Posted inଖେଳ

ବିବାହ ପରେ ବଲିଉଡ୍‌ର ବିଦାୟ ନେଇଥିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ବଲିଉଡ ଅଭିନେତ୍ରୀ ଗୀତା ବସ୍ରା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ ବିରତି ନେଇଥିଲେ। ଏହା ପରେ ସେ ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ, ସେ ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ସମୟରେ, ଗୀତା ତାଙ୍କ କ୍ୟାରିୟରର କାହିଁକ ବିରତି ନେଇଥିଲେ ସେ ସମ୍ପର୍କରେ କହିଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ’ମୋ ମା’ ଜଣେ କର୍ମଜୀବୀ ମହିଳା ଥିଲେ। ସେ ପୁରା ପରିବାରକୁ ବହୁତ ଭଲ ଭାବରେ ପରିଚାଳନା କରୁଥିଲେ। ମୁଁ ଯାହାବି କିଛି ହୋଇଛି ତାଙ୍କ ପାଇଁ। ମୁଁ ତାଙ୍କଠାରୁ ପ୍ରେରଣା ପାଇଛି। କୌଣସି ମହିଳାମାନେ ସେମାନଙ୍କର ପେସାକୁ ଛାଡିବା ଠିକ୍‌ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ମା’ ହେବା ସବୁଠାରୁ ସୁନ୍ଦର ଅନୁଭବ। ମୁଁ ଝିଅ ହିନାୟାଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରେ। ଏହା ମୋର ବ୍ୟକ୍ତିଗତ ପସନ୍ଦ ଯାହା ମୁଁ କାମ କରିବାକୁ ଚାହେଁ ନାହିଁ ।ମୁଁ ମାତୃତ୍ୱକୁ ବହୁତ ଉପଭୋଗ କରେ ଏବଂ ପ୍ରତ୍ୟେକ ମୂହୁର୍ତ୍ତରେ ଖୁସି ଅଟେ। ମୋର ଝିଅର ପ୍ରଥମ ଚାଲି, ପ୍ରଥମ ହସ ଏବଂ ପ୍ରଥମ କଥା ସବୁ ସୁନ୍ଦର ମୁହୂର୍ତ୍ତକୁ ମୁଁ ହାତଛଡ଼ା କରିବାକୁ ଚାହୁଁ ନ ଥିଲି। ’

ସେ ମଧ୍ୟ ପୁନର୍ବାର କାମକୁ ଫେରିବେ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, ମୁଁ ଜାଣେ ଯେ କେବଳ ମାତୃତ୍ୱ ଆପଣଙ୍କୁ ପରିଚୟ ଦେବ ନାହିଁ । ଏହା ଏକ ବ୍ୟକ୍ତିଗତ ପସନ୍ଦ। ମୁଁ ପୂର୍ବରୁ ଅଭିନୟକୁ ଉପଭୋଗ କରୁଥିଲି। ପୁନର୍ବାର ମୁଁ କାମ କରିବି ବୋଲି ସେ କହିଛନ୍ତି ।
ତେବେ ବଲିଉଡକୁ ଆସିବା ପୂର୍ବରୁ ଗୀତା ଏକ ଭଲ ମଡେଲ ହୋଇସାରିଛନ୍ତି। ସେ ଫିଲ୍ମ ‘ଦିଲ ଦିୟା ହରେ ଇମ୍ରାନ ହାସମିଙ୍କ ସହ ଡେବ୍ୟୁ କରିଥିଲେ। ଗୀତା ୨୦୧୫ ମସିହାରେ ଟିମ୍‌ ଇଣ୍ଡିଆର ସ୍ପିନ ବୋଲର ହରଭଜନ ସିଂଙ୍କୁ ବିବାହ କରିଥିଲେ। କୁହାଯାଏ ଯେ, ଦୁହେଁ ପରସ୍ପରକୁ ୩ ବର୍ଷରୁ ଅଧିକ ସମୟ ଡେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri