କମିଟି ପ୍ରସ୍ତାବକୁ ମାନିବେ ଘରୋଇ ସ୍କୁଲ

କଟକ ଅଫିସ୍‌,୮।୧:ଘରୋଇ ସ୍କୁଲ୍‌ରେ ଫି’ ହ୍ରାସକୁ ନେଇ ଆଗତ ମାମଲାରେ ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଫି’ ହ୍ରାସ ସମ୍ପର୍କରେ ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଯେଉଁ ସୁପାରିସ କରିଥିଲେ, ସେହି ଆଧାରରେ ଘରୋଇ ସ୍କୁଲ୍‌ ଗୁଡ଼ିକ ଫି’ ହ୍ରାସ କରିବେ ବୋଲି ଉଚ୍ଚ ଅଦାଲତ କହିଛନ୍ତି। ଯଦି ଏଥିରେ କାହାର କୌଣସି କିଛି ଆପତ୍ତି ଥାଏ ତେବେ ସେ କୋର୍ଟରେ ରିଟ ପିଟିସନ ଦାଖଲ କରିପାରିବେ ବୋଲି ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ଆର୍‌. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
କରୋନା ସମୟରେ ଲକ୍‌ଡାଉନ ଓ ଶଟଡାଉନ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଥିଲା। ଏପରି କି ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲଗୁଡ଼ିକ ପୂର୍ବପରି ଫି’ ଆଦାୟ କରୁଥିଲେ। ଏହାକୁ ବିରୋଧ କରି ୨୦୨୦ ଏପ୍ରିଲ୍‌ରେ ଘରୋଇ ଅଭିଭାବକ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଜୁଲାଇ ୫ରେ କୋର୍ଟ ଏହାର ଶୁଣାଣି କରିବା ସହ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଆପୋଷ ବୁଝାମଣାରେ ଫି’ ହ୍ରାସ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଅଭିଭାବକ ମହାସଂଘ, ଘରୋଇ ସ୍କୁଲ ଆସୋସିଏଶନ, ଘରୋଇ ଶିକ୍ଷକ ଆସୋସିଏଶନ, ସ୍କୁଲ୍‌ ଫି’ ଛାଡ଼ ପାଇଁ ଆବେଦନ କରିଥିବା ୨ ଆବେଦନକାରୀ ପ୍ରହଲ୍ଲାଦ ରାଉତ ଏବଂ ମହମ୍ମଦ ମୁସ୍ତାକ ଅନ୍‌ସାରୀଙ୍କୁ ନେଇ ଉକ୍ତ ଉଚ୍ଚସ୍ତରୀୟ କମିଟି ବସିଥିଲା। ସେଥିରେ ଆପୋଷ ବୁଝାମଣା କ୍ରମେ ବାର୍ଷିକ ୬ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ ଫି’ ନେଉଥିବା ସ୍କୁଲର କୌଣସି ଫି’ ଛାଡ଼ କରାଯାଇପାରିବ ନାହିଁ ନିଷ୍ପତ୍ତି ହୋଇଥିଲା। ତେବେ ୬ ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି’ରେ ୭.୫%, ୧୨ ରୁ ୨୪ହଜାର ଫି’ରେ ୧୨%, ୨୪ରୁ ୪୮ହଜାର ପର୍ଯ୍ୟନ୍ତ ଫି’ରେ ୧୫%, ୪୮ରୁ ୭୨ହଜାର ପର୍ଯ୍ୟନ୍ତ ଫି’ରେ ୨୦% ଛାଡ଼। ସେହିପରି ୭୨ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ୨୫% ଏବଂ ୧ଲକ୍ଷରୁ ଊର୍ଦ୍ଧ୍ୱ ଫି’ ପାଇଁ ୨୬% ଛାଡ଼ କରିବାକୁ କମିଟି ସୁପାରିସ କରିଥିଲା। ଏପରିକି ଟ୍ୟୁଶନ ଫି’ ବାବଦ ଅନ୍ୟ ଆନୁସଙ୍ଗିକ ଫି’ ଛାଡ଼ କରିବାକୁ କମିଟି କହିଥିଲା। ପରେ ଏନେଇ କୋର୍ଟ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ମାଗିଥିଲେ। ହେଲେ ଘରୋଇ ସ୍କୁଲ ଫି’ ନିର୍ଦ୍ଧାରଣରେ ରାଜ୍ୟ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ ବୋଲି ସରକାର ସତ୍ୟପାଠ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri