ବଢ଼ୁଛି କେନ୍ଦୁଝର ଆମ୍ବର ଚାହିଦା

କେନ୍ଦୁଝର,୨୨ା୫ (ସ୍ବ.ପ୍ର): ଏକଦା କେନ୍ଦୁଝରବାସୀ କଲମି ସୁସ୍ବାଦୁ ଆମ୍ବ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ। ଏବେ ଚିତ୍ର ବଦଳି ଯାଇଛି, କେନ୍ଦୁଝର ଆମ୍ବ ବାହାର ରାଜ୍ୟକୁ ଚାଲାଣ ହେଉଛି। ମାତ୍ର ଏଥିରେ ବାହାର ରାଜ୍ୟର ବ୍ୟବସାୟୀ ଲାଭବାନ ହେଉଥିବା ବେଳେ ଚାଷୀ ତା’ର ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁନାହିଁ। କୃଷି ବିଭାଗ ପକ୍ଷରୁ ଉନ୍ନତ କିସମର ଚାରା ଯୋଗାଯାଉଛି। କିନ୍ତୁ ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ସାଇତି ରଖିବାକୁ ଗୋଦାମ ଘର ବା ଶୀତଳଭଣ୍ଡାର ନ ଥିବାରୁ ଚାଷୀ ବାଧ୍ୟ ହୋଇ ବର୍ଷ ଆରମ୍ଭରୁ ଅର୍ଥାତ୍‌ ଆମ୍ବ ବଉଳ ହେବାଠାରୁ ଆମ୍ବ ବାଗାନକୁ ବାହାର ବ୍ୟବସାୟଙ୍କ ହାତକୁ ଶାଗମାଛ ଦରରେ ଟେକି ଦେଉଛି। ଫଳରେ ବ୍ୟବସାୟୀ କେନ୍ଦୁଝର ଜିଲାର ଭଲ କିସମର ଆମ୍ବ ବାହାରକୁ ଚାଲାଣ କରି ଲାଭବାନ ହେଉଥିବା ବେଳେ ଚାଷୀମାନେ ଆର୍ଥିକ ସଙ୍କଟରେ ଥିବା କହିଛନ୍ତି।
କେନ୍ଦୁଝର ଜିଲାର ତେଲକୋଇ, ସଦର, ହରିଚନ୍ଦନପୁର, ଘଟଗାଁ, ବାଂଶପାଳ, ଝୁମ୍ପୁରା ଆଦି ବ୍ଲକ୍‌ରେ ଉତ୍କୃଷ୍ଟ ଜଳବାୟୁ ହେତୁ ବହୁ ପରିମାଣରେ ଆମ୍ବ ଚାଷ କରାଯାଇଛି। ଆମ୍ବ ଚାଷ ଲାଭପ୍ରଦ ହେଉଥିବାରୁ ଅଞ୍ଚଳରେ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉଛି। ଜିଲାରେ ଏବେ ପାଖାପାଖି ୧୦୦ ଏକର ଜମିରେ ଆମ୍ବ ଚାଷ ହୋଇଛି। ବିଭିନ୍ନ ପ୍ରକାର ସୁ-ସ୍ବାଦୁ ଦେଶୀବିଦେଶୀ କିସମର ତଥା ଦୋଶରି, ବାଇଗଣପଲେଇ, କ୍ଷୀର ସାଗର, ହେମ ସାଗର, ଆମ୍ବ୍ରପଲ୍ଲି, ଲେଙ୍ଗଡ଼ା, ଲାଟ ସୁନ୍ଦରୀ, ନିଲମ ଆଦି ଉନ୍ନତ କିସମର ଆମ୍ବ ଚାଷ କରାଯାଇଛି। ଜିଲାରୁ ମିଠା ଆମ୍ବ ନୂଆଦିଲ୍ଲୀ, ବନାରସ, କୋଲକାତା, ବିହାର, ରାୟପୁର, ରାଉରକେଲା, ଭୁବନେଶ୍ୱର ଓ କଟକ ଆଦି ଅଞ୍ଚଳରୁ ଚାଲାଣ ହୋଇଥାଏ। ଚଳିତବର୍ଷ ଭଲ ଆମ୍ବ ଚାଷ ହୋଇଥିବାରୁ ବ୍ୟବସାୟୀମାନେ ବେଶ୍‌ ଖୁସି କିନ୍ତୁ ଚାଷୀମାନେ ସେଭଳି ଲାଭବାନ ହୋଇପାରୁ ନ ଥିବା ମତବ୍ୟକ୍ତ କରିଛନ୍ତି। ତେଲକୋଇ ଗୋଲାବନ୍ଧ ଅଞ୍ଚଳର ଚାଷୀ ସାବିତ୍ରୀ ନାୟକ କହିଛନ୍ତି, ଆମ୍ବ ଗଛରୁ ତୋଳି ସାଇତି ରଖିବା ଓ ବିକ୍ରି କରିବା