ପ୍ରେମିକାଙ୍କୁ ଅସଦାଚରଣ କରିବାରୁ ଗାଡ଼ି ଚାଳକଙ୍କୁ ହତ୍ୟା

ବୋରିଗୁମ୍ମା,୧୦ା୨: ଭୁବନେଶ୍ୱରରୁ ଗାଡ଼ି ଭଡ଼ାରେ ନେଇ ଚାଳକଙ୍କୁ ହତ୍ୟାକରି କାର୍‌ ନେଇ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ପୋଲିସ ଗିରଫ କରିଛି। କାର୍‌ ଭଡ଼ା ନେଇ କୋରାପୁଟ ଆସିଥିବା ପ୍ରେମୀ ଯୁଗଳ ହିଁ ସୁଧୀର ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ବୋରିଗୁମ୍ମା ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବୁଧବାର ସୂଚନା ଦେଇଛନ୍ତି। ଗିରଫ ପରେ ପ୍ରେମୀଯୁଗଳଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏସ୍‌ପି ଗୁଣ୍ଟୁପାଲି କହିଛନ୍ତି, କୋରାପୁଟ ଜିଲାର ଗୁପ୍ତେଶ୍ୱର ଯିବାକୁ ପ୍ରେମୀ ଯୁଗଳ ଗତ ମାସ ୨୫ତାରିଖରେ କୋରାପୁଟରେ ପହଞ୍ଚତ୍ ଥିଲେ। ରାତି ୧୦ଟାରେ ସେମାନେ ଏକ ଢାବାରେ ପହଞ୍ଚିଥିଲେ । ସେଠାରେ ଗାଡ଼ି ଚାଳକ ସୁଧୀର ଓ ଅଭିଯୁକ୍ତ ପ୍ରେମୀଯୁଗଳ ମଦ୍ୟପାନ କରି ଖାଇ ଥିଲେ। ପରେ ସେମାନେ ଗୁପ୍ତେଶ୍ୱର ପରିବର୍ତ୍ତେ ବଲାଙ୍ଗୀର ଜିଲା ହରିଶଙ୍କର ଯିବାକୁ ବାହାରିଥିଲେ। କାର୍‌ ଚାଳକ ସୁଧୀର ଅତ୍ୟଧିକ ମଦ୍ୟପାନ କରିଥିବାରୁ ଅଭିଯୁକ୍ତ ହିଁ କାର୍‌ ଚଳାଇ ରାଣୀଗଡ଼ ରାସ୍ତାରେ ଆସୁଥିଲେ। ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟରେ ଗାଡ଼ି ରଖି ୩ ଜଣ ଶୋଇ ପଡ଼ିଥିଲେ। ଏହି ସମୟରେ ସୁଧୀର ଅଭିଯୁକ୍ତଙ୍କ ପ୍ରେମିକାଙ୍କ ଦେହରେ ବାରମ୍ବାର ହାତ ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମୀଯୁଗଳ ଗାମୁଛାରେ ସୁଧୀରଙ୍କ ବେକ ଚିପି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଛତ୍ରଲା ନିକଟରେ ସୁଧୀରଙ୍କ ମୃତଦେହ ଫିଙ୍ଗି ବୋରିଗୁମ୍ମା ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ରାଉରକେଲା ଅମରଭବନ ହୋଟେଲରେ ଥିବା ସୂଚନା ପାଇ ପୋଲିସ ସେଠାରୁ ପ୍ରେମୀଯୁଗଳଙ୍କୁ ଗିରଫ କରିଥିଲା। ପୋଲିସ ତାଙ୍କଠାରୁ କାର୍‌, ୩ଟି ମୋବାଇଲ ଫୋନ ଜବତ କରିଛି। ପ୍ରେମିକଙ୍କ ଘର ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରେମିକାଙ୍କ ଘର ବିଞ୍ଝାରପୁର ଅଞ୍ଚଳରେ ବୋଲି ଏସ୍‌ପି କହିଛନ୍ତି। ୩୫ ବର୍ଷୀୟ ପ୍ରେମିକ ଜଣକ ବିବାହିତ। ସେ ୨୦ ବର୍ଷୀୟା ପ୍ରେମିକାଙ୍କୁ ନେଇ ଭୁବନେଶ୍ୱର ନନ୍ଦନକାନନ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଲିଭ୍‌ ଇନ୍‌ ରିଲେଶନରେ ରହି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri