Posted inଫୁରସତ

ଦିନକୁ ଦିନ ବଦଳୁଛି ଏହି ବ୍ୟକ୍ତିଙ୍କ ରଙ୍ଗ, କାରଣ ଖୋଜି ପାଉନାହାନ୍ତି ଡାକ୍ତର

ପ୍ରତ୍ୟେକ ବ୍ୟକ୍ତିଙ୍କ ଚର୍ମର ନିଜସ୍ବ ରଙ୍ଗ ଥାଏ। ଯଦିଓ ଖରାତରାରେ ରଙ୍ଗରେ ସାମାନ୍ୟ ପାର୍ଥକ୍ୟ ଆସିଥାଏ କିନ୍ତୁ ଏହା ସ୍ଥାୟୀ ପରିବର୍ତ୍ତନ ହୋଇ ନ ଥାଏ। କିନ୍ତୁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି।

ଲୁସିଆନାରେ ରହୁଥିବା ଜଣେ ରୋଗୀ ଚିକିତ୍ସା ବିଜ୍ଞାନ ପାଇଁ  ଏକ ଆହ୍ବାନ ପାଲଟିଛନ୍ତି। ଏହି ରୋଗୀଙ୍କ ଶରୀରର ରଙ୍ଗ ଧିରେ ଧିରେ ଗୋରାରୁ କଳାକୁ ବଦଳୁଛି। ଡାକ୍ତରମାନେ ଏହାର କୌଣସି କାରଣ ବୁଝି ପାରୁନାହାନ୍ତି। ୩୪ ବର୍ଷୀୟ ଟାଇଲର ମୋଙ୍କଙ୍କ ରଙ୍ଗ ବହୁତ ବଦଳିଛି। ଆଣ୍ଟି-ଡିପ୍ରେସାଣ୍ଟ ଔଷଧ ଯୋଗୁ ହୋଇଥିବା କହିଛନ୍ତି।

ବୃତ୍ତି ଅନୁଯାୟୀ କୀଟନାଶକ ନିୟନ୍ତ୍ରଣ କ୍ଷେତ୍ର ଇନ୍ସପେକ୍ଟର ଟାଇଲର ଉଦାସୀନତା ଏବଂ ଚାପରେ ରହୁଥିଲେ। ସେ ଜାନୁୟାରୀ ୨୦୨୧ରେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ। ପ୍ରୋଜାକ ନାମକ ଏକ ସାଧାରଣ ଆଣ୍ଟି-ଡିପ୍ରେସାଣ୍ଟ ଔଷଧ ଦିଆଯାଇଥିଲା। ଏହି ଔଷଧ ସହିତ ତାଙ୍କର ଚାପ ଏବଂ ମନୋବଳରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା, କିନ୍ତୁ କିଛି ମାସ ପରେ ସେ ଏକ ଭିନ୍ନ ପ୍ରକାରର ପାର୍ଥକ୍ୟ ଦେଖିବା ଆରମ୍ଭ କରିଥିଲେ। ଦୁଇ ପିଲାଙ୍କ ପିତା ଟାଇଲର ତାଙ୍କ ଚର୍ମ ଧିରେ ଧିରେ କଳା ପଡ଼ିବାକୁ ଲାଗିଲା।

ଟିକଟୋକ ଭିଡିଓ ମାଧ୍ୟମରେ ତାଙ୍କ କାହାଣୀ ସାମ୍ନାକୁ ଆସିଛି। ଯେଉଁଥିରେ ଟାଇଲର ନିଜେ କହିଛନ୍ତି, ଡାକ୍ତରମାନେ ମଧ୍ୟ ଏହି ରହସ୍ୟର ସମାଧାନ କରିବାରେ ଅସମର୍ଥ। ପ୍ରଥମେ ଏହାକୁ ଟ୍ୟାନିଂ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ସୂର୍ଯ୍ୟଙ୍କୁ ଏଡ଼ାଇବା ପରେ ମଧ୍ୟ ରଙ୍ଗ କଳା ହେବାକୁ ଲାଗିଲା। ତାଙ୍କର ଏହି ପୋଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ ଥଟ୍ଟା କରି ତାଙ୍କୁ ମାଇକେଲ ଜ୍ୟାକସନଙ୍କ ରିଭର୍ସ ମୋଡ ବୋଲି ଡାକିଲେ। ତା’ପରେ କିଛି ଲୋକ ଏହାର କାରଣ ବୁଝିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ଟାଇଲରଙ୍କୁ ବିଶେଷଜ୍ଞ ଦଳ ଦେଖାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri