୨୦ ଫୁଟ ତଳକୁ ଖସିଲା ପାର୍ଶଲ ବୋଝେଇ କଣ୍ଟେନର, ୨ ଗୁରୁତର

କେନ୍ଦୁଝର,୨୮ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆ ଘାଟିରେ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ପାର୍ଶଲ ବୋଝେଇ କଣ୍ଟେନର ସୁରତରୁ କୋଲକାତା ଅଭିମୁଖେ ଯାଉଥିବାବେଳେ ଶନିବାର ଜାତୀୟ ରାଜପଥ ୪୯ର ଜୁଡ଼ିଆ ଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଥିଲା। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ୟାବିନ ଭିତରୁ ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଜୁଡିଆ ଘାଟିରେ ୧୫ ଦିନ ମଧ୍ୟରେ ଛୋଟବଡ଼ ବହୁ ଦୁର୍ଘଟଣା ଘଟୁଥିବା ବେଳେ ୨ ଟ୍ରକ ଏବଂ ଗୋଟିଏ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସି ପଡ଼ିଥିବାରୁ ଏହି ଜୁଡିଆ ଘାଟି ରାସ୍ତାରେ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ନିର୍ମାଣ ଯୋଗୁ ଏଭଳି ଅଘଟଣ ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ରାସ୍ତାର ବୁଲାଣି ସ୍ଥାନରେ କୌଣସି ସତର୍କ ସୂଚନାଫଳକ ନ ଥିବା ଏବଂ ବେଗ ନିର୍ଦ୍ଧାରଣ ଫଳକ ନ ଥିବାରୁ ବାହାର ରାଜ୍ୟରୁ ଆସୁଥିବା ଲାଇନ ଟ୍ରକ୍‌ଗୁଡ଼ିକ ଘାଟି ବିଷୟରେ ଜାଣି ପାରୁନାହାନ୍ତି। ଫଳରେ ଦ୍ରୁତ ଗତିରେ ଯିବାବେଳେ ଏଭଳି ଦୁର୍ଘଟଣା ଘଟୁଛି। ସେହିପରି ଘାଟି ରାସ୍ତା ପାର୍ଶ୍ୱରେ କଂକ୍ରିଟ ବିମ୍‌ ବଦଳରେ ମେଟାଲ ବିମ୍‌ କ୍ରସ ବ୍ୟାରିୟର ଲଗାଯାଇଥିବାରୁ ଗାଡ଼ି ଧକ୍କାରେ ଭାଙ୍ଗିଯାଇ ତଳକୁ ଖସି ପଡୁଛି ା ଏଣୁ ଏନେଇ ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ତୁରନ୍ତ ସମୀକ୍ଷା ସହ ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri