୫ମିନିଟ୍‌ ବ୍ୟବଧାନରେ ଜୀବନ ହାରିଲେ ଦମ୍ପତି

ସମ୍ବଲପୁର,୩୦ା୧୨(ବ୍ୟୁରୋ):ଅଗ୍ନିକୁ ସାକ୍ଷୀ ରଖି ସାତଜନମକୁ ସାଥି ହୋଇଥିଲେ। ଗୋଟିଏ ଜନମ ବେଶ୍‌ ହସଖୁସିରେ ଜୀବନ ଅତିବାହିତ କଲେ। ମୃତ୍ୟୁ ସମୟରେ ବି ପରସ୍ପରଠାରୁ ଅଲଗା ହେଲେ ନାହିଁ। ମାତ୍ର ୫ମିନିଟ୍‌ ବ୍ୟବଧାନରେ ଆରପାରିକୁ ଚାଲିଯାଇଛନ୍ତି ଏକ ଦମ୍ପତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲା ଡଙ୍ଗାପାଲ ଗ୍ରାମରେ। ଗ୍ରାମର କାର୍ତ୍ତିକ ପ୍ରଧାନ (୭୨) ଓ ସ୍ତ୍ରୀ ଅନସୂୟା (୬୭)ଙ୍କ ଗୁରୁବାର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ କାର୍ତ୍ତିକ ବହୁଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସ୍ତ୍ରୀ ଅନସୂୟା ତାଙ୍କ ସେବାଶୁଶ୍ରୂସା କରୁଥିଲେ। ୧୦ବର୍ଷ ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବା ବେଳେ ଝିଅ ପ୍ରଭାତୀଙ୍କୁ ଅନ୍ୟତ୍ର ବାହା ଦେଇଛନ୍ତି। ବାର୍ଦ୍ଧକ୍ୟ ସମୟରେ ମଧ୍ୟ ସ୍ବାଭିମାନକୁ ବଞ୍ଚାଇବାକୁ ଯାଇ ସେମାନେ କାହାର ସହଯୋଗ ନେଇ ନ ଥିଲେ। ହେଲେ ଦଇବ କିଛି ଅଲଗା ଳେଖିଥିଲା। ମଙ୍ଗଳବାର ଗାଧୋଇବାକୁ ଆସିବା ସମୟରେ ଅନସୂୟା ହଠାତ୍‌ ପଡିଯାଇ ଆହତ ହୋଇଥିଲେ। ଖବର ପାଇ ଝିଅ ପ୍ରଭାତୀ ଗ୍ରାମରେ ପହଞ୍ଚତ୍ ମା’ଙ୍କୁ ବୁର୍ଲା ମେଡିକାଲକୁ ନେଇଥିଲେ। ଦୁଇଦିନ ହେଲା ଅନସୂୟା ଚିକିତ୍ସିତ ହେଉଥିବା କାର୍ତ୍ତିକ ଜାଣିପାରି ଭାଙ୍ଗିପଡିଥିଲେ। ଏପରି କି ଖାଇବା ମଧ୍ୟ ଛାଡି ଦେଇଥିଲେ। ଗୋଟିଏପଟେ ସ୍ବାସ୍ଥ୍ୟଗତ ସମସ୍ୟା ଓ ଅନ୍ୟପଟେ ଅନସୂୟା ମେଡିକାଲରେ ଭର୍ତ୍ତିହେବା ଖବର ତାଙ୍କୁ ମ୍ରିୟମାଣ କରିଦେଇଥିଲା। ଶେଷରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟରେ କାର୍ତ୍ତିକ ମୃତ୍ୟୁବରଣ କରିଥିଲେ। ପରିଜନ ଏହା ଜାଣିବା ପରେ ବୁର୍ଲା ମେଡିକାଲରେ ଥିବା ଝିଅକୁ ଏ ସମ୍ପର୍କରେ ଜଣାଇଥିଲେ। ପ୍ରଭାତୀ ଓଲଟା ମାଆ ମଧ୍ୟ ଜୀବନ ହାରିଦେଇଥିବା ବନ୍ଧୁବାନ୍ଧବଙ୍କୁ କହିଥିଲେ। ଉଭୟଙ୍କ ମୃତ୍ୟୁ ପ୍ରାୟ ୫ରୁ ୭ ମିନିଟ ଭିତରେ ହୋଇଥିବା ପରିବାରବର୍ଗ କହିଛନ୍ତି। ଅନ୍ୟପଟେ ଏହି ଘଟଣା ପ୍ରଚାର ହେବା ପରେ ଡଙ୍ଗାପାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମର ଶତାଧିକ ମହିଳାପୁରୁଷ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ ଅନସୂୟାଙ୍କ ମୃତଦେହ ପଡିରହିଥିଲା। ମୃତଦେହ ବ୍ୟବଚ୍ଛେଦ ହେବା ପରେ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ଓ ପୋଲିସ କହୁଥିବା ପରିବାର ବର୍ଗ କହିଛନ୍ତି। ତେଣୁ କାର୍ତ୍ତିକଙ୍କ ମୃତଦେହ ସତ୍କାର କରାଯାଇ ନ ଥିଲା। ଦମ୍ପତିଙ୍କ ଏକାସାଥିରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସି କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?