‘ମୋଦିଙ୍କ ପାଇଁ କୋଣାର୍କ ପ୍ରସିଦ୍ଧ’ ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ପୁରୀ ସଂସଦୀୟ କ୍ଷେତ୍ରର ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ରଙ୍କ ବୟାନ ‘ମୋଦିଙ୍କ ଭକ୍ତ ଜଗନ୍ନାଥ’ ସନାତନ ଧର୍ମର ପ୍ରତିଟି ବ୍ୟକ୍ତିଙ୍କୁ ଆଘାତ ଓ ବ୍ୟଥିତ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ‘ମୋଦିଙ୍କ ପାଇଁ କୋଣାର୍କ ବିଶ୍ୱପ୍ରସିଦ୍ଧ ହେଲା’ ମଧ୍ୟ ସମାନ ଢଙ୍ଗରେ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ପ୍ରଥମେ ଭଗବାନ୍‌ ଶ୍ରୀରାମଙ୍କ ପ୍ରତିକୃତିକୁ ବିଭିନ୍ନ ପ୍ରଚାରପତ୍ର ଏବଂ ଭାଜପା ଅଫିସିଆଲ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଛୋଟ ଦେଖାଇ ମୋଦିଙ୍କୁ ବଡ଼ ଦେଖାଇବା ପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ଏବଂ ଅର୍କକ୍ଷେତ୍ର କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ତାଙ୍କ ନେତାମାନଙ୍କ ନୀଚ ମାନସିକତାର ସ୍ପଷ୍ଟ ଉଦାହରଣ। ବିଦାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାର ଅନ୍ୟାନ୍ୟ ନେତା ଓଡ଼ିଶାକୁ ଅପମାନିତକରି ନିଜର ରାଜନୈତିକ ଲାଭ ପାଇଁ ଧର୍ମକୁ ଆୟୁଧ କରିବାର ଯେଉଁ ପ୍ରୟାସ କରୁଛନ୍ତି ତାହା ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପଓ୍ବନ ଖେରା କହିଛନ୍ତି।
କଂଗ୍ରେସ ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଖେରା କହିଛନ୍ତି, ସମ୍ବିତ୍‌ ପାତ୍ର ସେହି ବ୍ୟକ୍ତି ଯିଏକି ଆଗରୁ ମୋଦିଙ୍କୁ ଦେଶର ବାପା କହି ବିବାଦ ସୃଷ୍ଟି କରିଥିଲେ। ସେ ଆହ୍ବାନ ଦେଇ କହିଛନ୍ତି, ଯଦି ମୋଦିଙ୍କ ସତ୍‌ସାହସ ଅଛି ଏବଂ ସମ୍ବିତ୍‌ ପାତ୍ରଙ୍କ ମତ ସହ ସେ ଏକମତ ନୁହନ୍ତି ତେବେ ଅବିଳମ୍ବେ ତାଙ୍କୁ ଦଳରୁ ବରଖାସ୍ତ କରନ୍ତୁ। ଦେଶରେ ୪୫ ବର୍ଷର ସର୍ବାଧିକ ବେରୋଜଗାରି ଓ କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ବିଭାଗରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ପଦବୀ ଖାଲିପଡ଼ିଛି। ଦରଦାମ ନିୟନ୍ତ୍ରଣ କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପ୍ରତାରଣା ପାଲଟିଛି। ପ୍ରତିଟି ବର୍ଗ ପ୍ରତି ଅନ୍ୟାୟ କରିଥିବା ପ୍ରଧାନମନ୍ତ୍ରୀ ନିଜର ଦୋଷତ୍ରୁଟିକୁ ଲୁଚାଇବା ପାଇଁ ବକ ଧାର୍ମିକ ସାଜିଛନ୍ତି। ଦେଶରେ ବିଦ୍ୱେଷର ବିଷମଞ୍ଜି ବୁଣୁଥିବା ଶକ୍ତିକୁ ଦେଶର ଜନସାଧାରଣ ଏହି ନିର୍ବାଚନରେ ଉଚିତ ଜବାବ ଦେବେ। ରାଜ୍ୟରେ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ସବୁବେଳେ ମୋଦିଙ୍କ ହାତବାରିସି ସାଜିଛନ୍ତି। ପାର୍ଲାମେଣ୍ଟରୁ ଆରମ୍ଭକରି ସଂସଦ ବାହାର ପର୍ଯ୍ୟନ୍ତ ଉଭୟ ଦଳ ଭିତରେ ଥିବା ସଲାସୁତରା ରାଜ୍ୟବାସୀଙ୍କ ସାମ୍ନାରେ ଉଜାଗର ହୋଇଛି। ଉଭୟ ଦଳ ମିଳିମିଶି ଓଡ଼ିଶାକୁ ଲୁଟ କରିବା ପାଇଁ ପଣ କରିଛନ୍ତି। ରାଜ୍ୟବାସୀ ଏମାନଙ୍କର ଚାଲ୍‌, ଚରିତ୍ରକୁ ବୁଝି ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କର ଅଧିକାର ପାଇଁ ଲଢ଼େଇ କରୁଥିବା କଂଗ୍ରେସ ଦଳକୁ ଗ୍ରହଣ କରିବେ। ଜନତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କଂଗ୍ରେସ ନ୍ୟାୟର ଗ୍ୟାରେଣ୍ଟି ଦେଇଛି। କଂଗ୍ରେସର ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟିକୁ ଦେଶବାସୀ ଅକୁଣ୍ଠ ସମର୍ଥନ ଦେଉଛନ୍ତି। ଏହି ଅବସରରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ଚଳିତ ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri