କନ୍‌ଷ୍ଟେବଳ ବିକୁଥିଲେ ନକଲି ମଦ

ବ୍ରହ୍ମପୁର ଅଫିସ,୧୦।୪: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଶନିବାର ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଭୈରବୀ ମାର୍କେଟ ଛକରେ ବ୍ଲକିଂ କରିଥିଲା। ଗୋଟିଏ ଅଟୋ (ନଂ ଓଡି ୦୭ ଏଏ ୦୫୨୮)କୁ ପୋଲିସ ଅଟକାଇ ଯାଞ୍ଚ କରିବାରୁ ସେଥିରେ ନକଲି ବିଦେଶୀ ମଦ ଥିବା ଜଣାପଡ଼ିଥିଲା। ଅଟୋ ଚାଳକ ବାଉରୀସୁକୁଣ୍ଡା ଗ୍ରାମର ରନୋଜ ଦାସ (୨୨)ଙ୍କୁ ଗିରଫ ପରେ ତାଙ୍କ ବୟାନକୁ ଆଧାର କରି ପୋଲିସ ଘଟଣାର କିଙ୍ଗ୍‌ପିନ କୁହାଯାଉଥିବା ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ କନ୍‌ଷ୍ଟେବଳ ଚୀନମିନି ବାରିକ (୩୫)ଙ୍କୁ ଗିରଫ କରିଥିଲା। ପରେ କନ୍‌ଷ୍ଟେବଳ ବାରିକ ଦିଗପହଣ୍ଡି ଲଙ୍ଗଳଦେଇଠାରେ କରିଥିବା ଏକ କୁକୁଡ଼ା ଫାର୍ମରେ ଚଢାଉ କରିଥିଲା। ବାରିକ ସେଠାରେ ମଦ ପ୍ରସ୍ତୁତ କରି ଜିଲାର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି। ଉକ୍ତ ନକଲି ମଦ ଫ୍ୟାକ୍ଟ୍ରିରେ କାମ କରୁଥିବା ବଡ଼ବଜାର ଥାନା ଅନ୍ତର୍ଗତ ଗେଲାଦୁଲା ସାହିର ବାବୁ ସାହୁ (୩୬)ଙ୍କୁ ଗିରଫ କରି ମାମଲା ନଂ.୭୭/୨୨ରେ କନ୍‌ଷ୍ଟେବଳ ବାରିକଙ୍କ ସମେତ ୩ ଜଣଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। କନ୍‌ଷ୍ଟେବଳଙ୍କ ଆଇଡି କାର୍ଡ ପୋଲିସ ଜବତ କରିଛି।
ପ୍ରକାଶ ଯେ, ଶନିବାର ବଡ଼ବଜାର ଥାନା ପୋଲିସ ଦିଗପହଣ୍ଡି ଥାନା ଅନ୍ତର୍ଗତ ଲଙ୍ଗଳଦେଇ କୁକୁଡ଼ାଫାର୍ମରେ ଚାଲିଥିବା ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ସମ୍ପର୍କରେ ଖବର ପାଇ ସେଠାରେ ଚଢାଉ କରିଥିଲା। ସେଠାରୁ ୨ ଲିଟର ସ୍ପିରିଟ, ୪୦୪ ବୋତଲ ନକଲି ବିଦେଶୀ ମଦ, ଗୋଟିଏ ବୋତଲ ରଙ୍ଗ, ୩୦୦ମିଲିଲିଟର ରାସାୟନିକ ଏସେନ୍ସ, ଖାଲି ବୋତଲ, ଠିପି, ବିଭିନ୍ନ ବ୍ରାଣ୍ଡର ଲେବଲ୍‌, ଅବକାରୀ ବିଭାଗର ନକଲି ଲେବୁଲ ୬ ସିଟ୍‌ ଓ ମେଶିନ ଆଦି ଜବତ କରିଥିଲା ବୋଲି ଏକ ପ୍ରେସ୍‌ନୋଟରେ ବ୍ରହ୍ମପୁର ଏସଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ଜବତ ନକଲି ମଦ ଓ ସ୍ପିରିଟର ନମୁନା ସଂଗ୍ରହ କରାଯାଇଛି। ସେଗୁଡିକ କେମିକାଲ ପରୀକ୍ଷା ପାଇଁ ପଠାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri