ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୩।୧୨(ସ୍ବ.ପ୍ର.): ଦୁର୍ଗମ ଅଞ୍ଚଳ ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ, ସରକାରୀ ଯୋଜନାର କିଭଳି ଲାଭ ପାଇବେ, କିଭଳି ବିକାଶ ହେବ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଆଜି ବି ସେମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କ ଭଳି ସୁବିଧାରୁ ବର୍ଷ ବର୍ଷ ଧରି ବଞ୍ଚତ୍ତ। ବଣପାହାଡ଼ ଘରରେ ରହି ଆଦିବାସୀଙ୍କ ଜୀବନ ଅଭିଶପ୍ତ ପାଲଟି ଯାଇଛି। ନିର୍ବାଚନ ସମୟରେ ଭୋଟ ଦିଅନ୍ତି କିନ୍ତୁ ସେ ପ୍ରାର୍ଥୀ କିଏ ଜାଣନ୍ତି ନାହିଁ। ସରଳ ଆଦିବାସୀଙ୍କୁ ଭକୁଆ ବନାଇଥାନ୍ତି। ଆଜି ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ, ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କୁ ଗାଁରେ ଦେଖିନାହାନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେ ବି ପରାଧୀନ ଜୀନଯାପନ କରୁଛନ୍ତି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତ ବିଜ୍ରାଦର ଗାଁରେ। ବଣପାହାଡ଼ ଘେରା ମଧ୍ୟରେ ଏହି ଗାଁ ଅବସ୍ଥିତ। ଗାଁ ରାଜସ୍ବ ଗ୍ରାମ ହୋଇଥିବା ବେଳେ ଏଠାରେ ୧୭ଟି ଆଦୀବାସୀ ପରିବାର ଓ ୩ଟି ଦଳିତ ପରିବାରରୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ବଣଜଙ୍ଗଲ ଭିତରେ ରହି ଜୀବଜନ୍ତୁଙ୍କ ଭଳି ବଞ୍ଚୁଛନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ। ରାସ୍ତା ନ ଥିବାରୁ ୮ କି.ମି. ପାହାଡ଼ ଚଢ଼ି ଦେଦର ପଞ୍ଚାୟତକୁ ଆସିଥାନ୍ତି। କୌଣସି ଗର୍ଭବତୀ, ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ନଳକୂପ ନ ଥିବା ବେଳେ ଝରଣା ପାଣି ପିଉଛନ୍ତି। ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଛି, କିନ୍ତୁ କୌଣସି ଗୋଟିଏ ମଧ୍ୟ ଲାଇଟ ଜଳୁନାହିଁ। ସବୁଠାରୁ ଦୁଃଖର ବିଷୟ ଏହି ଗାଁରେ ସରଳି ଆଦିବାସୀ ଓ ଦଳିତ ପରିବାର ବାସ କରୁଥିବା ବେଳେ ଏମାନଙ୍କ ମୌଳିକ ଅଧିକାରକୁ ମଧ୍ୟ ଜୋରଜବରଦସ୍ତ ଛଡେଇ ନିଆଯାଏ। ନିର୍ବାଚିତ ପ୍ରତିନିଧିଙ୍କୁ ଦେଖି ନାହାନ୍ତି କିନ୍ତୁ ଭୋଟ ଦିଅନ୍ତି। କାହାକୁ ଭୋଟ ଦେଲେ ତାହା ମଧ୍ୟ ଜାଣନ୍ତି ନାହିଁ । ଭାରତ ସ୍ବାଧୀନତା ୭୫ ବର୍ଷରେ ପହଞ୍ଚତ୍ଥିବା ବେଳେ ଏବେ ବି ଏମାନେ ପରାଧୀନ ଜୀବନ କାଟୁଛନ୍ତି। ଏହି ଗାଁକୁ ଆଜି ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ, ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିକୁ ଗାଁକୁ ଆସିନାହାନ୍ତି କି ଗ୍ରାମବାସୀ ମଧ୍ୟ ଚିହ୍ନି ନାହାନ୍ତି। କେବେ ଏହି ବିଜ୍ରାଦର ଗ୍ରାମବାସୀ ସରକାରୀ ଯୋଜନାରେ ସାମିଲ ହେବେ। କେବେ ଉଇଁବ ବିକାଶର ସୂର୍ଯ୍ୟ, କେବେ ସ୍ବଚ୍ଛ ପାଣି ପିବେ, କେବେ ଏହି ଗାଁର ପିଲା ହାତରେ ଟାଙ୍ଗିଆ ବଦଳରେ ଖାତା କଲାମ ଧରିବେ ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri