ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି ୨ ଦୃର୍ବୃତ୍ତ ମାରପିଟ କରିଛନ୍ତି। ଏଥିରେ ରାଜକିଶୋର ମହାନ୍ତି(୫୦) ଓ ତାଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା ମହାନ୍ତି(୪୫) ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାରମ୍ଭିକ ଚିକିତ୍ସା ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ରାଜ କିଶୋରଙ୍କ ପୁତୁରା ସତ୍ୟଜିତ ମହାନ୍ତିଙ୍କ ସହ ଗ୍ରାମର କେତେଜଣ ଲୋକେ ଗୁରୁବାର ସାମୁଦ୍ରିକ ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୫୪/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି ଟିଭି ଫୁଟେଜ ଆଧାର କରି ତଦନ୍ତକୁ ତ୍ୱରାନ୍ବିତ କରିଛି ପୋଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚତ୍ ପରିବାର ଲୋକଙ୍କୁ ପଚରାଉଚରା କରିଛି। ପୋଲିସ ପଟ୍ରୋଲିଙ୍ଗ ପାଇଁ ଲୋକେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କୁ ପଚାରିବାରେ ସିସି ଟିଭି ଫୁଟେଜ ଓ ବିଭିନ୍ନ ତଥ୍ୟ ଆଧାରରେ ଦୃର୍ବୃତ୍ତଙ୍କୁ ଖୁବ୍ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ବୋଲି କହିଛନ୍ତ। ରକ୍ତଭିଜା କପଡା ଜବତ ହୋଇଛି। ସୂଚନା ଅନୁସାରେ ବୁଧବାର ରାତିରେ କେହି କବାଟ ବାଡେଇବା ପରେ ରାଜକିଶୋର ଓ ତାଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା ବାହାରକୁ ବାହାରିଥିଲେ। ଏହି ସମୟରେ ବାହାରେ ୨ଜଣ ଅଜଣା ଲୋକ ଠିଆ ହୋଇଥିଲେ। ପରିଚୟ ମାଗିବା ପରେ ଦୃର୍ବତ୍ତମାନେ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ମୋବାଇଲ ଚଡାଇ ନେଇ ସେଠାରୁ ଫେରାର ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପୁତୁରା ସତ୍ୟଜିତ ଓ ପରିବାର ଲୋକେ ଉଠି ସେମାନଙ୍କ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

