ଗଙ୍ଗୁଆ ପାଇଁ ପ୍ରଦୂଷିତ ହେଉଛି ଦୟା

ଭୁବନେଶ୍ୱର,୨୦।୩ (ବ୍ୟୁରୋ)କିମ୍ବଦନ୍ତୀ ଦୟାନଦୀ ଏବେ ପ୍ରଦୂଷଣରେ ଜର୍ଜରିତ। ଭୁବନେଶ୍ୱରର ସମସ୍ତ ବର୍ଜ୍ୟବସ୍ତୁ ଗଙ୍ଗୁଆ ଦ୍ୱାରା ଦୟାନଦୀରେ ମିଶି ଅତ୍ୟନ୍ତ ବିଷାକ୍ତ ହେଉଛି। ଏଥିସହ ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଐଶ୍ୱର୍ଯ୍ୟ ଚିଲିକାକୁ ମଧ୍ୟ ପ୍ରଦୂଷିତ କରିଚାଲିଛି। ଏହି ସମ୍ବେଦନଶୀଳ ସମସ୍ୟାକୁ ନେଇ ରବିବାର ‘ଦୟାନଦୀର ପ୍ରଦୂଷଣମୁକ୍ତ ଓ ସୁରକ୍ଷା’ ଶୀର୍ଷକ ଏକ ଆଲୋଚନାଚକ୍ର ଦୟା ରାଉଣ୍ଡ ଟେବୁଲ ଅନୁଷ୍ଠିତ ହୋଇଯାଇଛି। ଦୟା ସୁରକ୍ଷା ଅଭିଯାନ, ମହାନଦୀ ବଞ୍ଚାଅ ଆନ୍ଦୋଳନ, ଓଡ଼ିଶା ନଦୀ ସୁରକ୍ଷା ସମିତି, ଲୋକଶକ୍ତି ଅଭିଯାନ, ନିର୍ମଳ ଦୟା, ସଂଯୁକ୍ତ କୃଷକ ମଞ୍ଚ, ପିପିଲି ସାଂସ୍କୃତିକ ପରିଷଦ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲୋହିଆ ଏକାଡେମୀଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଦୟାନଦୀ ଜଳ ପ୍ରଦୂଷଣ ଓ ଜବରଦଖଲକୁ ରୋକିବା ନିମନ୍ତେ ଏକ ଷ୍ଟିୟରିଂ କମିଟି ଗଠନ କରିବା, ଆଲୋଚନାଚକ୍ରରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଦାବିଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବ୍ୟାପକ ଆନ୍ଦୋଳନ, ଧାରଣା, ଧର୍ମଘଟ, ଆଇନଗତ ଲଢେଇ କରାଯିବା, ପ୍ରଦୂଷିତ ଗଙ୍ଗୁଆ ନାଳ ପାଇଁ ସମସ୍ୟା ହେଉଥିବାରୁ ଏହାର ସମାଧାନ କରିବା ତଥା ଗଙ୍ଗୁଆ ନାଳ ପରିବର୍ତ୍ତେ ନଦୀର ପୁନଃନାମକରଣ ‘ଗନ୍ଧବତୀ’ କରିବା ପାଇଁ ଦାବି କରାଯାଇଥିଲା।

ଭୁବନେଶ୍ୱର ସହର ଦେଇ ଗନ୍ଧବତୀ ନଦୀ ବା ଗଙ୍ଗୁଆ ନାଳ ବହିଯାଇଛି। ଏହି ନାଳର ୨୨ଟି ଜଳଉତ୍ସ ସହରର ସମସ୍ତ ବର୍ଜ୍ୟବସ୍ତୁକୁ ପ୍ରଦୂଷିତ ଜଳ ମାଧ୍ୟମରେ ନେଇ ୧୦ଟି ବଡ଼ ଡ୍ରେନରେ ଦୟାନଦୀରେ ମିଶି ପ୍ରଦୂଷଣ ସୃଷ୍ଟି କରୁଛି। ପୂର୍ବରୁ ଦୟାନଦୀ ଜଳକୁ ପାନୀୟ ଜଳ ଭାବେ ପ୍ରାୟ ୧୦ଟି ବ୍ଲକର ଲୋକେ ବ୍ୟବହାର କରୁଥିଲେ। ମାତ୍ର ଏବେ ଏହି ପ୍ରଦୂଷିତ ଜଳ ସର୍ବନିମ୍ନ ବ୍ୟବହାର ଉପଯୋଗୀ ମଧ୍ୟ ହୋଇପାରୁନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ ଏହି ପ୍ରଦୂଷିତ ଜଳକୁ ପାଇପ ଓ ଟ୍ୟାଙ୍କର ଯୋଗେ ଅବିଭକ୍ତ ପୁରୀ ଜିଲାର ପିପିଲି, ଡେଲାଙ୍ଗ, କଣାସ ଓ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ, ଟାଙ୍ଗୀ, ଚାନ୍ଦପୁର, ନୟାଗଡ଼ ଜିଲାର କନ୍ଧ ନୟାଗଡ଼ ଆଦି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଉଛି। ଏହି ପାଣିକୁ ବ୍ୟବହାର କରୁଥିବା ଲୋକମାନଙ୍କର ଜଣ୍ଡିସ, ବିଭିନ୍ନ ସଂକ୍ରମିତ ପେଟରୋଗ ଏବଂ ଚର୍ମରୋଗ ହେଉଛି। ଅପରପକ୍ଷେ କୃଷି, ପଶୁପାଳନ, ମାଛ ଉପତ୍ାଦନ ସମ୍ପୂର୍ଣ୍ଣ ବ୍ୟାହତ ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅଭିଯାନର ଆବାହକ ସଚିକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ସାମ୍ବିଧାନିକ ମୂଲ୍ୟବୋଧ’ ପୁସ୍ତକ ଲୋକାର୍ପିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?