ବକେୟା ଟଙ୍କା ପାଇଁ ବନ୍ଧା ପଡ଼ିଲା ମୃତଦେହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଅପରେଶନ ସରିଥିଲା। ରୋଗୀ ଜଣକ ଭେଣ୍ଟିଲେଟରରେ ଥିଲେ। ହେଲେ ରିପୋର୍ଟ କରୋନା ପଜିଟିଭ୍‌ ଆସିବାରୁ ଭେଣ୍ଟିଲେଟର କାଢ଼ି ଆଇସୋଲେଶନ ଓ୍ବାର୍ଡକୁ ନେଇଗଲେ। ଫଳରେ ଭେଣ୍ଟିଲେଟର ସର୍ପୋଟ ନ ପାଇ ଶେଷରେ ସମ୍ପୃକ୍ତ ରୋଗୀଙ୍କ ଜୀବନ ଚାଲିଗଲା। ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ହସ୍ପିଟାଲ କର୍ତ୍ତୃପକ୍ଷ କରୋନା ଚିକିତ୍ସା ନାଁରେ ଲକ୍ଷାଧିକ ଟଙ୍କା ବିଲ୍‌ ଦାବିକରି ମୃତଦେହକୁ ଛାଡୁ ନ ଥିବାରୁ ଶନିବାର ମଧ୍ୟାହ୍ନରୁ ମୃତକଙ୍କ ପରିବାର ଲୋକେ ସେମିତି ହସ୍ପିଟାଲରେ ପଡ଼ି ରହିଛନ୍ତି। ଅପରେଶନ ପାଇଁ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବା ପରେ ପାଖରେ ଟଙ୍କା ନ ଥିବାରୁ ଚିନ୍ତାରେ ରହିଛନ୍ତି।
ସୂଚନା ମୁତାବକ, କେନ୍ଦ୍ରପଡା ଜିଲା ରାଜନଗର ବ୍ଲକ କିଆଯୋଡ଼ି ଗ୍ରାମର ଅଭିମନ୍ୟୁ ସ୍ବାଇଁ ଗତ ୧୧ ତାରିଖରେ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ପାଇନାଲ କର୍ଡ ଅପରେଶନ ପାଇଁ ୧୩ ତାରିଖରେ ନିଳାଦ୍ରୀବିହାରସ୍ଥିତ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉକ୍ତଦିନ ତାଙ୍କର ଅପରେଶନ ହୋଇଥିଲା। ପରିବାର ଲୋକେ ହସ୍ପିଟାଲ କହିବାନୁସାରେ ୨ଲକ୍ଷ ୭୫ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ଅପରେଶନ ପରଠୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅଭିମନ୍ୟୁଙ୍କୁ କୋଭିଡ୍‌ ପଜିଟିଭ ଦର୍ଶାଇ ଗୁରୁବାର ରାତିରେ କର୍ତ୍ତୃପକ୍ଷ ତାଙ୍କୁ ଆଇସିୟୁରୁ କାଢି ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ମାତ୍ର ଶନିବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଅଭିମନ୍ୟୁଙ୍କ ଭାଇ ଦୀନବନ୍ଧୁ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ଯେ, ଆଇସୋଲେଶନ ଓ୍ବାର୍ଡରେ ତାଙ୍କର ଠିକ୍‌ ଚିକିତ୍ସା କରାଯାଇ ନ ଥିଲା। ଅପରେଶନ ପାଇଁ ଆବଶ୍ୟକ ଟଙ୍କା ଜମିବାଡି ବିକି ଦେଲୁ। ମାତ୍ର ମାରିଦେବା ପରେ କୋଭିଡ୍‌ ଚିକିତ୍ସା ନାଁରେ ହସ୍ପିଟାଲ କର୍ତ୍ତୃପକ୍ଷ ୨ଦିନର ବିଲ୍‌ ବାବଦକୁ ୧ ଲକ୍ଷ ୭୩ ହଜାର ଟଙ୍କା ପଇଠ କରିବାକୁ ବାଧ୍ୟ କରୁଛନ୍ତି। କରୋନା ପାଇଁ ଏତେ ବିଲ୍‌ କିପରି ହେଲା। ତଥାପି ଆଉ ୩୦/୪୦ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ ମଧ୍ୟ ମୃତଦେହକୁ ଛଡ଼ାଯାଉନି ବୋଲି ଦୀନବନ୍ଧୁ କୋହଭରା କଣ୍ଠରେ କହିଛନ୍ତି। ମୃତଦେହ ନ ଛାଡ଼ିଲେ ରବିବାର ଥାନାରେ ଅଭିଯୋଗ
କରିବୁ ବୋଲି ଦୀନବନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri