଣିଜ ଚୋରା କାରବାର ରୋକିବାକୁ ଯୁଗ୍ମ ଶୃଙ୍ଖଳା କମିଟି ଗଢ଼ା ହୋଇଥିଲା। ଏହି କମିଟିରେ ଜଣେ ଡେପୁଟି କଲେକ୍ଟରଙ୍କ ସହ ଆସିଷ୍ଟାଣ୍ଟ କଲେକ୍ଟର, ଆଡିଶନାଲ ତହସିଲଦାର ଓ ପୋଲିସ ଅଧିକାରୀମାନେ ସଦସ୍ୟ ଅଛନ୍ତି। ଅନ୍ୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଚଢ଼ାଉରେ ଯାଉଥିଲେ। କିଛି ମାସ ତଳେ ବଅଁରପାଳ ଅଞ୍ଚଳରେ ମାଟି ଚୋରା ଚାଲାଣ କରୁଥିବା ଗାଡ଼ିଗୁଡ଼ିକୁ ଏହି ବହୁମୁଖୀ ଶୃଙ୍ଖଳା କମିଟି ଧରିଥିଲା। ଏହାକୁ ନେଇ ବିଚଳିତ ହୋଇପଡ଼ିଥିବା ଚୋରା ଚାଲାଣକାରୀମାନେ ସଘଂବଦ୍ଧ ହୋଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। କମିଟି ସଦସ୍ୟଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହାପରଠାରୁ ଉକ୍ତ କମିଟି ଏକ ରକମ ଅଚଳ ହୋଇପଡ଼ିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କୋଭିଡ୍‌ ପାଇଁ ଶନିବାରଠାରୁ ଅନୁଗୋଳ ଜିଲାର ବିଭିନ୍ନ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉ ହେଉ ରାତିରେ ବଅଁରପାଳ, ଅନୁଗୋଳ, ଛେଣ୍ଡିପଦା ଅଞ୍ଚଳରୁ ମାଳ ମାଳ ଟିପର୍‌ ଓ ହାଇୱାରେ ଚୋରା ଲଘୁ ଖଣିଜ ଚାଲାଣ ଜୋର୍‌ ଧରିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କୋଭିଡ୍‌ କଟକଣା ଯାଞ୍ଚ କରିବାରେ ବ୍ୟସ୍ତ ରହିବାର ସୁଯୋଗ ନେଇ ମାଲ ପରିବହନ ଆଳରେ ମାଫିଆମାନେ ସେମାନଙ୍କ କାର୍ଯ୍ୟକଳାପ ଜୋରଦାର କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଅନୁଗୋଳ ସହର ଗାନ୍ଧୀମାର୍ଗର ଏକ ଗଳିକୁ ୫ରୁ ୭ଟି ଟିପ୍ପର୍‌ ଚୋରା ଲଘୁ ଖଣିଜ ଆଣିଥିବା ଆଲୋଚନା ହେଉଛି। ଏହି ଗାଡ଼ି ଗୁଡ଼ିକ ପଛରେ ଏକ ବୋଲେରୋ ଏସ୍‌କର୍ଟରେ ଯାଇଥିବା କୁହାଯାଉଛି। ଉପଖଣ୍ଡ ଯୁଗ୍ମ ଶୃଙ୍ଖଳା କମିଟିରେ ଥିବା କେତେଜଣ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ଏବଂ ଅନ୍ୟମାନେ କୋଭିଡ୍‌ ଦାୟିତ୍ୱରେ ଥିବାରୁ ଚୋରା ଚାଲାଣ ରୋକିବା ଦିଗରେ ଧ୍ୟାନ ଦିଆଯାଉ ନ ଥିବା ସହରବାସୀ କହିଛନ୍ତି।

ଚଢ଼ାଉ କରାଯାଇ ଧରାଯିବ
ଯୁଗ୍ମ ଶୃଙ୍ଖଳା ଟିମ୍‌ ତା’ର କାର୍ଯ୍ୟ କରୁଛି। ଏବେ କୋଭିଡ୍‌ ସମୟ ଥିବାରୁ ଅଧିକାରୀମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଚୋରା ଚାଲାଣ ହେଉଥିଲେ, ଚଢ଼ାଉ କରାଯାଇ ମାଫିଆମାନଙ୍କୁ ସାବାଡ଼ କରାଯିବ। ବିଳମ୍ବିତ ରାତିରେ ପ୍ରଶାସନିକ ଅଧିକାରୀଙ୍କ ସହ ପୋଲିସ ଘଟଣାସ୍ଥଳକୁ ଯିବ।
-ବାସୁଦେବ ଶତପଥୀ
ଉପଜିଲାପାଳ, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦରକାର
ଜିଲାରେ ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣ ନେଇ ପୋଲିସ ଓ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ସୁଯୋଗ ନେଇ ମାଫିଆମାନେ ଜିଲାର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ଚଳୁ କରିବାରେ ଲାଗିଛନ୍ତି। ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।
-ରଶ୍ମି ରଞ୍ଜନ ସାହୁ, ଅନୁଗୋଳ

ଅସାମାଜିକଙ୍କୁ ସୁଯୋଗ ମିଳିଯାଉଛି
ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବାକୁ ସ୍ବାଗତ କରାଯାଇଛି। କିନ୍ତୁ ଏହି ସମୟରେ ପୋଲିସ ବ୍ୟସ୍ତ ରହୁଥିବାରୁ ଓ ପାଟ୍ରୋଲିଂ କରୁ ନ ଥିବାରୁ ଅସାମାଜିକଙ୍କ ପାଇଁ ଏହା ସୁଯୋଗ ଆଣିଦେଇଛି। ଏଥିପ୍ରତି ପୋଲିସ ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଚୋରା କାରବାର ସହ ଅନ୍ୟ ଆପରାଧିକ କାର୍ଯ୍ୟକଳାପ ବଢ଼ିଯିବ।
-ମାଗିଲାଲ ସାମଲ, ନାଲ୍‌କୋନଗର

ପ୍ରଶାସନର ଅନାଗ୍ରହ ବୁଝାପଡ଼ୁନି
ଗତବର୍ଷ ଚୋରା ଚାଲାଣକାରୀଙ୍କ ଉପରେ ଘନ ଘନ ଚଢ଼ାଉ କରାଯାଉଥିଲା। କିନ୍ତୁ ଚଳିତବର୍ଷ ପ୍ରଶାସନ ଚୁପ୍‌ ବସିଥିବାରୁ ମାଫିଆମାନେ ଚୋରାରେ ମାଟି, ମୋରମ, ବାଲି ଓ ଚିପ୍ସ ଆଦି ଲୁଟିବାରେ ଲାଗିଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଓ ପ୍ରଶାସନ କାହିଁକି ଆଗ୍ରହ ଦେଖାଉ ନାହିଁ ତାହା ବୁଝାପଡ଼ୁନି।
-ନିଶିକାନ୍ତ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri