ପର୍ଯ୍ୟଟନସ୍ଥଳୀର ବିକାଶ ନୈରାଶ୍ୟଜନକ

ଯାଜପୁର ଅଫିସ,୧୩।୮: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି। ଏହାବାଦ୍‌ ନିମ୍ନମାନର କାର୍ଯ୍ୟ ଯୋଗୁ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ଯାଜପୁର ଜିଲାର ୨୭.୦୬ କୋଟି ଟଙ୍କାର ୪ଟି ପ୍ରକଳ୍ପ ରହିଛି। ତେବେ ଏହିସବୁ ପ୍ରକଳ୍ପଗୁଡିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଏକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ଗତ ୭ା୮ା୨୦୨୧ରେ ସ୍ପଷ୍ଟିକରଣ ମାଗିଥିଲେ। ଏହି ସ୍ପଷ୍ଟିକରଣ ଉପରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଇ.ବି. ଜେନା ତାଙ୍କ ପତ୍ରସଂଖ୍ୟା ୬୭୯୦/୯ା୮ା୨୦୨୧ରେ ଆସିଷ୍ଟାଣ୍ଟ ଅଡିଟ ଅଫିସର(ଏ.ଜି. ଅଡିଟ-୨)ଙ୍କୁ ଦେଇଥିବା ରିପୋର୍ଟରେ ମାତ୍ର ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ଏଥିରେ ଯାଜପୁର ଜିଲାର ବୈତରଣୀ ନଦୀକୂଳରେ ଥିବା ବରାହପୀଠରେ ହେରିଟେଜ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଇଛି। ଯାହା ଯାଜପୁରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷେ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ଉଦାସୀନ ମନୋଭାବ ପର୍ଯ୍ୟସ୍ଥଳୀର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି।
ପର୍ଯ୍ୟଟନ ବିଭାଗର ରିପୋର୍ଟ ଅନୁସାରେ ୨୦୧୯-୨୦ ବର୍ଷରେ ଯାଜପୁର ଜିଲାର ମା’ ବିରଜା ଓ ବରାହ କ୍ଷେତ୍ରରେ ଡେଷ୍ଟିନେଶନ ଟୁରିଷ୍ଟ ସ୍ପଟ ପାଇଁ ୯.୭୧ କୋଟି ଟଙ୍କା ଏବଂ ବରାହ ଦ୍ୱୀପରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୯.୬୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ୨ ପ୍ରକଳ୍ପର କାର୍ଯ୍ୟାଦେଶ ଗତ ୬ା୮ା୨୦୨୧ରେ ଜାରି ହୋଇଥିବାବେଳେ କାମ ଆରମ୍ଭ ହୋଇନାହିଁ। ବରାହପୀଠରେ ହେରିଟେଜ ପାର୍କ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ତାହା ୧୫ା୧ା୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହା ୧୪ା୬ା୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ କେତୋଟି ଘର ନିର୍ମାଣ କରି ଏହି ପ୍ରକଳ୍ପ କାର୍ଯ୍ୟ ସୀମିତ ରହିଛି। ଅନ୍ୟପକ୍ଷେ ରିପୋର୍ଟରେ ଆବଣ୍ଟିତ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହିକ୍ରମରେ ପର୍ଯ୍ୟଟନର ବିକାଶ ପାଇଁ ଆସିଥିବା ଅନୁଦାନରେ ବ୍ୟାପକ ବାଟମାରଣା ହୋଇଥିବା ସନ୍ଦେହ କରାଯାଇଛି। ସେହିପରି ଯାଜପୁର କୁସୁମା ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ନିର୍ମାଣ ପାଇଁ ୬.୬୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାର ନିର୍ମାଣ ପାଇଁ ୭ା୨ା୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଛି। ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପ୍ରକଳ୍ପ ନିର୍ମାଣାଧୀନ ଥିବା ରିପୋର୍ଟରେ ଦର୍ଶାଯାଇଛି। କାର୍ଯ୍ୟାଦେଶ ଦିଆଯିବାର ଦୀର୍ଘ ସାଢେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପ୍ରକଳ୍ପ ସମ୍ପୂର୍ଣ୍ଣ ନ ହେବାର ବିଭାଗୀୟ ଆନ୍ତରିକତାର ଅଭାବକୁ ସୂଚାଉଥିବା ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ବ୍ୟାସସରୋବର, ରନତ୍ଗିରି, ଉଦୟଗିରି, ଲଳିତଗିରି ଆଦି ପର୍ଯ୍ୟଟନସ୍ଥଳୀର ଉନ୍ନୟନ କାର୍ଯ୍ୟ ଉପରେ ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସବୁ ଅନୁଦାନର ଉପଯୁକ୍ତ ବିନିଯୋଗ କରାଯାଇଥିଲେ ଏ ଯାଏ ଯାଜପୁର ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ପର୍ଯ୍ୟଟନ ଅଧିକାରୀ ନିରୋଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଗତ ୩ ତାରିଖରୁ ତାଙ୍କର ବଦଳି ହୋଇଯାଇଛି। ସେଠାରେ ନୂଆ କରି ଜଣେ ପର୍ଯ୍ୟଟନ ଅଧିକାରୀ ଯୋଗ ଦେଇଛନ୍ତି। ବରାହପୀଠର ହେରିଟେଜ ପାର୍କ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷେ ଯାଜପୁର ପୌର ପରିଷଦର ଓଏସ୍‌ଡି ସୁଦର୍ଶନ ମିଶ୍ରଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri