୨୪ ଘଣ୍ଟା ସମାଧି ନେବା ଇଚ୍ଛା ଫସର ଫାଟିଲା

କେନ୍ଦ୍ରାପଡ଼ା ଅଫିସ, ୧୩।୧୧: କେନ୍ଦ୍ରାପଡା ସହରରେ କ୍ରୀଡା ପ୍ରତିଭା ଦେଖାଉଥିବା କୋଲକତାର ସେକ୍‌ ଜୟିନୁଲ ୨୪ ଘଣ୍ଟା ଧରି ମାଟି ଭିତରେ ରହିବା ପ୍ରଚାର କରିଥିଲେ। ତେବେ ତାଙ୍କର ଏହି ଇଚ୍ଛା ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଫସର ଫାଟିଛି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ଖେଳ ବନ୍ଦ କରିବା ସହ ସମାଧି ପାଇଁ ଖୋଳା ଯାଇଥିବା ମାଟିକୁ ପୂରଣ କରାଯାଇଛି। କ୍ରୀଡାବିତ ସେକ୍‌ ଜୟିନୁଲଙ୍କ କହିବା ଅନୁଯାୟୀ, ସେ ଦୀର୍ଘ ସମୟ ଧରି ସାଇକେଲ ଚାଳନା, ଛାତି ଉପରେ ପଥର ଭାଙ୍ଗିବା, ଏକାଦିକ୍ରମେ ୧୦ଟି ବୁଲେଟ ମଟର ସାଇକେଲକୁ ଛାତି ଉପରେ ଚଢ଼ାଇବା, ଅଗ୍ନି ବଳୟ ମଧ୍ୟରେ ସାଇକେଲ ଚାଳନା, ମାଟି ଭିତରେ ୨୪ ଘଣ୍ଟା ଧରି ସମାଧି ନେବା ନେଇ ତାଲିମ ପାଇଛନ୍ତି। ଓଡ଼ିଶାର ସମସ୍ତ ଜିଲାର ସଦର ଓ ଗ୍ରାମାଞ୍ଚଳରେ ଏହି ପ୍ରତିଭା ଦେଖାଇ ଆର୍ଥିକ ସହଯୋଗ ପାଇଛନ୍ତି। ଗତ ୫ ଦିନ ଧରି ସାଇକେଲ ଚାଳନା କରିଥିଲେ ମଧ୍ୟ ମାଟି ଉପରେ ଅଦ୍ୟାବଧି ପାଦ ରଖିନାହାନ୍ତି। ଏହି ସମୟରେ ୧୫ ଫୁଟ ଉଚ୍ଚତାରେ ସାଇକେଲରେ ବିଭିନ୍ନ କଳା କୌଶଳ ଦେଖାଇଛନ୍ତି। ସନ୍ଧ୍ୟାରେ ଅଗ୍ନି ବଳୟ ମଧ୍ୟରେ ସାଇକେଲ ଚାଳନା ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ଥିବା ବେଳେ ଶେଷରେ ସମାଧି ନେବାକୁ ସ୍ଥିର ହୋଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକ ଉପଭୋଗ କରୁଥିଲେ। ତେବେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପରେ ଟାଉନ ଥାନା ପୋଲିସର ଏସ୍‌ଆଇ ରଞ୍ଜନ ମହାରଣା, କନଷ୍ଟେବଳ ନରେନ୍ଦ୍ରନାଥ ସୋରେନ, କନଷ୍ଟେବଳ ପୀତାମ୍ବର ବରାଳ ଆସି ବନ୍ଦ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସେକ ସଲିମ କହିଛନ୍ତି, ଜୟିନୁଲଙ୍କ ସାଇକେଲ ଚାଳନା ଖେଳ ପ୍ରଦର୍ଶନ ଉଚ୍ଚକୋଟିର। ତାଙ୍କର କଳା କୌଶଳ ସ୍ଥାନୀୟ ଅଞ୍ଚଳରେ ଆଦୃତ ହୋଇଛି। ତେବେ ବିପଦଜନକ ଭାବେ ଦେଖାଉଥିବା ଖେଳର ପ୍ରଭାବ କୋମଳମତି ଶିଶୁ ଓ ଯୁବବର୍ଗଙ୍କ ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ଅଛି। ଏ ସମ୍ପର୍କରେ ଉପଜିଲାପାଳ ବେହେରା କହିଛନ୍ତି, ଏପରି ଖେଳ ପାଇଁ ପ୍ରଥମେ ଜିଲା ପ୍ରଶାସନର ଅନୁମତି ଆବଶ୍ୟକ। ତାଙ୍କର ଯୋଗ୍ୟତା ଓ ତାଲିମ ସମ୍ପର୍କରେ ଠିକ୍‌ ତଥ୍ୟ ମିଳିବା ପରେ ହୁଏତ ଏ ସମ୍ପର୍କରେ ବିଚାର କରାଯାଇପାରେ। ତେବେ ୨୪ ଘଣ୍ଟା ମାଟି ମଧ୍ୟରେ ସମାଧି ନେବା ପରି ଆଶ୍ଚର୍ଯ୍ୟଜନକ ଖେଳକୁ କୌଣସି ପ୍ରକାର ପ୍ରୋତ୍ସାହିତ କରାଯାଇପାରିବ ନାହିଁ। ଅନୁମତି ନ ନେଇ ସେକ୍‌ ଜୟିନୁଲ ଖେଳ ପ୍ରଦର୍ଶନ କରୁଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri