ଗୋଟିଏ ଜମିକୁ ଦୁଇଥର ବିକ୍ରି

କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର ପ୍ଲଟ୍‌ ନମ୍ବର ୨୬୩ରେ ଏହି ବେଆଇନ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଜାଲ୍‌ କାଗଜପତ୍ର କରି ଏହି ଜମି ବିକ୍ରି ହୋଇଥିବା ମାଧପୁର ଅଞ୍ଚଳର କୁମୁଦିନୀ ବାରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ପ୍ଲଟ୍‌ରୁ ୨୫ ଡେସିମିଲି ଜମିର ପତ୍ତା ମିଳିଲା ନାହିଁ। ପରେ ଏନେଇ ଜମିର ଇସି ଜିଲା ସବ୍‌ ରେଜିଷ୍ଟ୍ରାରରୁ ବାହାର କରିବା ପରେ ଏଭଳି ବେଆଇନ କାମ ହୋଇଥିବା ଜଣାପଡ଼ିଥିଲା। ସହରରେ ଜମି କାରବାର କରୁଥିବା ଜଣେ ପ୍ରଭାବଶାଳୀ ଲୋକ ଏଥିରେ ସାମିଲ ଥିବାରୁ ଏହି ବେଆଇନ କାମ ସମ୍ଭବ ହୋଇଛି। ଏହି ଦୁଇଟି କବଲାରେ ବିକିବା ଓ କିଣିବା ଲୋକ ସମାନ ରହିଛି। ଏଣୁ ଏହାର ତଦନ୍ତ ହେବା ଜରୁରୀ। ନଚେତ୍‌ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବେ ବୋଲି ତାଙ୍କ ଓକିଲ ଗୁଲାମ ସରଓନ ରାଇନ କହିଛନ୍ତି। ଏପରିକି ଗୋଟିଏ କବଲାର ଜମିର କିସମ ବଦଳାଯାଇ ଘରବାଡ଼ି କରାଯାଇଥିବା ଗୁଲାମ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ଉକ୍ତ ପ୍ଲଟର ୧୦ ଡେସିମିଲ ଜମିରୁ ୫ ଡେସିମିଲି ଜମି ପୂର୍ବରୁ ବିକ୍ରି ହୋଇଥିଲା। ପରବର୍ତ୍ତୀ ସମୟରେ ବେଆଇନ ଭାବରେ ଉକ୍ତ ଜମିକୁ ଦୁଇଥର ଭିନ୍ନ ଭିନ୍ନ ତାରିଖରେ ୧୦ ଡେସିମିଲି କବଲା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଜମିର ଗୋଟିଏ କବଲା (ଆରଏସ୍‌ଡି ନମ୍ବର ୧୧୦୦୨୦୦୧୧୫୦ ତା ୨୦-୧୦-୨୦୨୦)ରେ ୧୧ ଲକ୍ଷ ଟଙ୍କା ଓ ସମାନ ଜମିର ଅନ୍ୟ ଏକ କବଲା (ଆର୍‌ଏସ୍‌ଡି ନମ୍ବର ୧୧୦୦୨୦୦୪୦୫ ତା ୨୨-୨-୨୦୨୨) ଅର୍ଥାତ୍‌ ପ୍ରାୟ ଦେଢ଼ ବର୍ଷ ପରେ ୨୭ ଲକ୍ଷ ୫୦ ହଜାର ଟଙ୍କାରେ କିଣାବିକା ହୋଇ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ସମାନ ଜମିକୁ ଦୁଇଟି କବଲାରେ ୨୦ ଡେସିମିଲି ଜମି ଭାବରେ କିଣାବିକା ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ କିପରି ତହସିଲ କର୍ତ୍ତୃପକ୍ଷ କିମ୍ବା ସବ୍‌ରେଜିଷ୍ଟ୍ରାର ଜାଣିପାରିଲେ ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହା ପଛରେ ବଡ଼ ର଼୍ୟାକେଟ କାମ କରୁଥିବାରୁ ଏହାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା କରିବାକୁ ଗୁଲାମ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?