ସରିଯିବ କୋଭିଶିଲ୍ଡ ଟିକା

ଭୁବନେଶ୍ୱର, ୧୯।୭(ବ୍ୟୁରୋ):କରୋନା ପ୍ରତିଷେଧକ ଭାବେ ରାଜ୍ୟରେ ବ୍ୟବହାର କରାଯାଉଥିବା କୋଭିଶିଲ୍ଡ ଟିକା ଆସନ୍ତା ଦୁଇତିନି ଦିନ ଭିତରେ ସରିଯିବ। ସବୁ ଜିଲାରେ କମ୍‌ ସଂଖ୍ୟକ କୋଭିଶିଲ୍ଡ ଟିକା ମହଜୁଦ ଥିବାବେଳେ ରାଜ୍ୟରେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍‌ ରହିଛି। ପୂର୍ବରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁରକୁ ବାଦ୍‌ଦେଲେ ବାକିସବୁ ସ୍ଥାନରେ କୋଭିଶିଲ୍ଡ ଟିକା ଦିଆଯାଉଥିଲା। ଏବେ ପ୍ରିକଶନ ବା ବୁଷ୍ଟର ଡୋଜ୍‌ ପାଇଁ ଅଧିକ କୋଭିଶିଲ୍ଡ ଟିକା ଆବଶ୍ୟକ ହେଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ଟିକାକରଣ ରାଜ୍ୟ ନୋଡାଲ ଅଫିସର ଡା. ବିଜୟ ପାଣିଗ୍ରାହୀ କହିଛନ୍ତି।
ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବାବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ଟିକା ଶେଷ ହୋଇଯିବା ମଧ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ୧୫ ତାରିଖରୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯାଉଥିବାରୁ ଏବେ ଟିକାକରଣ ପାଇଁ ସବୁ କେନ୍ଦ୍ରରେ ଭିଡ଼ ଦେଖାଯାଉଛି। ତେଣୁ କୋଭିଶିଲ୍ଡର ଆବଶ୍ୟକତା ମଧ୍ୟ ବଢ଼ିଯାଇଛି। ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, କୋଭିଶିଲ୍ଡ ଟିକା ଧୀରେ ଧୀରେ ସରିଆସିଲାଣି। କିନ୍ତୁ ରାଜ୍ୟରେ ପ୍ରାୟ ୭ ଲକ୍ଷ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି। ତେଣୁ ପର୍ଯ୍ୟାପ୍ତ ପରିମାଣର କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି।
ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୮ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮କୁ ବୃଦ୍ଧି ପାଇଛି। କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି। ସ୍ଥିତି ଉପରେ ନଜର ରଖିବା ସହ ଟେଷ୍ଟିଂ ବଢ଼ାଇବାକୁ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି। ଆବଶ୍ୟକସ୍ଥଳେ ବେଡ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲାରେ ଯେପରି ସଫଳ ହୋଇଥିଲୁ, ସେପରି ସଫଳ ହେବୁ। ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସ୍ଥିତିର ତଦାରଖ କରୁଛନ୍ତି। ସେହିପରି ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ମେଡିସିନ ମହଜୁଦ ରଖିବା ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଳକୁ ଗାଧୋଇ ଯାଇଥିବା ବେଳେ ପଥର ସନ୍ଧିରେ ଫସିଲା ବାଳକଙ୍କ ଗୋଡ଼: ୪ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର

ହରଭଙ୍ଗା,୨।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା।...

ରାଜଧାନୀରେ ଝଲସିବ ଯୋଧପୁର ରାଜପ୍ରାସାଦ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ମା’ ଜଗଜ୍ଜନନୀଙ୍କ ଆବାହନ ପାଇଁ ଏବେଠୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ବାରି ହୋଇପଡୁଛି। ସମସ୍ତେ ମା’ଙ୍କ ଧରାବତରଣ ପାଇଁ ଚାହିଁ ବସିଛନ୍ତି। ଏଥିପାଇଁ...

ଶ୍ରମିକ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ

ଟିଟିଲାଗଡ଼, ୫।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ...

ପୌରାଧ୍ୟକ୍ଷ ଆଶାୟୀ ତାଲିକା ବଢୁଛି

ପାରାଦୀପ,୩ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବୁଧବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ହେଲେ ପାରାଦୀପ ପୌର ପରିଷଦରେ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି।...

କରୋନା ହଟ୍‌ସ୍ପଟ୍‌ ତାଲିକା: ରେଡ୍‌ ଜୋନ୍‌ରେ ଭଦ୍ରକ

ଭଦ୍ରକ ଅଫିସ,୧।୫: କରୋନା ହଟ୍‌ସ୍ପଟ୍‌ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର...

ଟ୍ରକ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ: ମହିଳା ରୋଗୀଙ୍କ ସମେତ ୩ଜଣଙ୍କ ଜୀବନ ଗଲା

ଚଣ୍ଡିଖୋଲ, ୧।୫ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଓ ବଡଚଣା ମଧ୍ୟସ୍ଥଳୀରେ ଶନିବାର ବିଳମ୍ବିତ ରାତିରେ ଏକ...

୩ ଟଙ୍କା ଭାଟ୍‌ କମାଇଲେ ରାଜ୍ୟ ସରକାର

ଭୁବନେଶ୍ୱର, ୬।୧୧(ବ୍ୟୁରୋ): କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଟିକସ ହ୍ରାସ କରିବା ପରେ ରାଜ୍ୟ ସରକାର ଏହା ଉପରୁ ମୂଲ୍ୟଯୁକ୍ତ...

ଦେଖିବାକୁ ମିଳୁନି ବିଜୁ ଗାଁ ଗାଡ଼ି

କଟକ ଅଫିସ, ୧୧।୧୦: ରାଜ୍ୟର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଗମନାଗମନ ସୁବିଧା କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୪ ଫେବୃୟାରୀରେ...

Advertisement
Archives

Model This Week