Posted inଖେଳ

କ୍ରିକେଟରେ ସବୁଠୁ ଦୁଃଖଦ ଦିନ: ସମଗ୍ର କ୍ରିକେଟ ଜଗତ ଶୋକରେ ଯାଇଥିଲା ବୁଡି

ସିଡନୀ,୨୭।୧୧:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୬ ବର୍ଷ ପୂର୍ବେ ଆଜିର ଦିନରେ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ ଫିଲ ହ୍ୟୁଜ ଜୀବନର ଯୁଦ୍ଧରେ ହାରି ଯାଇଥିଲେ। ୨୦୧୪, ନଭେମ୍ବର ୨୭ରେ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଅକାଳ ମତ୍ୟୁରେ ସମଗ୍ର କ୍ରିକେଟ ଜଗତ ଶୋକରେ ବୁଡ଼ି ଯାଇଥିଲା। ସିଡନୀରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚ ସମୟରେ ଆହତ ହୋଇଥିବା ହ୍ୟୁଜ୍‌ ତାଙ୍କର ୨୬ତମ ଜନ୍ମଦିନର ତିନି ଦିନ ପୂର୍ବରୁ ଦୁନିଆରୁ ବିଦାୟ ଜଣାଇଥିଲେ। ଶେଫିଲ୍ଡ ସିଲ୍ଡ ଟ୍ରଫି ମ୍ୟାଚରେ ଦକ୍ଷିଣ ଅଷ୍ଟ୍ରେଲିଆ ପାଇଁ ଖେଳୁଥିବା ଫିଲ ହ୍ୟୁଜ୍‌ ନଭେମ୍ବର ୨୫ରେ ନ୍ୟୁ ସାଉଥ ୱେଲ୍ସର ଦ୍ରୁତ ବୋଲର ସଚିନ ଆବଟ୍ଟଙ୍କ ବାଉନ୍ସରକୁ ହୁକ୍‌ କରିବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ। ବଲଟି ହେଲମେଟର ତଳ ଭାଗରେ ତାଙ୍କ ମୁଣ୍ଡକୁ ବାଜିଥିଲା। ହ୍ୟୁଜ ୬୩ ରନ ସ୍କୋରରେ ଖେଲୁଥିଲେ। ବଲ ବାଜିବା ପରେ ପରେ ହ୍ୟୁଜ ମୁଣ୍ଡ ନୁଆଁଇଥିଲେ। କିନ୍ତୁ କିଛି କ୍ଷଣ ମଧ୍ୟରେ ସେ ଚେତାଶୂନ୍ୟ ହୋଇ ପିଚରେ ପଡ଼ିଯାଇଥିଲେ। ତାଙ୍କ ଆଘାତ ଏତେ ଗୁରୁତର ଥିଲା ଯେ ମ୍ୟାଚକୁ ସେଠାରେ ବନ୍ଦ କରିବାକୁ ପଡିଥିଲା। ସେ ୪୯ତମ ଓଭରର ତୃତୀୟ ବଲରେ ଆଘାତ ପାଇବା ପରେ ଚାରି ଦିନିଆ ମ୍ୟାଚ ଆଉ ଅଧିକ ଖେଳାଯାଇ ନ ଥିଲା। ଆହତ ହ୍ୟୁଜଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ନେବାକୁ ପଡିଥିଲା। ତାଙ୍କୁ କୋମା ଅବସ୍ଥାରେ ସେଣ୍ଟ ଭିନ୍ସେଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହ୍ୟୁଜ୍‌ଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନଥିଲା। ଡିସେମ୍ବର ୩ରେ ହ୍ୟୁଜଙ୍କୁ ତାଙ୍କ ସହର ମ୍ୟାକ୍ସଭିଲରେ ଶବଦାହ କରାଯାଇଥିଲା। ହ୍ୟୁଜ ହାରାହାରି ୩୨.୬୫ରେ ୨୬ଟି ଟେଷ୍ଟରେ ୧୫୩୫ ରନ ସ୍କୋର କରିଥିଲେ। ଟେଷ୍ଟ ମ୍ୟାଚରେ ସେ ୩ଟି ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଥିଲେ। ୨୫ ଟି ଏକଦିବସୀୟରେ ହାରାହାରି ୩୫.୯୧ରେ ଦୁଇ ଶତକ ଏବଂ ୪ ଅର୍ଦ୍ଧଶତକ ସହାୟତାରେ ହ୍ୟୁଜ ୮୨୬ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri