ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଡେପୁଟୀ କଲେକ୍ଟର ଗିରଫ

ଲଖନପୁର,୨୯।୯(ଡି.ଏନ.ଏ): ସ୍ତ୍ରୀଙ୍କୂୁ ନିର୍ଯାତନା ଦେବା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ କୁମାର ବାଗଙ୍କୁ ଝାରସୁଗୁଡା ଟାଉନ ଥାନା ପୋଲିସ ଗିରଫ କରିଛି। ଏହାପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ କୈଳାଶ ଆଚାର୍ଯ୍ୟ କହିଛନ୍ତି। ଗତ ୨୬ରେ ଶରତ ବାଗଙ୍କ ସ୍ତ୍ରୀ ଡଲିଆ ଦେବନାଥ ବିଟିଏମ୍‌ ପାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘବର୍ଷ ହେଲାଣି ତାଙ୍କ ସ୍ବାମୀ ଅନ୍ୟଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ନିର୍ଯାତନା ଦେଉଥିଲେ। ଏଭଳି ସ୍ଥିତିରେ ଶରତ ସମ୍ପୃକ୍ତ ମହିଳାଙ୍କୁ ଭେଟିବା ପାଇଁ ଗତ ଶନିବାର ଝାରସୁଗୁଡା ଆସିଥିଲେ। ଏହାଜାଣି ଡଲିଆ ତାଙ୍କ ପିଛା କରି ସେଠାରେ ପହଞ୍ଚିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶରତ କିଛି ବ୍ୟକ୍ତିଙ୍କ ସହ ମିଶି ଡଳିଆଙ୍କୁ ମାରପିଟ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଆସି ସ୍ବାମୀଙ୍କ ନାଁରେ ବିଟିଏମ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ବିଧାୟକ

ଭୋଗରାଇ, ୧୧ା୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲବୁଲ ଶୁକ୍ରବାରଠାରୁ ଶନିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳବାସୀଙ୍କ ଆଖିରୁ ନିଦ ଉଡ଼ାଇ ଦେଇଥିଲା। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର...

ହରିଣ ମାଂସ ଖାଇବା ପଡ଼ିଲା ମହଙ୍ଗା: ୩ ଶିକାରୀ, ୧୦ ଗ୍ରାହକ ଗିରଫ

ବାରଙ୍ଗ,୪।୯(ଡି.ଏନ୍‌.ଏ.): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଫିରିଙ୍ଗନାଳି ଅଞ୍ଚଳରୁ ଗୁରୁବାର ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଚନ୍ଦକା ଡ଼ମପଡ଼ା ବନ ବିଭାଗ, ଚନ୍ଦକା ପୋଲିସ ଗୁରୁବାର...

କେନ୍ଦୁପତ୍ର ବିକ୍ରି ପାଇଁ ଟ୍ରାନଜିଟ୍‌ ପରମିଟ ମିଳୁନି

ଜୁନାଗଡ଼,୨୮।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତ ଓ ଆଟିଗାଁ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗତ ଏପ୍ରିଲ ମାସରେ ନିକଟସ୍ଥ କେଲିଆ ସଂରକ୍ଷିତ ଜଙ୍ଗଲରୁ...

ବାଡ଼ିପାଙ୍ଗାବାସୀଙ୍କ ଭରସା ପରିତ୍ୟକ୍ତ କୂଅ

ତୁମୁଡ଼ିବନ୍ଧ,୧୫ା୬(ଡି.ଏନ୍‌.ଏ.)-ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଭୂପୃଷ୍ଠ ଜଳସ୍ତର କମିବା ସହ ନଦୀ ନାଳ ପୋଖରୀ ଶୁଖିଯାଇଛି। କୂଅର ଗୋଳିଆ ପାଣି...

ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ: ବିଜୁଯୁବ ବାହିନୀ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ବମ୍‌କେଇରେ ଉତ୍ତେଜନା, ପୋଲିସ ମୁତୟନ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମ୍‌କେଇ ଗାଁରେ ମଙ୍ଗଳବାର ରାଜନୈତିକ ଶତ୍ରୁତାରୁ ବିଜୁ ଯୁବବାହିନୀର ସଦସ୍ୟ ନିରାକାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କେ.ନୂଆଗଁା ଥାନାରେ...

ବରୀରେ ୧୭୩ ସ୍ବାବ୍‌ ସଂଗ୍ରହ

ରତ୍ନଗିରି,୧୨।୫(ଡି.ଏନ.ଏ)-ବରୀ ବ୍ଲକରେ କାର୍ଯ୍ୟରତ ସ୍ବାସ୍ଥ୍ୟବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀ ଦାୟିତ୍ୱରେ ଥିବା ବିଭିନ୍ନ କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ସ୍ବାସ୍ଥ୍ୟକର୍ମୀ ମନୋରଞ୍ଜନ...

ଲକ୍‌ଡାଉନରେ ପିଲାଙ୍କୁ ଶିଖାଯାଉଛି ଯୋଗ

ଚୌଦ୍ୱାର,୧ା୪(ଡି.ଏନ୍‌.ଏ): ଭୟାବହ କରୋନାକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ। ଏହାକୁ ସମର୍ଥନ କରି ଜନସାଧାରଣ ନିଜ ନିଜ...

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର...

Play 250+ Trending Games
Archives

Model This Week

Why Dharitri