ସିଏମ୍‌ସି ପାଇଁ କୋହଳ ନିୟମ

କଟକ ଅଫିସ,୨୩ା୬:ମୋଟର ଯାନ ଆଇନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି କଟକ ମହାନଗର ନିଗମ( ସିଏମ୍‌ସି)। ସିଏମ୍‌ସି ପକ୍ଷରୁ ଚାଲୁଥିବା ଆମ୍ବୁଲାନ୍ସ ଦୀର୍ଘ ୯ବର୍ଷ ହେବ ଫିଟନେସ୍‌ ସାର୍ଟିଫିକେଟ ବିନା ଚାଲୁଛି। ଏପରି କି ଉକ୍ତ ଗାଡ଼ିର ପ୍ରପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ସାର୍ଟିଫିକେଟ ମଧ୍ୟ ନାହିଁ। ଫଳରେ ପ୍ରଚୁର ମାତ୍ରାରେ ଧୂଆଁ ବାହାରି ପରିବେଶକୁ ଦୂଷିତ କରୁଛି। ଏନେଇ ସିଏମ୍‌ସି ସହକାରୀ ଯନ୍ତ୍ରୀ ଶ୍ରବଣ କୁମାର ମହାନ୍ତିଙ୍କୁ ପଚାରିବାରୁ କୋଭିଡ୍‌ କାରଣରୁ ଶ୍ମଶାନକୁ ମୃତଦେହ ନେବା ପାଇଁ ଗାଡ଼ିର ଆବଶ୍ୟକତା ପଡ଼ିବାରୁ ଉକ୍ତ ଆମ୍ବୁଲାନ୍ସକୁ ବ୍ୟବହାର କରାଯାଉଛି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।
ଏମ୍‌-ପରିବହନ ଆପ୍‌ରୁ ମିଳିଥିବା ସୂଚନାଅନୁଯାୟୀ ସିଏମ୍‌ସିରେ ବ୍ୟବହାର ହେଉଥିବା ଟାଟା ୱିଙ୍ଗର ଆମ୍ବୁଲାନ୍ସ(ଓଆର୍‌୦୫-ଏଏଲ୍‌-୭୪୨୦) ୨୦୧୦ ସେପ୍ଟେମ୍ବର ୨୫ରେ ପଞ୍ଜୀକୃତ ହୋଇଥିଲା। ଉକ୍ତ ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ ୨୦୧୨ ସେପ୍ଟେମ୍ବର ୨୩ରୁ ଶେଷ ହୋଇଥିବାବେଳେ ପିୟୁସି ସାର୍ଟିଫିକେଟ ମଧ୍ୟ ନାହିଁ। ପରିବହନ ବିଭାଗର ନିୟମକୁ ଅବମାନନା କରି ସହରରେ ଉକ୍ତ ଆମ୍ବୁଲାନ୍ସ ବେଧଡ଼କ ଚଳାଚଳ କରୁଛି। ଗାଡିର ସମ୍ମୁଖ ପାର୍ଶ୍ୱରେ ସ୍ବର୍ଗ ରଥ ଲେଖାଯାଇଥିବାବେଳେ ପଛ ପାଖରେ ଅମ୍ବୁଲାନ୍ସ ଲେଖାଯାଇଛି। ଏସମ୍ବନ୍ଧରେ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଆପଣଙ୍କ ଜରିଆରେ ଏ ବାବଦରେ ଆମେ ଜାଣିବାକୁ ପାଇଲୁ। ଉକ୍ତ ଗାଡ଼ି ସମେତ ସିଏମ୍‌ସିର ଅନ୍ୟ ସବୁ ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌, ପଲ୍ୟୁଶନ୍‌ ସାର୍ଟିଫିକେଟ, ଇନ୍‌ସ୍ୟୁରାନ୍ସ ଆଦି କାଗଜପତ୍ର ଠିକ୍‌ କରିବାକୁ ସିଏମ୍‌ସିକୁ ପତ୍ର ଲେଖିବୁ ବୋଲି କହିଛନ୍ତି। ପରିବହନ ବିଭାଗ ସାଧାରଣ ଲୋକଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚକୁ କଡ଼ାକଡ଼ି କରି ଜରିମାନା ଆଦାୟ କରୁଥିବାବେଳେ ସିଏମ୍‌ସି ପ୍ରତି ଏତେ ନରମ ମନୋଭାବ କାହିଁକି ପୋଷଣ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଚାଲିଛି ଗୋଗୁଆ-୧ ଅଙ୍ଗନୱାଡି କେନ୍ଦ୍ର

ମହାକାଳପଡ଼ା,୧ା ୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତ ପରିସରରେ ଗୋଗୁଆ ଗ୍ରାମର ଏକ ନବନିର୍ମିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଅଙ୍ଗନୱାଡି କେନ୍ଦ୍ର (୧)ର ଶିଶୁମାନେ ପଢୁଥିବାର...

ପୁଣି ଏକ ମାଈହାତୀର ମୃତ୍ୟୁ

ବଣାଇ,୧୭ା୮(ସ୍ବ.ପ୍ର.): ସାରା ରାଜ୍ୟରେ ହାତୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜର କୁସୁମଡିହି ସେକ୍ସନର କେନ୍ଦୁଡିହି...

ଚିତ୍ରକୋଣ୍ଡା ଡ୍ୟାମ୍‌ର ସୁରକ୍ଷା ଯାଞ୍ଚ

ଚିତ୍ରକୋଣ୍ଡା,୧୯ା୧: ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍‌ରେ...

ମାଗଣାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୩ା୨(ଡି.ଏନ.ଏ.)-ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ତାରାତାରିଣିଙ୍କ ଚୈତ୍ର ଯାତ୍ରା ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖଠାରୁ ହେବ। ଏହାର ସୁପରିଚାଳନା ଲାଗି ଶନିବାର ଗଞ୍ଜାମ ଜିଲାପାଳ...

କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ

ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ...

ବରଗଡ଼ରେ ଝଡ଼ବର୍ଷା ସହ କୁଆପଥର ମାଡ଼

ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରୁ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଜନଜୀବନ ପ୍ରଭାବିତ...

ସାତକୋଶିଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଗଣିଆ, ୨୮।୧୨(ଡି.ଏନ.ଏ.): ନୂଆ ବର୍ଷ ପାଖେଇ ଅସୁଥିବା ବେଳେ ଧୀରେ ଧୀରେ ସାତକୋଶିଆରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ସାଉଥ୍‌ ବଡମୂଳ...

ପୁରୁଷୋତ୍ତମ ଏକ୍ସପ୍ରେସରୁ ୪୩ କେଜି ଗଞ୍ଜେଇ ଜବତ

ଭଦ୍ରକ ଅଫିସ, ୨୫।୪: ରେଲୱେ ବିଭାଗର ଅପରେଶନ ସତର୍କ ନାର୍କୋସ୍‌ ଅଧୀନରେ ଆର୍‌ପିଏଫ୍‌ ଏସ୍‌ କର୍ଟିଂ ପାର୍ଟି ଚେକିଂ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ପୁରୁଷୋତ୍ତମ...

Advertisement
Archives

Model This Week