Posted inଖେଳ

କୋହଲିଙ୍କ ଉପରେ ରାଗିଗଲେ ଏହି କ୍ରିକେଟର୍‌, କହିଲେ ଏମିତି କଥା

ଚେନ୍ନାଇ,୧୮।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଯୁକ୍ତିତର୍କ କରିବା ପରେ ଇଂଲଣ୍ଡର ପୂର୍ବତନ ଖେଳାଳି କ୍ରମାଗତ ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରୁଛନ୍ତି। ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଡେଭିଡ ଲଏଡ୍‌ କୋହଲିଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ତାଙ୍କୁ ଅତି କମରେ ତିନିଟି ଟେଷ୍ଟ ପାଇଁ ବାସନ୍ଦ କରାଯିବାକୁ ଦାବି କରିଥିଲେ। ଲଏଡ୍‌ କହିଛନ୍ତି ଯେ, ଯଦି କୋହଲି ଅନ୍ୟ କୌଣସି ଖେଳରେ ଏପରି କାର୍ଯ୍ୟ କରନ୍ତି ତେବେ ତାଙ୍କୁ ସିଧାସଳଖ ବାସନ୍ଦ କରାଯାଇଥାନ୍ତା। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ କୋହଲି ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଏକ ନିଷ୍ପତ୍ତିକୁ ନେଇ ବିତର୍କ କରିଥିଲେ। ସେବେଠାରୁ ତାଙ୍କୁ ମ୍ୟାଚ ବାସନ୍ଦ ହେବାର ଆଶଙ୍କା ରହିଥିଲା। ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ କୋହଲିଙ୍କୁ ସମାଲୋଚନ କା କରିଥିଲେ।
ସୂଚନାଯୋଗ୍ୟ,ଚେନ୍ନାଇ ଟେଷ୍ଟର ତୃତୀୟ ଦିନରେ ପୁରା ବିବାଦ ହୋଇଥିଲା। ସ୍ପିନର ଅକ୍ଷର ପଟେଲ ଦିନର ଶେଷ ଓଭର ଫିଙ୍ଗିଥିଲେ। ତାଙ୍କ ଓଭରର ପ୍ରଥମ ବଲରେ ଉଇକେଟ କିପର ରିଷଭ ପନ୍ତ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଏକ କ୍ୟାଚ୍‌ ଧରି ଆଉଟ୍‌ ଅପିଲ କରିଥିଲେ କରିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିତିନ ମେନନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ପନ୍ତ କ୍ୟାପଟେନ କୋହଲିଙ୍କୁ ଡିଆରଏସ ନେବାକୁ କହିଥିଲେ। କୋହଲି ଡିଆରଏସ ନେଇଥିଲେ। ରିପ୍ଲେ ଦର୍ଶାଇଥିଲା ଯେ ବଲ ବ୍ୟାଟ୍‌ରେ ବାଜି ନଥିଲା। କିନ୍ତୁ ବଲ ଟ୍ରାକିଂରେ ଏହି ବଲ ସିଧାସଳଖ ରୁଟ ପ୍ୟାଡକୁ ବାଜିଥିବାର ଜଣାପଡିଥିଲା। ଏଭଳି ପରିସ୍ଥିତିରେ ସେ ଏଲବିଡବ୍ଲୁ ଆଉଟ୍‌ ହେବାର ମଧ୍ୟ ସମ୍ଭାବନା ଥିଲା। କିନ୍ତୁ ତାଙ୍କୁ ଅମ୍ପାୟାର ଆଉଟ୍‌ ଦେଇ ନ ଥିଲେ। ଏହା ଦେଖି କୋହଲି ରାଗିଯାଇ ଅମ୍ପାୟାର ମେନନଙ୍କ ସହ କଥା ହେବା ଆରମ୍ଭ କଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା। କିନ୍ତୁ ଅମ୍ପାୟାରଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଡ୍ରେସିଂ ରୁମରେ ବସିଥିବା କୋଚ ରବି ଶାସ୍ତ୍ରୀ ମଧ୍ୟ ଏହି ନିଷ୍ପତ୍ତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri