ପଛରେ ପଡ଼ିଛି ଜଳକ୍ରୀଡ଼ାର ବିକାଶ

ପୁରୀ ଅଫିସ,୨୭।୯:ଶ୍ରୀମନ୍ଦିର ଓ ସ୍ବର୍ଣ୍ଣାଭ ବେଳାଭୂମି ପୁରୀ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ। ସହରର ଅର୍ଥନୈତିକ ବିକାଶ ଏହା ଉପରେ ନିର୍ଭରଶୀଳ। ପ୍ରତିଦିନ ରାଜ୍ୟ ଓ ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ ବେଳାଭୂମିର ମଜା ନିଅନ୍ତି। ବଙ୍ଗୋପସାଗର ତଟରେ ଥିବା ପୁରୀ ସହର ଭୌଗୋଳିକ ଦୃଷ୍ଟିକୋଣରୁ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ। ଭୂମଣ୍ଡଳୀୟ ତାପମାତ୍ରା ଓ ବେଳାଭୂମିର ବିସ୍ତାରତା ଏଠାକୁ ପର୍ଯ୍ୟଟକଙ୍କୁ ଟାଣିଆଣେ। ମାତ୍ର ସହରରେ ଜଳକ୍ରୀଡ଼ାର ବିକାଶ ହୋଇ ନ ପାରିବା ହିଁ ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରୁଛି। ମୁମ୍ବାଇ, ଗୋଆ ସମେତ ଦେଶର ଅଧିକାଂଶ ବେଳାଭୂମିରେ ଜଳକ୍ରୀଡ଼ାର ଭରପୂର ସୁଯୋଗ ରହିଛି। ପର୍ଯ୍ୟଟକମାନେ ଜଳକ୍ରୀଡ଼ା ପ୍ରତି ଉତ୍ସାହ ଦେଖାଉ ଥିଲେ ମଧ୍ୟ ପୁରୀରେ ଏ ନେଇ ବିଶେଷ ସୁଯୋଗ ନାହିଁ। ଅନ୍ୟପକ୍ଷରେ ସିପସରୁବାଲି ବେଳାଭୂମିରେ ଉଇଣ୍ଡି ସଫିଙ୍ଗ ଓ ପାରାସେଲିଂ କରାଯିବ ବୋଲି ପର୍ଯ୍ୟଟନ ବିଭାଗ କହିଛି। ଜଳକ୍ରୀଡ଼ା ମଧ୍ୟରେ ସ୍କୁବା ଡାଇଭିଂ, ରାଫ୍ଟିଂ, ସର୍ଫିଂ, କାଇଟ୍‌ ସର୍ଫିଂ, ୱାଟର ସ୍କାଇଂ, ଜୋର୍ବିଂ, ନିବୋର୍ଡିଂ, ପାଡେଲ୍‌ ବୋଟିଂ, ବାନାନା ଟିଉବ୍‌ ବୋଟ୍‌ ରାଇଡିଂ ପ୍ରଭୃତି ରହିଛି। ଏଭଳି ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ସୂଚନାଯୋଗ୍ୟ, ଗୋଆ ପର୍ଯ୍ୟଟନ ଶିଳ୍ପ ଆୟର ୪୦ ପ୍ରତିଶତ କେବଳ ଜଳକ୍ରୀଡ଼ା ମାଧ୍ୟମରେ ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଜଳକ୍ରୀଡ଼ାର ବ୍ୟାପକ ପ୍ରସାର ହେଉଥିବାବେଳେ ଭାରତର କେତେକ ବେଳାଭୂମିରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ମାତ୍ର ପୁରୀ ବେଳାଭୂମିରେ ଏଭଳି ଅତ୍ୟାଧୁନିକ ଜଳକ୍ରୀଡ଼ା ସୁବିଧା ନାହିଁ। ଏ ନେଇ ପୁରୀ ବାସିନ୍ଦା ହେକ୍ଟର ମିଶ୍ର କହିଛନ୍ତି, ପୁରୀ ସିପସରୁବାଲି ଅଞ୍ଚଳ ସମେତ ଗଭୀର ସମୁଦ୍ର ମଧ୍ୟ ଜଳକ୍ରୀଡ଼ା ପାଇଁ ଉପଯୋଗ। ଅନେକ ଘରୋଇ ଜଳକ୍ରୀଡ଼ା କମ୍ପାନୀ ଏନେଇ ସର୍ଭେ କରିଛନ୍ତି। ଜଳକ୍ରୀଡ଼ା ଲାଗି ସହର ବାହାରେ ପ୍ରଶସ୍ତ କ୍ଷେତ୍ର ପଡ଼ିଛି। ସେଠାରେ ଭିତ୍ତିଭୂମି ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। ସେହିପରି ପର୍ଯ୍ୟଟକ ନନ୍ଦିନୀ ଘୋଷ କହିଛନ୍ତି, ପୁରୀ ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଜଳକ୍ରୀଡ଼ା ସୁବିଧା ପର୍ଯ୍ୟଟକଙ୍କ ଉତ୍ସାହକୁ ବହୁଗୁଣିତ କରିବ। ତେଣୁ ପ୍ରଶାସନ ଏନେଇ ଚେଷ୍ଟା କରିବା ଦରକାର ବୋଲି ସେ ମତ ଦେଇଛନ୍ତି।
ପୁରୀ ସହରର ଗୋଲ୍ଡେନ୍‌ ଟ୍ରି ହୋଟେଲ ଓ ତାରା ପ୍ୟାଲେସ୍‌ ସମ୍ମୁଖ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଛୋଟ ଧରଣର ଜଳକ୍ରୀଡ଼ା ବ୍ୟବସ୍ଥା ରହିଛି। ମାତ୍ର ଏହା ନିୟମିତ ଭାବେ କାର୍ଯ୍ୟକ୍ଷମ ନୁହେଁ। ତେବେ ୩ରୁ ୪ଟି କମ୍ପାନୀ ପୁରୀ ବେଳାଭୂମିରେ ଜଳକ୍ରୀଡ଼ା ଭିତ୍ତିଭୂମିର ସୁବିଧା ଯୋଗାଇଦେବା ପାଇଁ ଆବେଦନ କରିଛନ୍ତି। ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସଂପୃକ୍ତ କମ୍ପାନୀଙ୍କୁ ଏନ୍‌ଓସି ଦାଖଲ କରିବା ପାଇଁ କୁହାଯାଇଛି। ଜଳକ୍ରୀଡ଼ା ପାଇଁ ଉପକୂଳ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରୁ ଅନୁମତି ଆଣିବାକୁ ପଡ଼ିଥାଏ। କମ୍ପାନୀମାନେ ଏନ୍‌ଓସି ଦାଖଲରେ ବିଫଳ ହେଉଛନ୍ତି। ଏନ୍‌ଓସି ମିଳିବା ପରେ ମଧ୍ୟ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନ ପକ୍ଷରୁ ଅନୁମୋଦନ ଆବଶ୍ୟକ ହୋଇଥାଏ। ପୁରୀରେ ସମ୍ପ୍ରତି ଜଳକ୍ରୀଡ଼ା କମ୍ପାନୀ ଅନୁମତି ପାଇ ନ ଥିବାରୁ ଜଳକ୍ରୀଡ଼ା ବ୍ୟବସ୍ଥା ବନ୍ଦ ରହିଛି। ଆମ୍ପିରାଇଡ୍‌ ନାମକ କମ୍ପାନୀ ଆସନ୍ତା ଅକ୍ଟୋବର ୧ରୁ ଜଳକ୍ରୀଡ଼ା ଆରମ୍ଭ କରିବା ନେଇ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି ବୋଲି ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, କୌଣସି କମ୍ପାନୀ ପର୍ଯ୍ୟଟନ ବିଭାଗ ନିକଟରେ ଏନ୍‌ଓସି ଦାଖଲ କରିବା ପରେ ପ୍ରକ୍ରିୟା ଶେଷ କରିବାରେ ବିଳମ୍ବ କରୁନାହୁଁ। ଏନ୍‌ଓସି ଦାଖଲ ପରେ ଯୁଦ୍ଧକାଳୀନ ଭିତ୍ତିରେ ଜିଲାସ୍ତରୀୟ ଜଳକ୍ରୀଡ଼ା କମିଟିରେ ପ୍ରସ୍ତାବ ପାରିତ ହେଉଛି। ଜିଲାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି। ଜିଲା ପ୍ରଶାସନ ଯାଞ୍ଚ ଶେଷ କରି ସିଙ୍ଗିଲ ୱିଣ୍ଡୋ ସୁପାରିସ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଉଛନ୍ତି। ପୁରୀ ସହରରେ ଆଗାମୀ ଦିନରେ ଜଳକ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପର୍ଯ୍ୟଟନ ବିଭାଗ ସିପସରୁବାଲି ବେଳାଭୂମି ଅଞ୍ଚଳରେ ଜଳକ୍ରୀଡ଼ା ପାଇଁ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଯୋଜନା କରୁଛି। ଘରୋଇ କମ୍ପାନୀଗୁଡ଼ିକ ଯଥାଶୀଘ୍ର ଏନ୍‌ଓସି ଦାଖଲ କରିବେ ବୋଲି ଜଣାଇଛନ୍ତି।
-ରିପୋର୍ଟ: ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?