କମିଟି ପ୍ରସ୍ତାବକୁ ମାନିବେ ଘରୋଇ ସ୍କୁଲ

କଟକ ଅଫିସ୍‌,୮।୧:ଘରୋଇ ସ୍କୁଲ୍‌ରେ ଫି’ ହ୍ରାସକୁ ନେଇ ଆଗତ ମାମଲାରେ ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଫି’ ହ୍ରାସ ସମ୍ପର୍କରେ ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଯେଉଁ ସୁପାରିସ କରିଥିଲେ, ସେହି ଆଧାରରେ ଘରୋଇ ସ୍କୁଲ୍‌ ଗୁଡ଼ିକ ଫି’ ହ୍ରାସ କରିବେ ବୋଲି ଉଚ୍ଚ ଅଦାଲତ କହିଛନ୍ତି। ଯଦି ଏଥିରେ କାହାର କୌଣସି କିଛି ଆପତ୍ତି ଥାଏ ତେବେ ସେ କୋର୍ଟରେ ରିଟ ପିଟିସନ ଦାଖଲ କରିପାରିବେ ବୋଲି ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ଆର୍‌. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
କରୋନା ସମୟରେ ଲକ୍‌ଡାଉନ ଓ ଶଟଡାଉନ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଥିଲା। ଏପରି କି ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲଗୁଡ଼ିକ ପୂର୍ବପରି ଫି’ ଆଦାୟ କରୁଥିଲେ। ଏହାକୁ ବିରୋଧ କରି ୨୦୨୦ ଏପ୍ରିଲ୍‌ରେ ଘରୋଇ ଅଭିଭାବକ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଜୁଲାଇ ୫ରେ କୋର୍ଟ ଏହାର ଶୁଣାଣି କରିବା ସହ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଆପୋଷ ବୁଝାମଣାରେ ଫି’ ହ୍ରାସ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଅଭିଭାବକ ମହାସଂଘ, ଘରୋଇ ସ୍କୁଲ ଆସୋସିଏଶନ, ଘରୋଇ ଶିକ୍ଷକ ଆସୋସିଏଶନ, ସ୍କୁଲ୍‌ ଫି’ ଛାଡ଼ ପାଇଁ ଆବେଦନ କରିଥିବା ୨ ଆବେଦନକାରୀ ପ୍ରହଲ୍ଲାଦ ରାଉତ ଏବଂ ମହମ୍ମଦ ମୁସ୍ତାକ ଅନ୍‌ସାରୀଙ୍କୁ ନେଇ ଉକ୍ତ ଉଚ୍ଚସ୍ତରୀୟ କମିଟି ବସିଥିଲା। ସେଥିରେ ଆପୋଷ ବୁଝାମଣା କ୍ରମେ ବାର୍ଷିକ ୬ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ ଫି’ ନେଉଥିବା ସ୍କୁଲର କୌଣସି ଫି’ ଛାଡ଼ କରାଯାଇପାରିବ ନାହିଁ ନିଷ୍ପତ୍ତି ହୋଇଥିଲା। ତେବେ ୬ ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି’ରେ ୭.୫%, ୧୨ ରୁ ୨୪ହଜାର ଫି’ରେ ୧୨%, ୨୪ରୁ ୪୮ହଜାର ପର୍ଯ୍ୟନ୍ତ ଫି’ରେ ୧୫%, ୪୮ରୁ ୭୨ହଜାର ପର୍ଯ୍ୟନ୍ତ ଫି’ରେ ୨୦% ଛାଡ଼। ସେହିପରି ୭୨ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ୨୫% ଏବଂ ୧ଲକ୍ଷରୁ ଊର୍ଦ୍ଧ୍ୱ ଫି’ ପାଇଁ ୨୬% ଛାଡ଼ କରିବାକୁ କମିଟି ସୁପାରିସ କରିଥିଲା। ଏପରିକି ଟ୍ୟୁଶନ ଫି’ ବାବଦ ଅନ୍ୟ ଆନୁସଙ୍ଗିକ ଫି’ ଛାଡ଼ କରିବାକୁ କମିଟି କହିଥିଲା। ପରେ ଏନେଇ କୋର୍ଟ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ମାଗିଥିଲେ। ହେଲେ ଘରୋଇ ସ୍କୁଲ ଫି’ ନିର୍ଦ୍ଧାରଣରେ ରାଜ୍ୟ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ ବୋଲି ସରକାର ସତ୍ୟପାଠ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri