Posted inଖେଳ

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ ଓଡ଼ିଶା। ଯୋଧପୁରର ବର୍କତୁଲା ଖାଁ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚରେ ଓଡ଼ିଶା ଦଳ ୨ ରନରେ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି। ଲୋ ସ୍କୋରିଂ ବିଶିଷ୍ଟ ମ୍ୟାଚରେ କୋଣାର୍କ ସୂର୍ଯ୍ୟସ ୨୦ ଓଭରରେ ୯ ଉଇକେଟ ହରାଇ ୧୦୪ ରନ କରିଥିଲା। ମାତ୍ର ଚମତ୍କାର ବୋଲିଂ ଓ ଫିଲ୍ଡିଂ କରି ଇରଫାନ ପଠାନଙ୍କ ଦଳ ମଣିପାଲ ଟାଇଗର୍ସ ସ୍କୋରକୁ ୨୦ ଓଭରରେ ୧୦୨/୮ରେ ସୀମିତ ରଖିଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିବାବେଳେ ଇରଫାନ ୧୦ ରନଦେଇ ଗୋଟିଏ ଉଇକେଟ ନେଇଥିଲେ। ଶେଷ ଓଭରର ପ୍ରଥମ ବଲ୍‌ ୱାଇଡ୍‌ ଓ ପରବର୍ତ୍ତୀ ବଲ୍‌ ଛକା ହେବାରୁ ଚାପକୁ ଆସି ଯାଇଥିଲେ ଇରଫାନ। ମାତ୍ର ଧୈର୍ଯ୍ୟ ରଖି ସେ ପରବର୍ତ୍ତୀ ୫ଟି ବଲ୍‌ ଚମତ୍କାର ବୋଲିଂ କରି ମ୍ୟାଚ ଜିତାଇଥିଲେ। ଶେଷ ବଲ୍‌ରୁ ୩ ରନ ଆବଶ୍ୟକ ହେଉଥିବାବେଳେ ଓବୁସ ପିନାରଙ୍କବଡ ଶଟ୍‌କୁ ଅମ୍ବାତି ରାୟୁୁଡ଼ୁଙ୍କୁ କ୍ୟାଚ କରିବା ସହ ଓଡ଼ିଶା ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।
ଲୋ ସ୍କୋରିଂ ମ୍ୟାଚ ହୋଇଥିବାରୁ କୋଣାର୍କ ସୂର୍ଯ୍ୟସ ଦଳକୁ ଭଲ ଆରମ୍ଭ କରିବା ଆବଶ୍ୟକ ହେଉଥିଲା। ଚମତ୍କାର ଆରମ୍ଭ କରିଥିଲେ ଦଳର ତାରକା ବାମହାତୀ ସ୍ପିନର ଶାହାବାଜ ନଦୀମ। ସେ ଇନିଂସର ଦ୍ୱିତୀୟ ବଲ୍‌ରେ ରବିନ ଉଥପ୍ପାଙ୍କୁ ଆଉଟ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। କେବଳ ସେତିକି ନୁହେଁ ଦ୍ୱିତୀୟ ଓଭରର ୩ୟ ବଲ୍‌ରେ ସୋଲୋମନ ମିର୍‌ଙ୍କୁ ବିନୟ କୁମାର ଏବଂ ତୃତୀୟ ଓଭରର ୫ମ ବଲ୍‌ରେ ମନୋଜ ତିୱାରୀଙ୍କୁ ଏଲବିଡବ୍ଲ୍ୟୁ କରି ବେନ୍‌ ଲାଫଲିନ୍‌ ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସୌରଭ ତିୱାରୀ କ୍ରିଜରେ କିଛି ସିମୟ ରହିଥିଲେ ହେଁ ୧୭ ବଲ୍‌ରୁ ୫ ରନ କରିଥିବାବେଳେ ଦିଲସାନ ମୁନାୱିରାଙ୍କ ବଲ୍‌ରେ ଇରଫାନ ପଠାନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ୭ ଓଭର ଶେଷ ବେଳକୁ ଦଳର ସ୍କୋର ୧୪/୪ ହୋଇ ଯାଇଥିଲା। ଆଞ୍ଜେଲୋ ପେରେରା ମଧ୍ୟ ସିଙ୍ଗଲ ଡିଜିଟରେ ଆଉଟ ହୋଇଥିଲେ। ସେ ୫ ରନକରିି ନିଜ ଦେଶର ମୁନାୱିରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୧୩ଶ ଓଭରରେ ଅସେଲା ଗୁଣରନେତ୍ଙ୍କ ଆଉଟ ସହ ମଣିପାଲ ଟାଇଗର୍ସର ବିଜୟ ସମ୍ଭାବନା ମଉଳି ଯାଇଥିଲା। ଗୁଣରନେତ୍ ୧୫ ରନକରି ନଦୀମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ମାତ୍ର ଶେଷ ଭାଗରେ ଡାନିଏଲ ଖ୍ରିଷ୍ଟିଆନ ୩୦ ଓ ଓବୁସ ପିନାର ୨୪ ବଲ୍‌ରୁ ୩୪ ରନକରି ମ୍ୟାଚ ଛଡ଼ାଇନେବା ପରିସ୍ଥିତି ସୃଷ୍ଟି କରିଥିଲେ। ମାତ୍ର ଚାପ ସ୍ଥିତିରେ ଇରଫାନଙ୍କ ଅଭିଜ୍ଞତା କାମ ଦେଇଥିଲା ଏବଂ ବିଜୟୀ ହୋଇଥିଲା କୋଣାର୍କ ସୂର୍ଯ୍ୟସ ଓଡ଼ିଶା।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମଣିପାଲ ଟାଇଗର୍ସି ଅଧିନାୟକ ହରଭଜନ ସିଂ। ଶେଲଡନ କଟ୍ରେଲଙ୍କ ପ୍ରଥମ ଓଭରରେ ୯ ରନ ନେଇ ଭଲ ଆରମ୍ଭ କରିଥିଲା କୋଣାର୍କ ସୂର୍ଯ୍ୟସ। ମାତ୍ର ପରବର୍ତ୍ତୀ ୩ ଓଭରରେ ୩ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଏହି ଦଳ। ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ହରଭଜନଙ୍କ ହାତରେ କରାଇ ମଣିପାଲ ଟାଇଗର୍ସକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ଦ୍ରୁତ ବୋଲରୀ ଅନୁରୀତ ସିଂ। ରାୟୁଡ଼ୁ ୭ ବଲ୍‌ରୁ ୮ ରନ କରିଥିଲେ। ୍ଯଯାଚର ତୃତୀୟ ଏବଂ ନିଜର ତୃତୀୟ ଓଭରର ୩ୟ ବଲ୍‌ରେ ରିଚାର୍ଡ ଲେଭିଙ୍କୁ ସେହି ହରଭଜନଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ପଠାଇଥିଲେ କର୍ଟେଲ। କେବଳ ସେତିକି ନୁହେଁ ୪ର୍ଥ ଓଭରରେ ବୋଲିଂ ଭାର ପାଇଥିବା ରାହୁୂଲ ଶୁକ୍ଳା ୩ୟ ଓଭରରେ କେଭିନ ଓ’ବ୍ରାଏନଙ୍କୁ ଆଉଟ କରିଥିବାବେଳେ ୭ମ ଓଭରର ୪ର୍ଥ ବଲ୍‌ରେ ଦିଲସାନ ମୁନାବୀରାଙ୍କୁ ଆଉଟ କରି କୋଣାର୍କ ସୂର୍ଯ୍ୟସର ଟପ୍‌ ଅର୍ଡର ୍ଯଯାଟିିଂ ବିପଯର୍‌ୟୟ ଘଟାଇଥିଲେ ଓବୁସ ପିନାର। ଲେଭି ଓ ଓ’ବ୍ରାଏନ ୬ ରନ ଲେଖାଏ ଏବଂ ମୁନାୱିରା ୧୧ ରନ କରିଥିଲେ।
ଓଡ଼ିଶା ଦଳସହ ଇରଫାନ ପଠାନଙ୍କ ଆରମ୍ଭ ଭଲ ହୋଇଥିଲେ ମଧ୍ୟ ସେ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଚତୁର୍ଥ ଉଇକେଟ ପତନ ପରେ ଇରଫାନ କ୍ରିଜକୁ ଆସିଥିରୁ ସେ ଦଳକୁ ସେ ଦଳକୁ ସଙ୍କଟରୁ ଉଦ୍ଧାର କରିବେ ବୋଲି ଆଶା କରାଯାଉଥିଲା। ମାତ୍ର ସେ ୨୩ ବଲ୍‌ରୁ ୨ ଚୌକା ସହାୟତାରେ ୧୮ ରନ କରିଥିବାବେଳେ ହରଭଜନଙ୍କୁ ଖେଳିବାରେ ତ୍ରୁଟି କରି କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଫଳରେ କୋଣାର୍କ ସୂର୍ଯ୍ୟସ ସ୍କୋର ୫୪/୫ ହୋଇ ଯାଇଥିଲା। ଏତିକିରେ ଦଳ ଉପରୁ ବିପଦ ଟଳି ନ ଥିଲା। ଦଳର ସବୁଠାରୁ ବିସ୍ଫୋରକ ବ୍ୟାଟର ୟୁସୁଫ ପଠାନ ମାତ୍ର ୩ ରନକରି ଆଉଟ ହେବାରୁ ସୂର୍ଯ୍ୟସର ବଡ଼ ସ୍କୋର ଆଶା ଶେଷ ହୋଇ ଯାଇଥିଲା। ତେବେ ଶେଷ ଭାଗରେ ନଭିନ ଷ୍ଟିୱାର୍ଟଙ୍କ ୧୨ ବଲ୍‌ରୁ ୧୭ (୧ ଚୌକା, ୧ ଛକା) ଓ ବିନୟ କୁମାରଙ୍କ ୫ ବଲ୍‌ରୁ ଅପରାଜିତ ୧୧ (୧ ଚୌକା, ୧ ଛକା) ରନ ଯୋଗୁ ଓଡ଼ିଶା ଦଳ ରନ ସଂଖ୍ୟା ୧୦୦ ଅତିକ୍ରମ କରିଥିଲା। ରସ୍‌ ଟେଲର ଧିମା ବ୍ୟାଟିଂକରି ୨୮ ବଲ୍‌ରୁ ଯଦିଓ ମାତ୍ର ୧୪ ରନ କରିଥିଲେ ତେବେ ତାଙ୍କ ଉପସ୍ଥିତି ଯୋଗୁ ଦଳ ପୂରା ୨୦ ଓଭର ଖେଳିବାକୁ ସକ୍ଷମ ହୋଇଥିଲା। ୨୦ ଓଭରରେ ୯ ଉଇକେଟ ହରାଇ ୧୦୪ ରନ କରିଥିଲା କୋଣାର୍କ ସୂର୍ଯ୍ୟସ। ମଣିପାଲ ଟାଇଗର୍ସ ପକ୍ଷରୁ ଅନୁରୀତ ସିଂ ଓ ଓବୁସ ପିନାର ୨ଟି ଲେଖାଏ ଏବଂ ଶେଲଡନ କଟ୍ରେଲ, ରାହୁଲ ଶୁକ୍ଳା ଓ ହରଭଜନ ସିିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆର୍‌. ବିନୟ କୁମାରଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
କୋଣାର୍କ ସୂର୍ଯ୍ୟସ ୨୦ ଓଭରରେ ୧୦୪/୯ (ଇରଫାନ ପଠାନ-୧୮, ନଭିନ ଷ୍ଟିୱାର୍ଟ-୧୭, ରସ୍‌ ଟେଲର-୧୪, ଅନୁରୀତ ସିଂ-୨/୨୬, ଓବୁସ ପିନାର-୨/୧୦, ଶେଲଡନ କଟ୍ରେଲ-୧/୨୬, ରାହୁଲ ଶୁକ୍ଳା-୧/୨୩, ହରଭଜନ ସିଂ-୧/୧୧)। ମଣିପାଲ ଟାଇଗର୍ସ ୨୦ ଓଭରରେ ୧୦୨/୮ (ଓବୁସ ପିନାର-୩୪, ଡାନିଏଲ ଖ୍ରିଷ୍ଟିଆନ-୩୦, ଅସେଲା ଗୁଣରନେତ୍-୧୫, ଶାହାବାଜ ନଦୀମ-୨/୨୫, ଦିଲସାନ ମୁନାୱିରା-୨/୧୧, ବିନୟ କୁମାର-୨/୨୧, ବେନ୍‌ ଲାଫଲିନ୍‌-୧/୧୭, ଇରଫାନ ପଠାନ-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?