ମୃତକଙ୍କ ସାଥୀ ପାଲଟିଛନ୍ତି ମହମ୍ମଦ ନୁହ

କେନ୍ଦ୍ରାପଡ଼ା ଅଫିସ,୩ା୧: କେନ୍ଦ୍ରାପଡ଼ା ସହର ଫକୀରାବାଦ ଗ୍ରାମର ମହମ୍ମଦ ନୁହ। ବୟସ ୬୬। ୧୬ ବର୍ଷ ଧରି ନିଃସ୍ବାର୍ଥପର ଭାବେ ନିଜ ସମ୍ପ୍ରଦାୟ ମୃତକଙ୍କ ସାଥୀ ପାଲଟିଛନ୍ତି। ଗୁସନ ଓ କଫନରେ ସହଯୋଗୀ ହେବା ସହ ମୃତକଙ୍କ ଏକ ରେଜିଷ୍ଟର ପ୍ରସ୍ତୁତ କରିଛନ୍ତି। ତାଙ୍କ ସମ୍ପର୍କରେ ଗ୍ରାମର ମୀର ଅବୁ ଓବେଦା କୁହନ୍ତି, ସେ ସରଳ ଓ ଅମାୟିକ। ପେସା ବୁଲା ବେପାର ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ମୃତକଙ୍କ ସତ୍କାରକୁ ନିଶା କରିଛନ୍ତି। ସହରର ଯେ କୌଣସି ସ୍ଥାନରେ କେହି ରୋଗରେ ପଡିଲେ କିମ୍ବା ମୃତ୍ୟୁ ହେଲେ ହାଜର ହୋଇଯାନ୍ତି। ପରିବାର ସଦସ୍ୟଙ୍କ ସହ ମିଶି ରୋଗୀର ସେବା ଅଥବା ମୃତକଙ୍କ ସତ୍କାର କରନ୍ତି। ଏପରିକି କେତେକ କ୍ଷେତ୍ରରେ ଦୀର୍ଘଦିନ ଧରି ରୋଗରେ ପଡି ରୋଗୀର ବେଡ ଅଲସର ହେବାରୁ ପରିବାର ଲୋକ ଦୂରେଇ ଯାଇଥିବା ବେଳେ ମହମ୍ମଦ ନୁହ ସେବାରୁ ନିବୃତ୍ତ ହୋଇନାହାନ୍ତି। ସବୁଠାରୁ ବଡ଼ କଥା ଯେ, ସହରର ମୁସଲମାନ ସମ୍ପ୍ରଦାୟ ମୃତକଙ୍କ ନାମ ଓ ସ୍ଥାନର ଏକ ରେଜିଷ୍ଟର ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ମହମ୍ମଦ ନୁହ କହିଛନ୍ତି, ୨୦୦୪ ମସିହାର ଏକ ଘଟଣା ଏହି ଦିଗ ପ୍ରତି ଆକର୍ଷିତ କରିଛି। ଜଣେ ବ୍ୟକ୍ତି ରୋଗରେ ପଡି ଛଟପଟ ହେଉଥିବା ବେଳେ ପରିବାର ସଦସ୍ୟ ଏହାକୁ ଅଣଦେଖା କରିଥିଲେ। ଏହାକୁ ଦେଖି ସେବା କରିବା ଦିଗରେ ମନ ବଳାଇଲି। ୧୬ ବର୍ଷ ମଧ୍ୟରେ ସହରର ୭ ହଜାରରୁ ଊର୍ଦ୍ଧ୍ୱ ମୃତକଙ୍କ ସତ୍କାର କରିଛି। ରେଜିଷ୍ଟରର ତଥ୍ୟ ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ୭୦ ପୁରୁଷ ଓ ୪୮ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ମୃତଦେହ ସତ୍କାରରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?