କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ନବୀନ

ଖୋର୍ଦ୍ଧା,୨୩ା୫(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ଏମ୍‌ପି ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସ୍ଥାନୀୟ ହାବେଳି ପଡ଼ିଆରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ। ନବୀନ ଭଲ ତ’ ବୋଲି ଉପସ୍ଥିତ ଜନତାଙ୍କୁ ପଚାରିଥିଲେ। ଏଥିସହ ବିଏସ୍‌କେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା ଓ ଲକ୍ଷ୍ମୀବସ୍‌ ସେବା ଭଲ କି ବୋଲି ସେ ପ୍ରଶ୍ନ କରିବାରୁ ଜନତା ଏକସ୍ବରରେ ‘ହଁ’ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଜୁଲାଇରୁ ବିଦ୍ୟୁତ୍‌ ବିଲ୍‌ ଆସିବ ନାହିଁ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେ ଅପରାଜିତାଙ୍କୁ ଟାର୍ଗେଟ କରି କହିଲେ, ଏକାମ୍ର ଓ ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଭୁବନେଶ୍ୱର ଏମ୍‌ପି ଚେଷ୍ଟା କରିଥିଲେ।
ସଭାରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ୱର ଏମ୍‌ପି ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି। ଏମ୍‌ପି ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ। ଏମ୍‌ପି କହିିଛନ୍ତି ଯେ, ମନ୍ଦିରକୁ ୱାଟର କୁଲର୍‌ ଦେଇଛନ୍ତି ଓ ଗୋଟିଏ ଫୁଟ ଓଭର ବ୍ରିଜ୍‌ କରିଛନ୍ତି। କିନ୍ତୁ ଏତିକି କାମ ତ ସରପଞ୍ଚ ବି କରିଦେବେ। ଏମ୍‌ପିଙ୍କୁ ଲାଜ ଲାଗିବା କଥା। ଅପରାଜିତା ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଥିଲେ। ବିଭିନ୍ନ ଦାୟିତ୍ୱରେ ରହିଥିଲେ। ସେ ଚାହିଁଥିଲେ ଭୁବନେଶ୍ବର ପାଇଁ ଅନେକ ଯୋଜନା ଆଣିପାରିଥାନ୍ତେ। ଖୋର୍ଦ୍ଧାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିଥାନ୍ତା। ବେଙ୍ଗାଲୁରୁ ଓ ମଧ୍ୟପ୍ରଦେଶର ଭାଜପା ଏମ୍‌ପି ନିଜ ଅଞ୍ଚଳରେ ରିଂ ରୋଡ୍‌ କରିପାରିଲେ। ଭୁବନେଶ୍ୱର ରିଂ ରୋଡ୍‌ ପାଇଁ ଏଯାଏ ଇଟା ଖଣ୍ଡେ ପଡ଼ିନାହିଁ। ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରି ମୁଖ୍ୟମନ୍ତ୍ରୀ ଅନେକ ଥର ଚିଠି ଲେଖିଛନ୍ତି। ସଂସଦରେ ଏ ପ୍ରସଙ୍ଗ ଦିନେ ବି ଅପରାଜିତା ଉଠାଇନାହାନ୍ତି। ଏଠାକାର ପିଲାଙ୍କ ରୋଜଗାର ପାଇଁ ବି କିଛି କହିନାହାନ୍ତି। ନବୀନ ପଟ୍ଟନାୟକ କ’ଣ ସବୁ କରିଛନ୍ତି, ତା’ର ଲମ୍ବା ତାଲିକା ଦେଇଥିଲେ ପାଣ୍ଡିଆନ। ଖୋର୍ଦ୍ଧାରେ ଏକାଧିକ ରାଷ୍ଟ୍ରାୟତ୍ତ କମ୍ପାନୀ ପ୍ରତିଷ୍ଠା, ଶିଳ୍ପ ଅଭିବୃଦ୍ଧି ସହ ସ୍ଥାନୀୟ ନିଯୁକ୍ତି ବଢିବ।
ମଧ୍ୟବିତ୍ତ ମାଲାମାଲ୍‌ ହେବେ। ବିଜେଡି ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସହରାଞ୍ଚଳ ସହିତ ସମସ୍ତ ମଧ୍ୟବିତ୍ତଙ୍କୁ ବିଏସ୍‌କଓ୍ବୋଇ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତ ପିଲାଙ୍କ ପାଠପଢା ପାଇଁ ଶିକ୍ଷାଋଣ ଉପରେ ବି ସୁଧ ରିହାତି ମିଳିବ। ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର, ଛାତ୍ରୀଙ୍କ ପାଇଁ ୧୪ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ନିର୍ବାଚନ ଆସିଲେ ଭାଜପା ନେତା ଦେଖାଦେବେ, ପରେ ଆଉ ଦେଖାମିଳିବ ନାହିଁ। ବିଦ୍ୟୁତ୍‌ ବିଲ୍‌ ଛାଡ଼, ମିଶନ ଶକ୍ତି ମାଆଙ୍କୁ ଭତ୍ତା ପ୍ରତିଶ୍ରୁତି ସହିତ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ପାଣ୍ଡିଆନ ପ୍ରକାଶ କରିଛନ୍ତି। ଏହି ସଭାରେ ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଜୟଦେବ ପ୍ରାର୍ଥୀ ନବକିଶୋର ମଲ୍ଲିକ, ଜଟଣୀ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ସମେତ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଚାପିଦେଲା ଅଜଣାଗାଡ଼ି

ବାଣପୁର,୨୬ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଶୁକ୍ରବାର ବିଷ୍ଣୁଡିହ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ...

ଲଗାଣ ବର୍ଷାରେ ଧାନତଳି ନଷ୍ଟ ଆଶଙ୍କାରେ ଚାଷୀ

ନିରାକାରପୁର,୨୦ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନଜମିରେ ବର୍ଷା ପାଣି ଲହଡ଼ି...

ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୧୯ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ସଫା ନ ହେବା ଫଳରେ ପୋତିହୋଇଗଲାଣି। ଅଧିକାଂଶ ଡ୍ରେନ୍‌ ପଥର ଖସି ଭୁଶୁଡ଼ିପଡ଼ିଲାଣି।...

ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ

ବାଲୁଗାଁ,୧୨।୭: ଖୋର୍ଦ୍ଧା ଜିଲା ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ଘଟଣା...

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା,୧୨ା୭: ଖୋର୍ଦ୍ଧା ଜିଲାର ତାପଙ୍ଗ ଖଣି ପାଣିରୁ ୫ ଦିନ ଧରି ନିଖୋଜ ଥିବା ଓମ୍‌ ପ୍ରକାଶ ରଥଙ୍କ ମୃତଦେହ ସୋମବାର ମିଳିଛି। ଆଜି ସକାଳେ...

ଅବ୍ୟବସ୍ଥାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ

ଖୋର୍ଦ୍ଧା,୧୦।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପହିଛି। ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଏବଂ ଚିକିତ୍ସା ପାଇଁ...

ଖଣି ପୋଖରୀରେ ବୁଡି ଯୁବକ ନିଖୋଜ

ଖୋର୍ଦ୍ଧା,୯।୭: ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରେ ଏକ ଅଘଟଣ ଘଟିଛି। ତାପଙ୍ଗ ସ୍ଥିତ ଏକ ଖଣି ପୋଖରୀରେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri