ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ

ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ ବାର୍ଷିକ ବୋନସ ମଧ୍ୟ ଦେଉଛନ୍ତି। ଏହାବ୍ୟତୀତ ଜୋତା, ଛତା, ବାହାଘର ପ୍ରୋତ୍ସାହନ ରାଶି ଆଦି ଦେବାର ସରକାରୀ ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ଅନୁଗୋଳ ଜିଲା ଆଠମଲ୍ଲିକ ଡିଭିଜନରେ ସବୁଜ ହୀରା ସଂଗ୍ରହ ହ୍ରାସ ପାଇବାରେ ଲାଗିଛି। ଅତୀତରେ ବାର୍ଷିକ ୩୫ ହଜାର କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରି ରେକର୍ଡ କରିଥିବା ଏହି ଡିଭିଜନ ୭ ହଜାର କୁଇଣ୍ଟାଲକୁ ଖସିଆସିଛି। ପ୍ରଚୁର ପରିମାଣର ପତ୍ର ତୋଳାଯାଉଥିଲେ ମଧ୍ୟ ତୋଳାଳିଙ୍କ ବିଶ୍ୱାସ ଜିତିପାରୁ ନ ଥିବାରୁ ସରକାରଙ୍କ ଏହି ଡିଭିଜନ ଚଳିତବର୍ଷ ମାତ୍ର ୯ହଜାର ୫ଶହ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
ରାଜ୍ୟରେ ଉତ୍କୃଷ୍ଟ କେନ୍ଦୁପତ୍ର ଉତ୍ପାଦନରେ ଆଠମଲ୍ଲିକର ବେଶ୍‌ ସୁନାମ ରହିଛି। ଏଠାକାର ଜନସାଧାରଣଙ୍କ ବାର୍ଷିକ ଆୟର ଏକ ଚତୁର୍ଥାଂଶ ଏହି ଜଙ୍ଗଲଜାତ ସାମଗ୍ରୀରୁ ଆସିଥାଏ। ଏଥିପାଇଁ ଏକଦା ଆଠମଲ୍ଲିକ ଡିଭିଜନ ବାର୍ଷିକ ୩୫ ହଜାର କୁଇଣ୍ଟାଲରୁ ଅଧିକ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପତ୍ର ତୋଳିବାଠାରୁ ଆରମ୍ଭ କରି ଉପଯୁକ୍ତ ଯତ୍ନ ନେବା, ତୋଳାଳିଙ୍କୁ ଠିକଣା ସମୟରେ ପାଉଣା ଦେବାରେ ଅହେତୁକ ବିଳମ୍ବ, ସର୍ବନିମ୍ନ ମଜୁରି ଠାରୁ କମ୍‌ ଅର୍ଥ ଦିଆଯିବା ଏବଂ ସରକାରୀ ଯୋଜନାର ଉପଯୁକ୍ତ ଲାଭ ତୋଳାଳିଙ୍କ ନିକଟରେ ପହଞ୍ଚାଇବାରେ ବିଭାଗୀୟ ଅଧିକାରୀମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ଡିଭିଜନରେ କେନ୍ଦୁପତ୍ର ସଂଗ୍ରହ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଡିଭିଜନ ଅଧୀନରେ ଥିବା ଆଠମଲ୍ଲିକ, ମାଧପୁର, କିଆକଟା, କଦଳୀଗଡ଼, ହଣ୍ଡପା, ନାକିଚି, ବଇଣ୍ଡା, ବାମୁର ରେଞ୍ଜ ଅଞ୍ଚଳରେ ଚୋରା କେନ୍ଦୁପତ୍ର ବେପାରୀ ଓ ବିଡି କମ୍ପାନୀର ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି। ଚୋରା ବେପାରୀମାନେ ତୋଳାଳିଙ୍କୁ ଆଗୁଆ ବା ଆବଶ୍ୟକତା ସମୟରେ ଅର୍ଥ ପ୍ରଦାନ କରି ସେମାନଙ୍କଠାରୁ କମ୍‌ ମୂଲ୍ୟରେ ପତ୍ର ନେଇଯାଉଛନ୍ତି। ସେହିପରି ବିଡି କମ୍ପାନୀର ଦଲାଲମାନେ ଘର ଘର ବୁଲି ଜର୍ଦ୍ଦା ବାଣ୍ଟି ଲୋକଙ୍କଠାରୁ ବିଡି କିଣି ନେବା ସହ ବିନା ମୂଲ୍ୟରେ ପତ୍ର ପାଇ ଲାଭରେ ରହୁଥିବା ବେଳେ ତୋଳାଳି ଓ ସରକାର କ୍ଷତି ସହୁଛନ୍ତି। ୨୦୧୬ ମସିହାରେ ଆଠମଲ୍ଲିକ ଡିଭିଜନ ୧୫ ହଜାର କୁଇଣ୍ଟାଲରୁ ଅଧିକ କେନ୍ଦୁପତ୍ର ସଂଗ୍ରହ କରି ପାଖାପାଖି ୨୫ କୋଟି ଟଙ୍କାର ଲାଭ କମାଇଥିଲା। ସେହିପରି ୨୦୧୭ରେ ୧୭ ହଜାର ୧୬୮ କୁଇଣ୍ଟାଲ ପତ୍ର କିଣି ଅଧିକ ୧୨ କୋଟି ଟଙ୍କାରେ ବିକ୍ରି କରିଥିଲା। ୨୦୧୮ରେ ଡିଭିଜନ ୧୨ ହଜାର ୬୦ କୁଇଣ୍ଟାଲ ପତ୍ର ଖରିଦ କରିଥିଲେ ମଧ୍ୟ ପାଖାପାଖି କୋଟିଏ ଟଙ୍କାର କ୍ଷତି ସହିଥିଲା। ୨୦୧୯ରେ ୭ ହଜାର ୫୦୭ କୁଇଣ୍ଟାଲ ପତ୍ର ସଂଗ୍ରହ କରାଯାଇଥିବାବେଳେ ପ୍ରାୟ ୩ କୋଟି ଟଙ୍କା, ୨୦୨୦ରେ ୭ ହଜାର ୫୮୦ କୁଇଣ୍ଟାଲ ପତ୍ର ଖରିଦ କରି ୮ କୋଟି ଟଙ୍କା ଲାଭ ପାଇପାରିଥିଲା। ଚଳିତ ବର୍ଷ ବିଭାଗ ୯ ହଜାର ୫୦୦ କୁଇଣ୍ଟାଲ ପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି।
ଚୋରା ବେପାରୀଙ୍କୁ ସାବାଡ଼ କରାଯାଉ
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସରକାର ବୋନସ, ବୀମା ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଠପଢ଼ୁଆ ପିଲାଙ୍କୁ ଛାତ୍ରବୃତ୍ତି ଦେଉଛନ୍ତି। ମାତ୍ର ଚୋରା ବେପାରୀମାନେ ଆଗୁଆ ଟଙ୍କା ଦେଇ ପତ୍ର ନେଇଯାଉଥିବାରୁ ତୋଳାଳିମାନେ ଉକ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସରକାର ଚୋରା ବେପାରୀମାନଙ୍କୁ ସାବଡ୍‌ କଲେ ଡିଭିଜନରେ ପତ୍ର ସଂଗ୍ରହ ବଢ଼ିବ।
-ବିନୋଦ କୁମାର ପ୍ରଧାନ, ସମ୍ପାଦକ, ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ
ଟଙ୍କା ଦେବାରେ ବିଳମ୍ବ, ସରକାରୀ ସୁବିଧା ମିଳୁନି
ଆଠମଲ୍ଲିକ ରେଞ୍ଜ ହରିଡ଼ାନାଳି ଫଡିରେ ମା’ ଓ ମଁୁ ପ୍ରତିବର୍ଷ କେନ୍ଦୁପତ୍ର ବିକ୍ରି କରୁଥିଲୁ। କିନ୍ତୁ ପତ୍ର ଦେବାର ୨ ମାସ ପରେ ଟଙ୍କା ମିଳୁଥିଲା। ସରକାରଙ୍କ କୌଣସି ଯୋଜନା ଆମକୁ ମିଳୁ ନ ଥିଲା। ୨୪ ଏପ୍ରିଲ ୨୦୧୯ରେ ବିବାହ ହୋଇଥିଲେ ମଧ୍ୟ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିଲା ନାହିଁ। ରେଞ୍ଜ ଅଫିସରେ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଗଲା ନାହିଁ। ଏହି କାରଣରୁ ଚଳିତ ବର୍ଷ ସରକାରଙ୍କୁ କେନ୍ଦୁପତ୍ର ବିକ୍ରି କରିନାହଁୁ।
-ଅନିତା ବାଘ, ପତ୍ର ତୋଳାଳି
ଗୋଛା ନ କାଟି ମିଥ୍ୟା ବିଲ୍‌ ହେଉଛି
ବିଭାଗୀୟ ଅଧିକାରୀମାନେ ଗୋଛା ନ କାଟି ମିଥ୍ୟା ବିଲ୍‌ ଦ୍ୱାରା ସରକାରୀ ଅର୍ଥ ତୋସାରପାତ କରୁଛନ୍ତି। ମାଗଣା ଏକ ଟଙ୍କିଆ ଚାଉଳ ଦିଆଯାଉଥିବାରୁ କେନ୍ଦୁପତ୍ର ତୋଳାଳି ସଂଖ୍ୟା କମିବାରେ ଲାଗିଛି। ଏହାଛଡ଼ା ଜିଏସ୍‌ଟି କାରଣରୁ ବାହାର ବ୍ୟବସାୟୀ ଓଡ଼ିଶାରୁ ପତ୍ର ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଡି କମ୍ପାନୀର ଦଲାଲ ଓ ଚୋରା ବେପାରୀଙ୍କ ଯୋଗୁ ସରକାରୀ ବ୍ୟବସ୍ଥାରେ କେନ୍ଦୁପତ୍ର ସଂଗ୍ରହ ହ୍ରାସ ପାଉଛି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ତୋଳାଳିମାନଙ୍କୁ ସଚେତନ କରାଯାଉଛି
କେନ୍ଦୁପତ୍ର ଚୋରା ଚାଲାଣ, ବିଡି କମ୍ପାନୀର ଦଲାଲମାନେ ଗ୍ରାମାଞ୍ଚଳରେ ପ୍ରବେଶ କରିବା, ରାସ୍ତା ଅବ୍ୟବସ୍ଥା, ଚାଷ ଜମି କମିଯିବା ଆଦି କେନ୍ଦୁପତ୍ର ଉତ୍ପାଦନ ହ୍ରାସର ମୂଳ କାରଣ। ଡିଭିଜନ ପକ୍ଷରୁ ଏଥିପାଇଁ ବନ ବିଭାଗର ସହାୟତା ନିଆଯାଉଛି। ତୋଳାଳିଙ୍କ ନିକଟରେ ପହଞ୍ଚତ୍ କର୍ମଚାରୀମାନେ ସଚେତନ କରୁଛନ୍ତି। ଉତ୍ପାଦନ ବଢ଼ାଇବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଉଛି।
-ଶରତ ଚନ୍ଦ୍ର ମହାରଣା, ଡିଏଫ୍‌ଓ, ଆଠମଲ୍ଲିକ ଡିଭିଜନ


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?