୨୪ ଘଣ୍ଟା ସମାଧି ନେବା ଇଚ୍ଛା ଫସର ଫାଟିଲା

କେନ୍ଦ୍ରାପଡ଼ା ଅଫିସ, ୧୩।୧୧: କେନ୍ଦ୍ରାପଡା ସହରରେ କ୍ରୀଡା ପ୍ରତିଭା ଦେଖାଉଥିବା କୋଲକତାର ସେକ୍‌ ଜୟିନୁଲ ୨୪ ଘଣ୍ଟା ଧରି ମାଟି ଭିତରେ ରହିବା ପ୍ରଚାର କରିଥିଲେ। ତେବେ ତାଙ୍କର ଏହି ଇଚ୍ଛା ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଫସର ଫାଟିଛି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ଖେଳ ବନ୍ଦ କରିବା ସହ ସମାଧି ପାଇଁ ଖୋଳା ଯାଇଥିବା ମାଟିକୁ ପୂରଣ କରାଯାଇଛି। କ୍ରୀଡାବିତ ସେକ୍‌ ଜୟିନୁଲଙ୍କ କହିବା ଅନୁଯାୟୀ, ସେ ଦୀର୍ଘ ସମୟ ଧରି ସାଇକେଲ ଚାଳନା, ଛାତି ଉପରେ ପଥର ଭାଙ୍ଗିବା, ଏକାଦିକ୍ରମେ ୧୦ଟି ବୁଲେଟ ମଟର ସାଇକେଲକୁ ଛାତି ଉପରେ ଚଢ଼ାଇବା, ଅଗ୍ନି ବଳୟ ମଧ୍ୟରେ ସାଇକେଲ ଚାଳନା, ମାଟି ଭିତରେ ୨୪ ଘଣ୍ଟା ଧରି ସମାଧି ନେବା ନେଇ ତାଲିମ ପାଇଛନ୍ତି। ଓଡ଼ିଶାର ସମସ୍ତ ଜିଲାର ସଦର ଓ ଗ୍ରାମାଞ୍ଚଳରେ ଏହି ପ୍ରତିଭା ଦେଖାଇ ଆର୍ଥିକ ସହଯୋଗ ପାଇଛନ୍ତି। ଗତ ୫ ଦିନ ଧରି ସାଇକେଲ ଚାଳନା କରିଥିଲେ ମଧ୍ୟ ମାଟି ଉପରେ ଅଦ୍ୟାବଧି ପାଦ ରଖିନାହାନ୍ତି। ଏହି ସମୟରେ ୧୫ ଫୁଟ ଉଚ୍ଚତାରେ ସାଇକେଲରେ ବିଭିନ୍ନ କଳା କୌଶଳ ଦେଖାଇଛନ୍ତି। ସନ୍ଧ୍ୟାରେ ଅଗ୍ନି ବଳୟ ମଧ୍ୟରେ ସାଇକେଲ ଚାଳନା ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ଥିବା ବେଳେ ଶେଷରେ ସମାଧି ନେବାକୁ ସ୍ଥିର ହୋଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକ ଉପଭୋଗ କରୁଥିଲେ। ତେବେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପରେ ଟାଉନ ଥାନା ପୋଲିସର ଏସ୍‌ଆଇ ରଞ୍ଜନ ମହାରଣା, କନଷ୍ଟେବଳ ନରେନ୍ଦ୍ରନାଥ ସୋରେନ, କନଷ୍ଟେବଳ ପୀତାମ୍ବର ବରାଳ ଆସି ବନ୍ଦ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସେକ ସଲିମ କହିଛନ୍ତି, ଜୟିନୁଲଙ୍କ ସାଇକେଲ ଚାଳନା ଖେଳ ପ୍ରଦର୍ଶନ ଉଚ୍ଚକୋଟିର। ତାଙ୍କର କଳା କୌଶଳ ସ୍ଥାନୀୟ ଅଞ୍ଚଳରେ ଆଦୃତ ହୋଇଛି। ତେବେ ବିପଦଜନକ ଭାବେ ଦେଖାଉଥିବା ଖେଳର ପ୍ରଭାବ କୋମଳମତି ଶିଶୁ ଓ ଯୁବବର୍ଗଙ୍କ ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ଅଛି। ଏ ସମ୍ପର୍କରେ ଉପଜିଲାପାଳ ବେହେରା କହିଛନ୍ତି, ଏପରି ଖେଳ ପାଇଁ ପ୍ରଥମେ ଜିଲା ପ୍ରଶାସନର ଅନୁମତି ଆବଶ୍ୟକ। ତାଙ୍କର ଯୋଗ୍ୟତା ଓ ତାଲିମ ସମ୍ପର୍କରେ ଠିକ୍‌ ତଥ୍ୟ ମିଳିବା ପରେ ହୁଏତ ଏ ସମ୍ପର୍କରେ ବିଚାର କରାଯାଇପାରେ। ତେବେ ୨୪ ଘଣ୍ଟା ମାଟି ମଧ୍ୟରେ ସମାଧି ନେବା ପରି ଆଶ୍ଚର୍ଯ୍ୟଜନକ ଖେଳକୁ କୌଣସି ପ୍ରକାର ପ୍ରୋତ୍ସାହିତ କରାଯାଇପାରିବ ନାହିଁ। ଅନୁମତି ନ ନେଇ ସେକ୍‌ ଜୟିନୁଲ ଖେଳ ପ୍ରଦର୍ଶନ କରୁଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri