ଗୋଟିଏ ଜମିକୁ ଦୁଇଥର ବିକ୍ରି

କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର ପ୍ଲଟ୍‌ ନମ୍ବର ୨୬୩ରେ ଏହି ବେଆଇନ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଜାଲ୍‌ କାଗଜପତ୍ର କରି ଏହି ଜମି ବିକ୍ରି ହୋଇଥିବା ମାଧପୁର ଅଞ୍ଚଳର କୁମୁଦିନୀ ବାରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ପ୍ଲଟ୍‌ରୁ ୨୫ ଡେସିମିଲି ଜମିର ପତ୍ତା ମିଳିଲା ନାହିଁ। ପରେ ଏନେଇ ଜମିର ଇସି ଜିଲା ସବ୍‌ ରେଜିଷ୍ଟ୍ରାରରୁ ବାହାର କରିବା ପରେ ଏଭଳି ବେଆଇନ କାମ ହୋଇଥିବା ଜଣାପଡ଼ିଥିଲା। ସହରରେ ଜମି କାରବାର କରୁଥିବା ଜଣେ ପ୍ରଭାବଶାଳୀ ଲୋକ ଏଥିରେ ସାମିଲ ଥିବାରୁ ଏହି ବେଆଇନ କାମ ସମ୍ଭବ ହୋଇଛି। ଏହି ଦୁଇଟି କବଲାରେ ବିକିବା ଓ କିଣିବା ଲୋକ ସମାନ ରହିଛି। ଏଣୁ ଏହାର ତଦନ୍ତ ହେବା ଜରୁରୀ। ନଚେତ୍‌ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବେ ବୋଲି ତାଙ୍କ ଓକିଲ ଗୁଲାମ ସରଓନ ରାଇନ କହିଛନ୍ତି। ଏପରିକି ଗୋଟିଏ କବଲାର ଜମିର କିସମ ବଦଳାଯାଇ ଘରବାଡ଼ି କରାଯାଇଥିବା ଗୁଲାମ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ଉକ୍ତ ପ୍ଲଟର ୧୦ ଡେସିମିଲ ଜମିରୁ ୫ ଡେସିମିଲି ଜମି ପୂର୍ବରୁ ବିକ୍ରି ହୋଇଥିଲା। ପରବର୍ତ୍ତୀ ସମୟରେ ବେଆଇନ ଭାବରେ ଉକ୍ତ ଜମିକୁ ଦୁଇଥର ଭିନ୍ନ ଭିନ୍ନ ତାରିଖରେ ୧୦ ଡେସିମିଲି କବଲା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଜମିର ଗୋଟିଏ କବଲା (ଆରଏସ୍‌ଡି ନମ୍ବର ୧୧୦୦୨୦୦୧୧୫୦ ତା ୨୦-୧୦-୨୦୨୦)ରେ ୧୧ ଲକ୍ଷ ଟଙ୍କା ଓ ସମାନ ଜମିର ଅନ୍ୟ ଏକ କବଲା (ଆର୍‌ଏସ୍‌ଡି ନମ୍ବର ୧୧୦୦୨୦୦୪୦୫ ତା ୨୨-୨-୨୦୨୨) ଅର୍ଥାତ୍‌ ପ୍ରାୟ ଦେଢ଼ ବର୍ଷ ପରେ ୨୭ ଲକ୍ଷ ୫୦ ହଜାର ଟଙ୍କାରେ କିଣାବିକା ହୋଇ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ସମାନ ଜମିକୁ ଦୁଇଟି କବଲାରେ ୨୦ ଡେସିମିଲି ଜମି ଭାବରେ କିଣାବିକା ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ କିପରି ତହସିଲ କର୍ତ୍ତୃପକ୍ଷ କିମ୍ବା ସବ୍‌ରେଜିଷ୍ଟ୍ରାର ଜାଣିପାରିଲେ ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହା ପଛରେ ବଡ଼ ର଼୍ୟାକେଟ କାମ କରୁଥିବାରୁ ଏହାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା କରିବାକୁ ଗୁଲାମ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri