ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍‌ ହେଲେ ବୋହୂ, ତଡ଼ିଦେଲେ ଶାଶୁଘର ଲୋକେ

ଜୟପୁର,୧ା୮: ରାଜସ୍ଥାନର ଜଣେ ବୋହୂ ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍‌ ହେବାରୁ ଶାଶୁଘର ଲୋକେ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ପୀଡ଼ିତା ନ୍ୟାୟ ପାଇଁ ପୋଲିସ ନିକଟରେ ଗୁହାରି କରିଛନ୍ତି।

ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲାର ସୁରଜଗଡ଼ର ଦୁଇ ନଂ ଓ୍ବାର୍ଡରେ ରହୁଥିବା ଉଷା ବୁଗାଲା ନିବାସୀ ନାନଡ ରାମଙ୍କ ପୁଅ ବିକାଶଙ୍କୁ ବିବାହ କରିଥିଲେ। ଉଷା କହିଛନ୍ତି, ଶାଶୁଘର ଲୋକେ ଏସ୍‌ଡିଏମ୍‌ ବୋହୂ ଚାହୁଁଥିଲେ। ଏଥିପାଇଁ ସେ ପ୍ରିଲିମ ପାସ୍‌ କରିଥିଲେ। ତା’ ପରେ ବିବାହ ହୋଇଗଲା। ମାତ୍ର ସେ ମେନ୍‌ ପରୀକ୍ଷାରେ ଫେଲ୍‌ ହୋଇଗଲେ। ଏହାପରଠାରୁ ସେମାନେ ତାଙ୍କୁ ଯୌତୁକ ମାଗିଥିଲେ।

୨୦୧୬ରେ ଉଷାଙ୍କ ବିବାହ ହୋଇଥିଲା। ସ୍ବାମୀ ବିକାଶ ପଲିଟେକ୍ନିକ କଲେଜରେ ଅଧ୍ୟାପକ ଥିଲେ। ଶାଶୁଘର ଲୋକ ତାଙ୍କ ସହ ବିବାହ କରିଥିଲେ ଏଥିପାଇଁ ୨୦୧୩ରେ ଉଷା ଆଇଏସ୍‌ର ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରିସାରିଥିଲେ। ସେ ଜାଣିଥିଲେ ମେନ୍‌ ପରୀକ୍ଷାରେ ମଧ୍ୟ ପାସ୍‌ କରିବେ। ମାତ୍ର ରେଜଲ୍ଟ ବାହାରିବା ପରେ ସେ ଫେଲ୍‌ ହୋଇଥିଲେ। ଏହା ଜାଣି ଶାଶୁଘର ଲୋକେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ। ଏପରିକି ଘରୁ ମଧ୍ୟ ତଡ଼ିଦେଇଥିଲେ। ଏନେଇ ଉଷା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀ…..

ଭୁବନେଶ୍ବର,୪।୬: ଜୁନ୍ ୪ ତାରିଖ ୨୦୨୪ ମସିହାରେ ଭାଜପା ବିଜେଡିକୁ ପରାଜୟର ସ୍ବାଦ ଚଖାଇଥିଲା । ଆଜକୁ ୨ ବର୍ଷ ପୂର୍ତ୍ତି ହୋଇଛି । ଏହି ଉପଲକ୍ଷେ…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ମମତାଙ୍କୁ ବଡ଼ ଝଟକା: ୨୮ ବର୍ଷର ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ, ତୃଣମୂଳ କଂଗ୍ରେସ (TMC) ଏବଂ ମମତା ବାନାର୍ଜୀ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି। ୨୮ ବର୍ଷର ଇତିହାସରେ…

ଚମକାଇଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କୋର୍ଟରେ ଏବେ ଏଆଇରେ ହେବ ସବୁ କାମ

ନୂଆଦିଲ୍ଲୀ,୪।୬: ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମିଟି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁସେଜ ଇନ କୋର୍ଟସ ୨୦୨୬’ (Artificial Intelligence Usage in Courts 2026) ର ଏକ…

ଖୋଲିଲା କେନ୍ଦ୍ରର ପାଣ୍ଠି: ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ବଡ଼ ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରୁଣା…

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ…

ମୌସୁମୀ ଛୁଇଁବା ପରେ ଓଡ଼ିଶାକୁ ଜାରି ହେଲା ଆଲର୍ଟ, ୪ ଦିନ ଯାଏ…

ଭୁବନେଶ୍ୱର,୪।୬: କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ ଛୁଇଁବା ନେଇ…

ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ହାଟଡ଼ିହୀ,୪l୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ମାଗଣାରେ ନିଜ ନିଜର ୨ ଏବଂ ୪ ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri