କଂସବଧ ସହ ସରିଲା ଚନ୍ଦାହାଣ୍ଡି ଧନୁଯାତ୍ରା

ଚନ୍ଦାହାଣ୍ଡି, ୨୨।୫(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ୧୨ ଦିନ ଧରି ଚାଲିଥିବା ଧନୁଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ସରିଛି। ଅନ୍ତିମ ଦିବସରେ ମନ୍ତ୍ରୀ କୃଷ୍ଣ ବଳରାମଙ୍କୁ ନେଇ ମଥୁରା ରାଜଦରବାରରେ ପ୍ରବେଶ କରିଛନ୍ତି । ମଥୁରାବାସୀ ମଧ୍ୟ କୃଷ୍ଣ ବଳରାମଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ରାଜ ପ୍ରସାଦ ଦ୍ୱାରରେ କୃଷ୍ଣ ବଳରାମଙ୍କୁ ମାରିବାକୁ କଂସ କୁବଳୟା ହସ୍ତୀକୁ ଜଗାଇଥିବା ବେଳେ କୃଷ୍ଣ ତାକୁ ମାରି ମହଲରେ ପ୍ରବେଶ କରିଛନ୍ତି। ଚାଣୁର ମୁଷ୍ଟିକ, ସୁନାଶ ଓ ଅନ୍ୟ ମଲ୍ଲଙ୍କ ସହ ଯୁଦ୍ଧ କରି କୃଷ୍ଣ ସେମାନଙ୍କୁ ପରାସ୍ତ କରିଛନ୍ତି। ଶେଷରେ ଏକାକି ଅନୁଭବ କରି କୃଷ୍ଣଙ୍କ ଶରଣ ପସିଛନ୍ତି କଂସ ମହାରାଜ। ଶେଷରେ ମଞ୍ଚରୁ ପଡି କଂସଙ୍କ ମୃତ୍ୟୁ ହୋଇଛି। ପ୍ରତିଶୃତି ମୁତାବକ କୃଷ୍ଣ ଆଉଥରେ ଉଗ୍ରସେନଙ୍କୁ ମଥୁରା ନରେଶ ଭାବେ ଅଭିଷେକ କରାଇଛନ୍ତି।
ଶେଷ ଦିନରେ କଂସଙ୍କ ନିମନ୍ତ୍ରଣ ପାଇ ରାଜଦରବାର ଅତିଥିଭାବେ ଚନ୍ଦାହାଣ୍ଡି ସରପଞ୍ଚ ଗଙ୍ଗେଶ୍ୱରୀ ପୁଜାରୀ, ପୂଜା କମିଟି ସଭାପତି ଦୁର୍ଯ୍ୟୋଧନ ପୁଜାରୀ, କମଳ ପୁଜାରୀ, ବବି ବିଷୋୟୀ, ପୂର୍ବତନ ସରପଞ୍ଚ ଲଛମନ ମାଝି, ରଜତ ଜଗତ, ଶଙ୍କର ରାଉତ, ଚଇତୁରାମ ଦଣ୍ଡସେନା ଯୋଗ ଦେଇଥିଲେ। ବଲାଙ୍ଗୀର ଅଞ୍ଚଳର ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଏହି ଧନୁଯାତ୍ରା ପରିବେଷଣ କରାଯାଇଛି। ପୂଜା କମିଟି ତରଫରୁ ଧନୁଯାତ୍ରାର ସମସ୍ତ କଳାକାରଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନାଟକ ୧୨ଦିନ ଚାଲି ଥିବା ବେଳେ ଧନୁଯାତ୍ରା ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗଡ ଏବଂ ପଡୋଶୀ କଳାହାଣ୍ଡି ଜିଲାର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଘ୍ନେଶ୍ୱର ଆଚାରୀ, ନଳିନୀ ଦାସ, ରତ୍ନାକର ପୁଜାରୀ, ବାସୁଦେବ ସୁନା, କୈଳାସ ବେହେରା, ଜଗଦିଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri