ଶହୀଦ ମିନାରରେ ଉଡ଼ୁଛି ଫଟା ତ୍ରିରଙ୍ଗା

ପାପଡାହାଣ୍ଡି, ୧୪।୪(ଡି.ଏନ୍‌.ଏ.): ଉଦଘାଟନର ଚାରି ମାସ ପରେ ଫାଟିଗଲା ଶହୀଦ ମିନାରରେ ଲାଗିଥିବା ପତାକା। ଶହୀଦ ମୀନାରରେ ଏବେ ଉଡୁଛି ଫଟା ତ୍ରିରଙ୍ଗା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବୁଧବାର ସାରେ ତରବରିଆ ଭାବେ ପତକାକୁ ଅଧା ତଳକୁ କରି ରଖାଯାଇଛି। ରାଜ୍ୟ ଶହୀଦ ସ୍ମୃତି କମିଟି ସଭାପତି ମନୋରଞ୍ଜନ ତ୍ରିପାଠୀ ଘଟଣାକୁ ନିନ୍ଦା କରିଛନ୍ତି। ଏହାର ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।
ମସିହାର ଭାରତ ଛାଡ଼ ଆନ୍ଦୋଳନର ମୁକ ସାକ୍ଷୀ ହେଉଛି ପାପଡାହାଣ୍ଡି ଶହୀଦ ମିନାର। ପ୍ରତିବର୍ଷ ଅଗଷ୍ଟ ୨୪ରେ ଏହାକୁ ମନେ ପକାଇ ଜିଲା ପ୍ରଶାସନ ପାଳୁଛି ଶହୀଦ ଦିବସ। ହେଲେ ପରବର୍ତୀ ପର୍ଯ୍ୟାରେ ଭୁଲି ଯାଉଛି ଏହାର ରକ୍ଷାଣ ବେକ୍ଷଣ। ଗତ ଡିସେମ୍ବର ୩ରେ ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ପାଣ୍ଠିରୁ ୧୦ଲକ୍ଷ ବ୍ୟାୟ କରି ଶହୀଦ ମୀନାରର ୧୦୦ଫୁଟ ଉଚ୍ଚରେ ତ୍ରିରଙ୍ଗା ଲଗାଯାଇଥିଲା। ଏହାକୁ ଦେଖିବାକୁ ଜିଲାର କୋଣ ଅନୁକୋଣରୁ ଲୋକଙ୍କ ସମାଗମ ହେଉଥିଲା। ହେଲେ ବିଡ଼ମ୍ବନାରା ବିଷୟ ୪ମାସ ଭିତରେ ତ୍ରିରଙ୍ଗା ପତକା ଫାଟି ଯାଇଛି। ଏହାକୁ ଦେଖି ଲୋକେ ଅସନ୍ତୋଷ ଜାହିର କରୁଛନ୍ତି। ଖରା, ବର୍ଷା ଓ ଶୀତରେ ବି ପତକାକୁ କିଛି ହେବ ନାହିଁ ବୋଲି ଆଲୋଚନା ହେଉଥିଲା। ପତକାର ସ୍ଥାୟୀତ୍ୱକୁ ନେଇ ଏବେ ସନ୍ଦେହ ବଢିଯାଇଛି। ସୋସିଆଲ ମିଡିଆରେ ଫଟା ପତାକାକୁ ନେଇ ଭିଡିଓ ଭାଇରଲ ହେଉଛି। ଏହାର ତଦନ୍ତ କରିବାକୁ ଦାବି ହୋଇଛି । ଏ ନେଇ ବିଡ଼ିଓ ରଞ୍ଜିତା ମଲିକଙ୍କୁ ପଚାରିବାରୁ ଆଇଟିଡ଼ିଏ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି । ଘଟଣା ସମ୍ପର୍କରେ ପିଏ ଆଇଟିଡ଼ିଏଙ୍କୁ ଜଣାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ ବ୍ୟକ୍ତି ବିଶେଷ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ବାଘଛାଲ ବିକ୍ରି କରୁଥିବା ବେଳେ ରେଡ୍‌ କଲା ବନବିଭାଗ, ୩…

ନବରଙ୍ଗପୁର,୨୩।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘ ଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ…

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ…

ଧାନମଣ୍ଡି ଅବ୍ୟବସ୍ଥା: ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ

ନବରଙ୍ଗପୁର,୧୪ା୧(ସଦାଶିବ ପ୍ରହରାଜ): ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା। ଚାଷୀଙ୍କୁ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ କଟ୍‌ନି ଛଟ୍‌ନି ବାହାନାରେ ଶୋଷଣ। ସାମାନ୍ୟ ବିଳମ୍ବରେ ଧାନମଣ୍ଡିରେ…

୧୩ରେ ନବରଙ୍ଗପୁରରେ ହେବ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର,୧୨।୧ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ଜିଲା ବିଜେଡି ସଭାପତି ମନୋହର ରନ୍ଧାରୀ ଭାଜପା ସରକାରଙ୍କ ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri