ଖର୍ଚ୍ଚ ହିସାବ ଦେଉନାହାନ୍ତି ବିଭାଗ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିନିଯୋଗ ପ୍ରମାଣ ପତ୍ର(ୟୁସି) ଦାଖଲ କରୁନାହାନ୍ତି। ୨୦୧୮-୧୯ରେ ବିଭାଗଗୁଡ଼ିକୁ ୨୫,୯୫୭.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୧୯,୩୭୧.୨୧ କୋଟି ଟଙ୍କା ଅର୍ଥାତ୍‌ ସମୁଦାୟ ଅର୍ଥର ୭୫%ର କୌଣସି ୟୁସି ବିଭାଗଗୁଡ଼ିକ ଦେଇ ନ ଥିଲେ। କେବଳ ସେତିକି ନୁହେଁ ୩୭ ବିଭାଗ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ୪୫,୩୪୦.୮୯ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦେଇନାହାନ୍ତି। ମଙ୍ଗଳବାର ବିଧାନସଭାରେ ଉପସ୍ଥାପନ କରାଯାଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ଆର୍ଥିକ, ସାମାଜିକ କ୍ଷେତ୍ରର ସିଏଜି ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ରିପୋର୍ଟରେ କୁହାଯାଇଛି, ୨୦୧୮-୧୯ରେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଥିଲା। ରାଜସ୍ବ ଆଦାୟ ବୃଦ୍ଧି ହୋଇଥିବା ବେଳେ ଖର୍ଚ୍ଚ ମଧ୍ୟ ପୂର୍ବବର୍ଷ ତୁଳନାରେ ବୃଦ୍ଧି ପାଇଥିଲା। ୨୦୧୮-୧୯ରେ ରାଜ୍ୟ ସରକାର ୯୯.୫୪୬ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିଲେ, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨୦.୫୧ ପ୍ରତିଶତ ଥିଲା।
ଖର୍ଚ୍ଚ ହିସାବ ଦେଉନାହାନ୍ତି…
ଏହା ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୧୬.୮୩ ପ୍ରତିଶତ ଅଧିକ ଥିଲା। ରାଜସ୍ବ ଆଦାୟ ବଢ଼ିଥିଲେ ମଧ୍ୟ ଖର୍ଚ୍ଚ ବି ବଢ଼ିଥିଲା। ୨୦୧୭-୧୮ ବର୍ଷ ତୁଳନାରେ ୨୦୧୮-୧୯ରେ ରାଜସ୍ବ ଖର୍ଚ୍ଚ ୧୮.୯୨ ପ୍ରତିଶତ ଅଧିକ ହୋଇଥିଲା, ଯାହାକି ଜିଏସ୍‌ଡିପିର ୧୭.୫୯ ପ୍ରତିଶତ। ରାଜସ୍ବ ବଳକା ମଧ୍ୟ କମିଥିଲା। ଗତ ଆର୍ଥିକ ବର୍ଷରେ ରାଜସ୍ବ ବଳକା ୧୫.୬୯ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୧୪.୨୫କୁ ଖସି ଆସିଥିଲା।
ପୂର୍ବବର୍ଷ ତୁଳନାରେ ପରିବହନ, ଜଳସେଚନ ଓ ଶକ୍ତି କ୍ଷେତ୍ରରେ ମୂଳଧନ ବ୍ୟୟ କମ୍‌ ରହିଥିଲା। ରାଜ୍ୟରେ ବିତ୍ତୀୟ ନିଅଣ୍ଟ ଅଧିକ ରହିଥିଲା। ୨୦୧୭-୧୮ରେ ବିତ୍ତୀୟ ନିଅଣ୍ଟ ୯୯୭ କୋଟି ଟଙ୍କା ଥିବା ବେଳେ ୨୦୧୮-୧୯ରେ ୧୦,୧୫୭ କୋଟି ଥିଲା। ପୂର୍ବବର୍ଷ ତୁଳନାରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମୁଣ୍ଡପିଛା ବ୍ୟୟ ଅଧିକ ହୋଇଛି। କିନ୍ତୁ ବିତ୍ତୀୟ ନିଅଣ୍ଟ କମ୍‌ ଦର୍ଶାଇବା, ନୂତନ ପେନସନ ପଦ୍ଧତି ବାବଦକୁ ଅଂଶଧନ ଜମା ନ ହେବା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ବଳକା ଭରଣା ନ ହେବା, ଭୂ-ରାଜସ୍ବ ଟିକସ ପଞ୍ଚାୟତିରାଜ ଅନୁଷ୍ଠାନକୁ ପ୍ରଦାନ କରିବା ଯୋଗୁ ୧,୪୯୪.୮୯ କୋଟି ଟଙ୍କା ରାଜସ୍ବ ବଳକା ଦର୍ଶାଯାଇଥିବା ସିଏଜି ରିପୋର୍ଟରେ କହିଛନ୍ତି। ଅଧିକ ଟଙ୍କା ବଳକା ଥିବା ଏବଂ ରାଜ୍ୟଗୁଡ଼ିକ ଋଣ ନ କରି ବଳକା ଅର୍ଥ ଖର୍ଚ୍ଚ କରିବାକୁ ତ୍ରୟୋଦଶ ଅର୍ଥ କମିଶନ ସୁପାରିସ କରିଥିଲେ। ମାତ୍ର କମିଶନଙ୍କ ସୁପାରିସକୁ ଉଲ୍ଲଂଘନ କରି ରାଜ୍ୟ ସରକାର ବଜାରରୁ ୮,୦୧୯.୫୪ କୋଟି ଟଙ୍କା ୭.୫୫ ରୁ ୮.୭୯ ପ୍ରତିଶତ ସୁଧ ହାରରେ ଋଣ ନେଇଥିଲେ ବୋଲି ସିଏଜି ଦର୍ଶାଇଛନ୍ତି।
ବଜେଟ ଅର୍ଥକୁ ବିଭାଗଗୁଡ଼ିକ ଠିକ୍‌ ସମୟରେ ଖର୍ଚ୍ଚ କରି ପାରୁନାହାନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ବ୍ୟକ୍ତିଗତ ଖାତାରେ ଦୀର୍ଘବର୍ଷ ଧରି ଟଙ୍କା ପଡ଼ିରହୁଥିଲେ ମଧ୍ୟ ତାହାକୁ ବିନିଯୋଗ କରାଯାଇପାରୁ ନାହିଁ। ସିଏଜି ଦର୍ଶାଇଛନ୍ତି ଯେ, ୮୩୧ଟି ବ୍ୟକ୍ତିଗତ ଖାତାରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୧୭,୫୦୩.୫୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ଓଡ଼ିଶା ଟ୍ରେଜେରି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ୨୦୧୮-୧୯ରେ ରାଜ୍ୟର ଋଣ ଭାର ୧,୦୮,୨୫୮ କୋଟି ଥିଲା, ଯାହାକି ଜିଏସ୍‌ଡିପିର ୧୧.୨୩ ପ୍ରତିଶତ। କେନ୍ଦ୍ରୀୟ ଅନୁଦାନ ଠିକ୍‌ ସମୟରେ ନ ପହଞ୍ଚିବା, ଟେଣ୍ଡର ନ ହେବା କାରଣରୁ ୧୩ଟି ବିଭାଗ ୨୭ଟି ବିଷୟରେ ୧,୩୦୪.୧୭ କୋଟି ଟଙ୍କା ଫେରାଇ ଦେଇଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

ଉଠାଦୋକାନୀଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ଅପରାଜିତା

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିବା ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍‌। ସେହି ସମୟରେ ଉଠାଦୋକାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri