ତେନ୍ତୁଳିଖୁଣ୍ଟି, ୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏକ ପ୍ରମୁଖ ରାସ୍ତା କାମ ପ୍ୟାକେଜ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ବାହାରିଥିଲା। ମୂଷାମୁଣ୍ଡିଗୁଡ଼ା-କଣ୍ଟାଗାଁ, ପାତ୍ରପୁଟ-ଅଞ୍ଚଳଗୁମ୍ମା, ଅଞ୍ଚଳଗୁମ୍ମା-ଉମୁରି, ଅଞ୍ଚଳଗୁମ୍ମା-କାମତା ପ୍ରମୁଖ ରାସ୍ତା ଉକ୍ତ ପ୍ୟାକେଜରେ ରହିଥିଲା। ଭଲ ରାସ୍ତା ତିଆରି ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଲୋକେ ଅସୁବିଧା ଭୋଗ କରୁଛନ୍ତି। ଠିକାଦାର କେଉଁଠି ରାସ୍ତା ଖୋଳି ଛାଡ଼ି ଦେଇଛନ୍ତି ତ କେଉଁଠି ନୂତନ କଲଭର୍ଟ ନିର୍ମାଣ ନାମରେ ରାସ୍ତା ଭାଙ୍ଗି ଦେଇଛନ୍ତି। ଠିକାଦାର ଲକ୍ଷ୍ମୀନାରାୟଣ ଜୈନ ୨ ବର୍ଷ ମଧ୍ୟରେ ଗୋଟିଏ ବି ରାସ୍ତା ଶେଷ ସାରିନାହାନ୍ତି।
ଉମୁରୀରେ କଲ୍ଭର୍ଟ ଭାଙ୍ଗିଥିବାରୁ ବିପଦସଙ୍କୁଳ ଭାବେ ଛାତ୍ରୀଛାତ୍ର ଓ ଜନତା ଯିବାଆସିବା କରୁଛନ୍ତି। ସବୁ ରାସ୍ତା ଏବେ କର୍ଦ୍ଦମାକ୍ତ ଓ ବିପଦସଙ୍କୁଳ। ବର୍ତ୍ତମାନ ସ୍ଥିତିରେ ବର୍ଷାଦିନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ଆଦର୍ଶ ବିଦ୍ୟାଳୟ ବିଦ୍ୟାର୍ଥୀ। ମେଣ୍ଟରୀରୁ ବାଦୀଗୁଡା ରାସ୍ତା କଲ୍ଭର୍ଟ ଦବିଯାଇଛି। ଏଣୁ ଅଧିକ ବାଟ ବୁଲି ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି। ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ହେଉଛି। ଜିଲା ପରିଷଦ ବୈଠକରୁ ଆରମ୍ଭ କରି ସମିତି ବୈଠକରେ ଏହି ପ୍ୟାକେଜ୍ ରାସ୍ତା ସମ୍ପର୍କରେ ଆଲୋଚନା ହେଉଛି। ଲୋକ ପ୍ରତିନିଧି ଓ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ରାସ୍ତା କାମରେ କୌଣସି ଅଗ୍ରଗତି ନାହିଁ। ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର ପାଇଁ ଚୂଡାନ୍ତ ହୋଇଛି। ଏହି ପ୍ୟାକେଜ କାମ ସରିଲେ ହିଁ ହସ୍ତାନ୍ତର ହୋଇପାରିବ ବୋଲି ଜଣାପଡ଼ିଛି। ଏ ନେଇ ଠିକାଦାର ଲକ୍ଷ୍ମୀନାରାୟଣ ଜୈନଙ୍କୁ ପଚାରିବାରୁ ବର୍ଷାଋତୁରେ ଏଭଳି ହେବ। ଲେସରେ କାମ ନେଇ ବର୍ଷାରେ କାମ କରି କ୍ଷତି କାହିଁକି ସହିବୁ ବୋଲି ସେ କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ବର୍ତ୍ତମାନ ପାଇଁ ଚଳାଚଳ ଯୋଗ୍ୟ ରାସ୍ତା କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, ନବରଙ୍ଗପୁର View All
ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର
ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…
କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….
ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର
ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…
‘ଏହା କ୍ରିକେଟ୍ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍ ଚେଜ୍ କରିବା ପରେ ବି ରାଗିଗଲେ ହେଡ୍ କୋଚ୍ ଗମ୍ଭୀର…ଜାଣନ୍ତୁ କାରଣ
ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍ରେ ୪୦୬ ରନ୍ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍କୁ ନେଇ…
ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍, ୨ ଗେଟ୍ରେ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…
ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…
ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ
ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…
ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍, ୬୨ଟଙ୍କାରୁ ଅଧିକ …
ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

