‘ମୋଦିଙ୍କ ପାଇଁ କୋଣାର୍କ ପ୍ରସିଦ୍ଧ’ ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ପୁରୀ ସଂସଦୀୟ କ୍ଷେତ୍ରର ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ରଙ୍କ ବୟାନ ‘ମୋଦିଙ୍କ ଭକ୍ତ ଜଗନ୍ନାଥ’ ସନାତନ ଧର୍ମର ପ୍ରତିଟି ବ୍ୟକ୍ତିଙ୍କୁ ଆଘାତ ଓ ବ୍ୟଥିତ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ‘ମୋଦିଙ୍କ ପାଇଁ କୋଣାର୍କ ବିଶ୍ୱପ୍ରସିଦ୍ଧ ହେଲା’ ମଧ୍ୟ ସମାନ ଢଙ୍ଗରେ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ପ୍ରଥମେ ଭଗବାନ୍‌ ଶ୍ରୀରାମଙ୍କ ପ୍ରତିକୃତିକୁ ବିଭିନ୍ନ ପ୍ରଚାରପତ୍ର ଏବଂ ଭାଜପା ଅଫିସିଆଲ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଛୋଟ ଦେଖାଇ ମୋଦିଙ୍କୁ ବଡ଼ ଦେଖାଇବା ପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ଏବଂ ଅର୍କକ୍ଷେତ୍ର କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ତାଙ୍କ ନେତାମାନଙ୍କ ନୀଚ ମାନସିକତାର ସ୍ପଷ୍ଟ ଉଦାହରଣ। ବିଦାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାର ଅନ୍ୟାନ୍ୟ ନେତା ଓଡ଼ିଶାକୁ ଅପମାନିତକରି ନିଜର ରାଜନୈତିକ ଲାଭ ପାଇଁ ଧର୍ମକୁ ଆୟୁଧ କରିବାର ଯେଉଁ ପ୍ରୟାସ କରୁଛନ୍ତି ତାହା ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପଓ୍ବନ ଖେରା କହିଛନ୍ତି।
କଂଗ୍ରେସ ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଖେରା କହିଛନ୍ତି, ସମ୍ବିତ୍‌ ପାତ୍ର ସେହି ବ୍ୟକ୍ତି ଯିଏକି ଆଗରୁ ମୋଦିଙ୍କୁ ଦେଶର ବାପା କହି ବିବାଦ ସୃଷ୍ଟି କରିଥିଲେ। ସେ ଆହ୍ବାନ ଦେଇ କହିଛନ୍ତି, ଯଦି ମୋଦିଙ୍କ ସତ୍‌ସାହସ ଅଛି ଏବଂ ସମ୍ବିତ୍‌ ପାତ୍ରଙ୍କ ମତ ସହ ସେ ଏକମତ ନୁହନ୍ତି ତେବେ ଅବିଳମ୍ବେ ତାଙ୍କୁ ଦଳରୁ ବରଖାସ୍ତ କରନ୍ତୁ। ଦେଶରେ ୪୫ ବର୍ଷର ସର୍ବାଧିକ ବେରୋଜଗାରି ଓ କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ବିଭାଗରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ପଦବୀ ଖାଲିପଡ଼ିଛି। ଦରଦାମ ନିୟନ୍ତ୍ରଣ କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପ୍ରତାରଣା ପାଲଟିଛି। ପ୍ରତିଟି ବର୍ଗ ପ୍ରତି ଅନ୍ୟାୟ କରିଥିବା ପ୍ରଧାନମନ୍ତ୍ରୀ ନିଜର ଦୋଷତ୍ରୁଟିକୁ ଲୁଚାଇବା ପାଇଁ ବକ ଧାର୍ମିକ ସାଜିଛନ୍ତି। ଦେଶରେ ବିଦ୍ୱେଷର ବିଷମଞ୍ଜି ବୁଣୁଥିବା ଶକ୍ତିକୁ ଦେଶର ଜନସାଧାରଣ ଏହି ନିର୍ବାଚନରେ ଉଚିତ ଜବାବ ଦେବେ। ରାଜ୍ୟରେ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ସବୁବେଳେ ମୋଦିଙ୍କ ହାତବାରିସି ସାଜିଛନ୍ତି। ପାର୍ଲାମେଣ୍ଟରୁ ଆରମ୍ଭକରି ସଂସଦ ବାହାର ପର୍ଯ୍ୟନ୍ତ ଉଭୟ ଦଳ ଭିତରେ ଥିବା ସଲାସୁତରା ରାଜ୍ୟବାସୀଙ୍କ ସାମ୍ନାରେ ଉଜାଗର ହୋଇଛି। ଉଭୟ ଦଳ ମିଳିମିଶି ଓଡ଼ିଶାକୁ ଲୁଟ କରିବା ପାଇଁ ପଣ କରିଛନ୍ତି। ରାଜ୍ୟବାସୀ ଏମାନଙ୍କର ଚାଲ୍‌, ଚରିତ୍ରକୁ ବୁଝି ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କର ଅଧିକାର ପାଇଁ ଲଢ଼େଇ କରୁଥିବା କଂଗ୍ରେସ ଦଳକୁ ଗ୍ରହଣ କରିବେ। ଜନତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କଂଗ୍ରେସ ନ୍ୟାୟର ଗ୍ୟାରେଣ୍ଟି ଦେଇଛି। କଂଗ୍ରେସର ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟିକୁ ଦେଶବାସୀ ଅକୁଣ୍ଠ ସମର୍ଥନ ଦେଉଛନ୍ତି। ଏହି ଅବସରରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ଚଳିତ ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ,ଝଡବର୍ଷା ସମ୍ଭାବନା : ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୬ା୬(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଅପରପକ୍ଷେ ଉପକୂଳ ଓଡ଼ିଶାର କିଛି ଜିଲାରେ ଗତ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କଲେ ରାହୁଲ: ଘଟଣା ଜଣାପଡ଼ିବା ପରେ…

ଦେବଗଡ,୨୬।୬(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ କାଲକାଠ ଗ୍ରାମର ଯୋଗେଶ୍ୱର ପାତ୍ରଙ୍କ ପୁଅ ରାହୁଲ ପାତ୍ର (୧୯)କୁ…

କ୍ରିଷ୍ଣା ବିକାଶ ଗ୍ରୁପର ଅଭୂତପୂର୍ବ ସଫଳତା: ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଲେ ୬୦ଜଣ ଛାତ୍ରୀଛାତ୍ର

ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ…

ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ, ଉଦବେଗ ପ୍ରକାଶ କଲେ ଗଜପତି ମହାରାଜା

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ଦେଖାଦେଇଛି। ଭୁବନେଶ୍ୱରସ୍ଥିତ ଏଲି ଆନିମେସନ୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ଅଫିସିଆଲ ଟ୍ରେଲର…

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri