ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ପରିସରସ୍ଥ ପୋଖରୀରେ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ଶ୍ରୀତମ୍‌ ନାୟକ(୧୫)ଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା। ଶ୍ରୀତମ୍‌ଙ୍କ ମୃତ୍ୟୁ ପାଇଁ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ଦାୟୀ ବୋଲି ମୃତକଙ୍କ ଜେଜେ ଶିବ ଚରଣ ନାୟକ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ। ଏନେଇ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି। ଅନ୍ୟପଟେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ରିପୋର୍ଟ ପାଇଲା ପରେ ପ୍ରଧାନଶିକ୍ଷକ ସାହୁଙ୍କୁ ନିଲମ୍ବନ ପାଇଁ ବିଦ୍ୟାଳୟ ପରିଚାଳନା କମିଟିକୁ ଡିଇଓ ଚିଠି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ପ୍ରଧାନଶିକ୍ଷକ ସାହୁ ବିଦ୍ୟାଳୟ ପରିସରରେ ରହିବା ସହ ପିଲାଙ୍କୁ ପଢ଼ାନ୍ତି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବିଦ୍ୟାଳୟ ଛୁଟି ଥିଲେ ସୁଦ୍ଧା ସେ ସନ୍ଦେହ ମୋଚନ (ଡାଉଟ୍‌ କ୍ଲିୟର) ପାଇଁ ବିଦ୍ୟାଳୟ ପରିସରରେ ବଳକା କ୍ଲାସ୍‌ କରିଥିଲେ ବୋଲି ସଫେଇ ଦେଇଛନ୍ତି। ପଢ଼ା ପରେ ପିଲାମାନେ ଏହାର ପରିସରରେ ଖେଳିଥିଲେ। ଜଣେ ଛାତ୍ର ପୋଖରୀରେ ଗାଧାଇବାକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ଶ୍ରୀତମ୍‌ ଉଦ୍ଧାର ପାଇଁ ଚେଷ୍ଟା କରି ଫସି ଯାଇଥିଲେ ବୋଲି ସେତେବେଳେ କୁହାଯାଉଥିଲା। ଏହି ଅଘଟଣ ଘଟିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନାଉଗଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଶ୍ରୀତମ୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୃତ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ୩ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସୁବ୍ରତ ଦାସ ଅଭିଯୋଗ କରିଥିଲେ । ୧୦ରେ ଗ୍ରାମବାସୀଙ୍କ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ୧୩ରେ ଘୋଡାଂଶ ଗ୍ରାମବାସୀଙ୍କ ତରଫରୁ ବିକ୍ଷୋଭ କରାଯାଇଥିଲା। ଏହିଦିନ ଓଡ଼ିଶା ଅଭିଭାବକ ମହାସଂଘ ଜିଲା ଶାଖା ତରଫରୁ ମୃତକଙ୍କ ପରିବାରକୁ ଭେଟିବା ସହ ନ୍ୟାୟ ଦାବି କରିଥିଲେ। ୧୧ରେ ରୋହିଆ ଉଚ୍ଚ ବିଦ୍ୟାଳୟ ପିଲାମାନେ ବିଦ୍ୟାଳୟ ପରିସରରେ ଶ୍ରୀତମ୍‌ଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ଗତ ୧୮ ତାରିଖରେ ସରପଞ୍ଚ ନିହାର ବସ୍ତିଆ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଡାକି ଠିକ ତଦନ୍ତ ସହ ୩୧ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ନଚେତ୍‌ ଜନଶୁଣାଣିରେ ଶତାଧିକ ମହିଳା ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଥିଲା। ଏସବୁ ପରେ ନାଉଗାଁ ବିଇଓ ତଦନ୍ତ ରିପୋର୍ଟ ଡିଇଓଙ୍କୁ ଦେଇଥିଲେ। ଏହାପରେ ଜିଲା ଶିକ୍ଷା ବିଭାଗ ତତ୍ପର ହୋଇଛି। ପ୍ରଧାନଶିକ୍ଷକଙ୍କ ତ୍ରୁଟି ଯୋଗୁ ଜଣେ ଛାତ୍ରଙ୍କ ଜୀବନ ଗଲା ବୋଲି ସ୍ପଷ୍ଟ ହେଲାପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ପ୍ରକ୍ରିୟା ଚାଲିଛି। ଯେହେତୁ ବିଦ୍ୟାଳୟଟି ପୂର୍ଣ୍ଣ ସରକାରୀ ନୁହେଁ, ଅର୍ଥାତ୍‌ ଅନୁଦାନପ୍ରାପ୍ତ (ଏଡେଡ୍‌) ତେଣୁ ନିଲମ୍ବର କରିବା ଡିଇଓଙ୍କ କ୍ଷମତା ନ ଥିବାରୁ ସେ ଏଭଳି ସୁପାରିସ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?