ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ପରିସରସ୍ଥ ପୋଖରୀରେ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ଶ୍ରୀତମ୍‌ ନାୟକ(୧୫)ଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା। ଶ୍ରୀତମ୍‌ଙ୍କ ମୃତ୍ୟୁ ପାଇଁ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ଦାୟୀ ବୋଲି ମୃତକଙ୍କ ଜେଜେ ଶିବ ଚରଣ ନାୟକ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ। ଏନେଇ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି। ଅନ୍ୟପଟେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ରିପୋର୍ଟ ପାଇଲା ପରେ ପ୍ରଧାନଶିକ୍ଷକ ସାହୁଙ୍କୁ ନିଲମ୍ବନ ପାଇଁ ବିଦ୍ୟାଳୟ ପରିଚାଳନା କମିଟିକୁ ଡିଇଓ ଚିଠି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ପ୍ରଧାନଶିକ୍ଷକ ସାହୁ ବିଦ୍ୟାଳୟ ପରିସରରେ ରହିବା ସହ ପିଲାଙ୍କୁ ପଢ଼ାନ୍ତି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବିଦ୍ୟାଳୟ ଛୁଟି ଥିଲେ ସୁଦ୍ଧା ସେ ସନ୍ଦେହ ମୋଚନ (ଡାଉଟ୍‌ କ୍ଲିୟର) ପାଇଁ ବିଦ୍ୟାଳୟ ପରିସରରେ ବଳକା କ୍ଲାସ୍‌ କରିଥିଲେ ବୋଲି ସଫେଇ ଦେଇଛନ୍ତି। ପଢ଼ା ପରେ ପିଲାମାନେ ଏହାର ପରିସରରେ ଖେଳିଥିଲେ। ଜଣେ ଛାତ୍ର ପୋଖରୀରେ ଗାଧାଇବାକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ଶ୍ରୀତମ୍‌ ଉଦ୍ଧାର ପାଇଁ ଚେଷ୍ଟା କରି ଫସି ଯାଇଥିଲେ ବୋଲି ସେତେବେଳେ କୁହାଯାଉଥିଲା। ଏହି ଅଘଟଣ ଘଟିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନାଉଗଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଶ୍ରୀତମ୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୃତ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ୩ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସୁବ୍ରତ ଦାସ ଅଭିଯୋଗ କରିଥିଲେ । ୧୦ରେ ଗ୍ରାମବାସୀଙ୍କ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ୧୩ରେ ଘୋଡାଂଶ ଗ୍ରାମବାସୀଙ୍କ ତରଫରୁ ବିକ୍ଷୋଭ କରାଯାଇଥିଲା। ଏହିଦିନ ଓଡ଼ିଶା ଅଭିଭାବକ ମହାସଂଘ ଜିଲା ଶାଖା ତରଫରୁ ମୃତକଙ୍କ ପରିବାରକୁ ଭେଟିବା ସହ ନ୍ୟାୟ ଦାବି କରିଥିଲେ। ୧୧ରେ ରୋହିଆ ଉଚ୍ଚ ବିଦ୍ୟାଳୟ ପିଲାମାନେ ବିଦ୍ୟାଳୟ ପରିସରରେ ଶ୍ରୀତମ୍‌ଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ଗତ ୧୮ ତାରିଖରେ ସରପଞ୍ଚ ନିହାର ବସ୍ତିଆ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଡାକି ଠିକ ତଦନ୍ତ ସହ ୩୧ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ନଚେତ୍‌ ଜନଶୁଣାଣିରେ ଶତାଧିକ ମହିଳା ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଥିଲା। ଏସବୁ ପରେ ନାଉଗାଁ ବିଇଓ ତଦନ୍ତ ରିପୋର୍ଟ ଡିଇଓଙ୍କୁ ଦେଇଥିଲେ। ଏହାପରେ ଜିଲା ଶିକ୍ଷା ବିଭାଗ ତତ୍ପର ହୋଇଛି। ପ୍ରଧାନଶିକ୍ଷକଙ୍କ ତ୍ରୁଟି ଯୋଗୁ ଜଣେ ଛାତ୍ରଙ୍କ ଜୀବନ ଗଲା ବୋଲି ସ୍ପଷ୍ଟ ହେଲାପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ପ୍ରକ୍ରିୟା ଚାଲିଛି। ଯେହେତୁ ବିଦ୍ୟାଳୟଟି ପୂର୍ଣ୍ଣ ସରକାରୀ ନୁହେଁ, ଅର୍ଥାତ୍‌ ଅନୁଦାନପ୍ରାପ୍ତ (ଏଡେଡ୍‌) ତେଣୁ ନିଲମ୍ବର କରିବା ଡିଇଓଙ୍କ କ୍ଷମତା ନ ଥିବାରୁ ସେ ଏଭଳି ସୁପାରିସ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri