ଦୁର୍ଦ୍ଦିନରେ କମିଶନରେଟ ପୋଲିସ

ଭୁବନେଶ୍ୱର, ୨୩।୯(ବ୍ୟୁରୋ) :କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ପୋଲିସ। ତେବେ ରାଜ୍ୟର ସବୁଠୁ ଜନଗହଳିପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ରୋକିବାରେ ପ୍ରମୁଖ ଭୂମିକା ନେଉଛି କମିଶନରେଟ ପୋଲିସ। ନିଜ ଜୀବନକୁ ବାଜି ଲଗାଇ ସକାଳୁ ରାତି ସଜାଗ ପ୍ରହରୀ ସାଜିଥିବା ଏହି ପୋଲିସକୁ ନେଇ ଏବେ ସବୁଠି ପ୍ରଶଂସା। ହେଲେ ଯେଉଁମାନେ ଆଜି ପରିବାର ଓ ନିଜ ଜୀବନ କଥା ଭୁଲି କର୍ତ୍ତବ୍ୟକୁ ନେଇ ଗର୍ବ କରୁଛନ୍ତି ଓ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଆଜି ସେମାନଙ୍କ ଜୀବନ କିନ୍ତୁ ବିପଦ ମୁହଁକୁ ଠେଲି ହୋଇଯାଉଛି। ନାନା ଦୁର୍ଦ୍ଦଶା ଓ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଦୀର୍ଘ ୬ମାସ ଧରି ସଚେତନତାଠାରୁ ଆରମ୍ଭ କରି ଅମାନିଆଙ୍କୁ ସାବାଡ୍‌ କରି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଓ କରୋନା ଭଳି ବିଶ୍ୱ ମହାମାରୀକୁ ପରାଜିତ କରିବାକୁ ଅହରହ ଉଦ୍ୟମ ଚଳାଇଥିବା କମିଶନରେଟ ପୋଲିସର ବହୁ ଅଧିକାରୀ ଓ କର୍ମଚାରୀ ଏବେ ସଂକ୍ରମିତ। ଇତିମଧ୍ୟରେ ଭୁବନେଶ୍ୱରର ୯ ଥାନା ଅଧିକାରୀ ଓ ୧୨୬୦ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ କରୋନା ସହ ଲଢ଼ି ୪ଜଣ ଶହୀଦ ହୋଇଛନ୍ତି। ସେହିପରି କଟକରେ ମଧ୍ୟ ଶତାଧିକ ପୋଲିସ ସଂକ୍ରମିତ ହୋଇଛନ୍ତି। ଫଳରେ ଅଧିକାଂଶ ଥାନାରେ ଏବେ କର୍ମଚାରୀ ଅଭାବ ଦେଖାଦେଇଛି। ତଥାପି ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ସହ କରୋନା ଯୁଦ୍ଧକୁ ଜିତିବା ପାଇଁ କମିଶନରେଟ ପୋଲିସ ବଡ଼ ସଂକଳ୍ପ ନେଇଛି। ତେବେ କାହିଁକି ଏତେ ସଂଖ୍ୟକ ପୋଲିସ କର୍ମଚାରୀ ସଂକ୍ରମଣର ଶିକାର ହେଲେ, ତାହା ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବାକୁ ହେଲେ ପୋଲିସକୁ ବ୍ୟବହାର କରିବାରେ ସତର୍କତା ଅବଲମ୍ବନ କରାଯିବା ଦରକାର। ଜନସାଧାରଣଙ୍କୁ ଲାଠି ଦେଖାଇ ଭୟଭୀତ କଲେ ରୋଗ ପଳାଇଯିବ ନାହିଁ। ଅନ୍ୟପଟେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଇବା ହେଉଛି ସରକାରଙ୍କ ଗୁରୁ ଦାୟିତ୍ୱ।
ଯୁଦ୍ଧ କ୍ଷେତ୍ରରେ ସୈନିକ ଘର କଥା ଭାବି ନ ଥାଏ
କରୋନା ଯୁଦ୍ଧରେ କମିଶନରେଟ ପୋଲିସର ଅଧିକାରୀ ଓ କର୍ମଚାରୀମାନେ ସୈନିକ ସାଜିଛନ୍ତି। ସେମାନେ ସୈନିକ ଭଳି ଖରାବର୍ଷାରେ ଦିନକୁ ୧୪ରୁ ୧୬ ଘଣ୍ଟା କାର୍ଯ୍ୟ କରୁଛନ୍ତି। ଘରକୁ ଗଲେ ଘର ବାରଣ୍ଡାରୁ ଫେରି ଆସୁଛନ୍ତି। ଘର ଲୋକଙ୍କୁ ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ଅନେକ ସଂକ୍ରମଣର ଶିକାର ହେବା ସହ ପ୍ରାଣ ହରାଉଥିଲେ ମଧ୍ୟ ତାହାକୁ ଖାତିର ନ କରି ଥାନାକୁ ଆସୁଥିବା ମାମଲା, ଭିଭିଆଇପି ଡ୍ୟୁଟି, ନିଶାଦ୍ରବ୍ୟ କାରବାରରେ ରୋକ ଲଗାଇବାଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍‌ ଭାବେ ତୁଲାଉଛନ୍ତି। ଏତଦ୍‌ବ୍ୟତୀତ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ପୋଲିସ ପାଇଁ ଏକ ବଡ଼ ଆହ୍ବାନ। ଜଣେ ସୈନିକ ଯୁଦ୍ଧ କ୍ଷେତ୍ରରେ ଥିବାବେଳେ ପରିବାର କଥା ଭୁଲି ଯାଇଥାଏ। ସେହିଭଳି କରୋନା ଯୁଦ୍ଧରେ ପୋଲିସ ବର୍ତ୍ତମାନ ତା’ର କର୍ତ୍ତବ୍ୟ ପାଇଁ ପରିବାର କଥା ପଛ କରିଦେଇଛି। ତେଣୁ ସେମାନେ କିଭଳି ନିଜେ ସୁସ୍ଥ ବାତାବରଣରେ ରହି କାର୍ଯ୍ୟ କରିବେ ସେଥିପାଇଁ ସରକାର ଚିନ୍ତା କରିବା ଦରକାର। କୋଭିଡ ଜରିମାନା ଆଦାୟକୁ ନେଇ ପୋଲିସ ସ୍ଥାନୀୟ ଲୋକଙ୍କ ସହ ଶତ୍ରୁତା ବଢୁଛି। ତେଣୁ ଯେଉଁମାନେ ବିନା ମାସ୍କରେ ଯାଉଛନ୍ତି ଅଯଥାରେ ଗହଳି କରୁଛନ୍ତି ସେମାନଙ୍କୁ ସ୍ଥାନୀୟ ନେତା ଓ ସାମାଜିକ କର୍ମୀମାନେ ସଚେତନ କରିବା ସହ ସରକାରଙ୍କୁ ସହଯୋଗ କରିବା ଉଚିତ।
-ବି.ବି.ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର
ଦେଶର ସମସ୍ୟାକୁ ଆମ ଭିତରେ ଭାଗ କରିବାକୁ ହେବ
ରାଜ୍ୟର ଯେଉଁ ଜିଲାଗୁଡ଼ିକରେ କରୋନାର ପ୍ରଭାବ ଏତେ ମାତ୍ରାରେ ନାହିଁ, ସେଠାକାର ବାଟାଲିୟନରୁ କର୍ମଚାରୀଙ୍କୁ କମିଶନରେଟ ପୋଲିସକୁ ଅଣାଯାଇ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହାର ଅନ୍ୟ କୌଣସି ଉପାୟ ନାହିଁ। ଆଗକୁ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ କମିଶନରେଟ ପୋଲିସର ବଳକୁ ବୃଦ୍ଧି କରିବାକୁ ପଡିବ। କୋଭିଡ୍‌ ଲଢ଼େଇରେ ପୋଲିସ ଆଗ ଧାଡ଼ିରେ ରହୁଥିବାରୁ ସଂକ୍ରମିତ ହେବାର ମୁଖ୍ୟ କାରଣ। ସବୁଠାରୁ ବଡ଼ କଥା ହେଲା ବାଟାଲିୟନରେ ମାତ୍ରାଧିକ ପୋଲିସ କର୍ମଚାରୀ ଏକାଠି ରହିଥାନ୍ତି। ଏଥିସହ ପୋଲିସ ଭ୍ୟାନ୍‌ ଡ୍ରାଇଭରଙ୍କଠାରୁ ଆରମ୍ଭକରି ପିଏସ୍‌ଓମାନେ ଉକ୍ତ ବାରାକରେ ରହୁଥିବାରୁ ସଂକ୍ରମିତ ହେଉଛନ୍ତି। ସେମାନଙ୍କଠାରୁ ସଂକ୍ରମଣ ଅନ୍ୟମାନଙ୍କୁ ଡେଉଁଛି। ତେଣୁ ସେମାନଙ୍କ ରହଣିସ୍ଥଳ ବାତାବରଣରେ ପରିବର୍ତ୍ତନ ହେବା ଜରୁରୀ।
-ଶରତ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର
ପୋଲିସ କର୍ମଚାରୀ କ୍ଲାନ୍ତ ହେବେ, ଆକ୍ରାନ୍ତ ହେବେ
ଗତ ୬ ମାସ ଭିତରେ ୧ ଲକ୍ଷ ୭୭ ହଜାର କୋଭିଡ଼ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୨.୫ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଛି କମିଶନରେଟ ପୋଲିସ। ତଥାପି କେତେକ ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ିଚାଲିଛି। ଡ୍ୟୁଟି ସମୟରେ ପୋଲିସ ଲକ୍ଷଲକ୍ଷ ଲୋକଙ୍କ
ସଂସ୍ପର୍ଶରେ ଆସୁଥିବାରୁ ସଂକ୍ରମିତ ହେବା ସ୍ବାଭାବିକ। କୋଭିଡ୍‌ ଆରମ୍ଭରୁ ବିଭିନ୍ନ ମହଲରୁ ପୋଲିସକୁ ପ୍ରଶଂସା ମିଳୁଥିବାବେଳେ ସେମାନଙ୍କ ସୁରକ୍ଷା ପ୍ରତି ସରକାର ଚିନ୍ତା କରିବା ଆବଶ୍ୟକ। କାରଣ ପୋଲିସ କର୍ମଚାରୀ କ୍ଲାନ୍ତ ହେବେ, ଆକ୍ରାନ୍ତ ହେବେ। ଏଥିରେ ବ୍ୟସ୍ତ ହେବାର ନାହିଁ। ଅନେକ ସୁସ୍ଥ ହୋଇ ପୁଣି ଲଢ଼େଇରେ ସାମିଲ୍‌ ହେଉଛନ୍ତି। ଆବଶ୍ୟକ ମାତ୍ରାରେ ପିପିଇ କିଟ୍‌ ସହ ସୁରକ୍ଷା ସାମଗ୍ରୀ ପୋଲିସ ବିଭାଗକୁ ଯୋଗାଇବା ସହ ସେମାନଙ୍କ ପରିବାର ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେବା ଆବଶ୍ୟକ।
– ଅମୀୟ ଭୂଷଣ ତ୍ରିପାଠୀ, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର
ପୋଲିସ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛି
କମିଶନରେଟ ପୋଲିସରେ କାର୍ଯ୍ୟରତ ସଂକ୍ରମିତ କର୍ମଚାରୀମାନେ ସୁସ୍ଥ ହୋଇ ଫେରିବା ପରେ କାର୍ଯ୍ୟରେ ଯୋଗଦେବା ଆରମ୍ଭ କଲେଣି। କମିଶନରେଟ ପୋଲିସର ୫ ଜଣିଆ ଡାକ୍ତରୀ ଟିମ୍‌ କୋଭିଡ ସଂକ୍ରମିତଙ୍କ ଦିନରାତି ଚିକିତ୍ସା କରୁଛନ୍ତି। ଉକ୍ତ ଟିମ୍‌ର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୧୫ ସୁଦ୍ଧା ଆମର ୬୦ ପ୍ରତିଶତ ସଂକ୍ରମିତ କର୍ମଚାରୀ ଆରୋଗ୍ୟ ହୋଇ ଫେରିଆସିବେ। ଫଳରେ ପୋଲିସ ବିଭାଗ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ସବୁ ବିପଦ ସତ୍ତ୍ୱେ ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଚାଲିଛନ୍ତି। କିନ୍ତୁ ଲୋକେ ଅଧିକ ସଚେତନ ରହି ସହଯୋଗ କରିବାର ଆବଶ୍ୟକତା ରହିଛି।
-ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ କମିଶନର


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?