ବକେୟା ଟଙ୍କା ପାଇଁ ବନ୍ଧା ପଡ଼ିଲା ମୃତଦେହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଅପରେଶନ ସରିଥିଲା। ରୋଗୀ ଜଣକ ଭେଣ୍ଟିଲେଟରରେ ଥିଲେ। ହେଲେ ରିପୋର୍ଟ କରୋନା ପଜିଟିଭ୍‌ ଆସିବାରୁ ଭେଣ୍ଟିଲେଟର କାଢ଼ି ଆଇସୋଲେଶନ ଓ୍ବାର୍ଡକୁ ନେଇଗଲେ। ଫଳରେ ଭେଣ୍ଟିଲେଟର ସର୍ପୋଟ ନ ପାଇ ଶେଷରେ ସମ୍ପୃକ୍ତ ରୋଗୀଙ୍କ ଜୀବନ ଚାଲିଗଲା। ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ହସ୍ପିଟାଲ କର୍ତ୍ତୃପକ୍ଷ କରୋନା ଚିକିତ୍ସା ନାଁରେ ଲକ୍ଷାଧିକ ଟଙ୍କା ବିଲ୍‌ ଦାବିକରି ମୃତଦେହକୁ ଛାଡୁ ନ ଥିବାରୁ ଶନିବାର ମଧ୍ୟାହ୍ନରୁ ମୃତକଙ୍କ ପରିବାର ଲୋକେ ସେମିତି ହସ୍ପିଟାଲରେ ପଡ଼ି ରହିଛନ୍ତି। ଅପରେଶନ ପାଇଁ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବା ପରେ ପାଖରେ ଟଙ୍କା ନ ଥିବାରୁ ଚିନ୍ତାରେ ରହିଛନ୍ତି।
ସୂଚନା ମୁତାବକ, କେନ୍ଦ୍ରପଡା ଜିଲା ରାଜନଗର ବ୍ଲକ କିଆଯୋଡ଼ି ଗ୍ରାମର ଅଭିମନ୍ୟୁ ସ୍ବାଇଁ ଗତ ୧୧ ତାରିଖରେ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ପାଇନାଲ କର୍ଡ ଅପରେଶନ ପାଇଁ ୧୩ ତାରିଖରେ ନିଳାଦ୍ରୀବିହାରସ୍ଥିତ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉକ୍ତଦିନ ତାଙ୍କର ଅପରେଶନ ହୋଇଥିଲା। ପରିବାର ଲୋକେ ହସ୍ପିଟାଲ କହିବାନୁସାରେ ୨ଲକ୍ଷ ୭୫ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ଅପରେଶନ ପରଠୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅଭିମନ୍ୟୁଙ୍କୁ କୋଭିଡ୍‌ ପଜିଟିଭ ଦର୍ଶାଇ ଗୁରୁବାର ରାତିରେ କର୍ତ୍ତୃପକ୍ଷ ତାଙ୍କୁ ଆଇସିୟୁରୁ କାଢି ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ମାତ୍ର ଶନିବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଅଭିମନ୍ୟୁଙ୍କ ଭାଇ ଦୀନବନ୍ଧୁ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ଯେ, ଆଇସୋଲେଶନ ଓ୍ବାର୍ଡରେ ତାଙ୍କର ଠିକ୍‌ ଚିକିତ୍ସା କରାଯାଇ ନ ଥିଲା। ଅପରେଶନ ପାଇଁ ଆବଶ୍ୟକ ଟଙ୍କା ଜମିବାଡି ବିକି ଦେଲୁ। ମାତ୍ର ମାରିଦେବା ପରେ କୋଭିଡ୍‌ ଚିକିତ୍ସା ନାଁରେ ହସ୍ପିଟାଲ କର୍ତ୍ତୃପକ୍ଷ ୨ଦିନର ବିଲ୍‌ ବାବଦକୁ ୧ ଲକ୍ଷ ୭୩ ହଜାର ଟଙ୍କା ପଇଠ କରିବାକୁ ବାଧ୍ୟ କରୁଛନ୍ତି। କରୋନା ପାଇଁ ଏତେ ବିଲ୍‌ କିପରି ହେଲା। ତଥାପି ଆଉ ୩୦/୪୦ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ ମଧ୍ୟ ମୃତଦେହକୁ ଛଡ଼ାଯାଉନି ବୋଲି ଦୀନବନ୍ଧୁ କୋହଭରା କଣ୍ଠରେ କହିଛନ୍ତି। ମୃତଦେହ ନ ଛାଡ଼ିଲେ ରବିବାର ଥାନାରେ ଅଭିଯୋଗ
କରିବୁ ବୋଲି ଦୀନବନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?