ପାଇଁ ବ୍ୟବସ୍ଥା ନାହିଁ। ହାତୀ ଓ ବାତ୍ୟା ଭୟ ରହୁଛି। ଏଣୁ ବାହାର ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରିଦେଉଛୁ। ଅନ୍ୟଜଣେ ଚାଷୀ ମୁରଲୀ ନାଏକ କହିଛନ୍ତି, ଅନେକ ସମୟରେ ଆମ୍ବ ବିକ୍ରି ହୋଇ ନ ପାରି ନଷ୍ଟ ହେଉଛି। ଏଣୁ ବ୍ୟବସାୟୀଙ୍କୁ ତାଙ୍କ ଭଳି ଅନେକ ଚାଷୀ ଗଛ ହିସାବ କରି ବର୍ଷେରୁ ଦୁଇ ବର୍ଷ ପାଇଁ ନିଲାମ ଦେଇଦେଉଛନ୍ତି। ବ୍ୟବସାୟୀ ଜଗାରଖା କରୁଛନ୍ତି, ଲାଭ କ୍ଷତି ତାଙ୍କର ବୋଲି କହିଥିଲେ। ବୟୋଜ୍ୟେଷ୍ଠ ଫକୀର ଚରଣ ମିଶ୍ର କହିଛନ୍ତି, ସରକାର ଆମ୍ବ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଅଧିକ ଲାଭ ଆଶାରେ ଚାଷୀ ଆମ୍ବ ଚାଷ କରୁଛନ୍ତି, କିନ୍ତୁ ବଜାର ବ୍ୟବସ୍ଥା ନ ଥିବାରୁ ଉଚିତ ମୂଲ୍ୟ ମିଳୁନି। ପ୍ରଶାସନ କେବଳ ଆମ୍ବ ମେଳା କରି ଦାୟିତ୍ୱ ଶେଷ କରିଦେଉଛି। ଆମ୍ବ ରଖିବା ଏବଂ କିସମ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କଲେ ଚାଷୀ ଉପକୃତ ହୁଅନ୍ତେ ବୋଲି କହିଥିଲେ।
ଅବସରପ୍ରାପ୍ତ ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି, କେନ୍ଦୁଝର ସ୍ବାଦିଷ୍ଟ ଆମ୍ବ ବାହାରକୁ ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକମାନେ ଆମ୍ବ ଖାଇବାକୁ ପାଉନାହାନ୍ତି। ବରଂ ବାହାର ରାଜ୍ୟର ଆମ୍ବକୁ ଚଢ଼ା ଦରରେ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ।
ଓରମାସ କାର୍ଯ୍ୟନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି, ଜିଲାରେ ବହୁତ ଆମ୍ବ ବାହାର ରାଜ୍ୟକୁ ଚାଲିଯାଉଛି। ଏପରିକି ବାତ୍ୟା ଭୟରେ ବହୁ ଚାଷୀ କମ୍‌ ଦାମ୍‌ରେ ବିକ୍ରି କରିଦେଉଛନ୍ତି। ପ୍ରଶାସନ ପକ୍ଷରୁ ତେଲକୋଇ ଅଞ୍ଚଳରେ ୬ଟି ଗ୍ରୁପ୍‌ କରାଯାଇଛି। ପ୍ରତ୍ୟେକ ଗ୍ରୁପରେ ୪୦ ଚାଷୀ ଅଛନ୍ତି। କିନ୍ତୁ କମ୍ପାନୀ ଗଠନ କରାଯାଇନାହିଁ। କେନ୍ଦୁଝରର ଗୋଟିଏ ସ୍ଥାନରେ ଆମ୍ବ ବିକ୍ରି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ରାଉରକେଲାରେ ମଧ୍ୟ ଆମ୍ବ ମେଳା କରାଯିବ। ଚାଷୀମାନେ ଓରମାସ ଜରିଆରେ ସେଠାକୁ ଯିବେ। ଧୀରେ ଧୀରେ ଚାଷୀଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri