ଉପକୂଳ ପାଲଟିଛି ନକଲି ବ୍ୟବସାୟୀଙ୍କ ଚରାଭୂଇଁ

ମହାକାଳପଡ଼ା,୨୪ା୧୦ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବହୁସଂଖ୍ୟାରେ ନକଲି ବ୍ୟବସାୟୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ବ୍ଲକର ଉପାନ୍ତ ଅଞ୍ଚଳରେ ଖୁଲୁମଖୁଲା ଭାବେ ବାହାର ଦେଶ ଓ ବାହାର ରାଜ୍ୟର ବହୁ ବେଆଇନ ବେପାରୀ ବିଭିନ୍ନ କାର୍ଯ୍ୟ ତଥା ରୋଜଗାରକ୍ଷମ ହେବାକୁ ପସରା ମେଲାଇଛନ୍ତି। ବିଶେଷକରି ନକଲି ଡାକ୍ତର ସାଜି ହାଟ ବଜାରରେ ଔଷଧ ଦୋକାନ କରି ବିକ୍ରି କରିବା ସହ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ କେତେଜଣ ବାହାର ରାଜ୍ୟ ତଥା ବିହାରରୁ ଆସିଥିବା ଯୁବକ ଗଁା ଗଁାରେ ବୁଲି ଲୋକଙ୍କ ସୁନାରୁପା ଗହଣା ସଫେଇ ନଁାରେ ହରିଲୁଟ କରିଥିବା ଅଭିଯୋଗ ହେଉଛି। ସେହିପରି ଗୁପ୍ତ ଭାବେ ବେଆଇନ ବ୍ରାଉନସୁଗାର, ହେରୋଇନ୍‌, ଚରସ, ଗଞ୍ଜେଇ, ଅଫିମ, ନିଶା ଟାବ୍ଲେଟ, ନିଶା ଇଞ୍ଜେକଶନ ଭଳି କାରବାର ହେଉଛି। ହେଲେ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛି।
କିଛିବର୍ଷ ପୂର୍ବେ ବାଂଲାଦେଶର ଜଣେ ଲୋକ ଉକ୍ତ ଅଞ୍ଚଳରେ ରହି ବେଶ୍‌ ପସରା ମେଲାଇ ଥିଲେ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ଲା ବେଳକୁ ଉକ୍ତ ନିଶା ବେପାରୀ ନିଜ ଦେଶକୁ ଚାଲି ଯାଇଥିଲେ। ହେଲେ ରହୁଥିବା ବ୍ୟବସାୟୀଙ୍କ ବାସସ୍ଥାନ ଅଦ୍ୟାବଧି ପଡ଼ି ରହିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି କେତେଜଣ ବାହାର ରାଜ୍ୟର ଦଲାଲ ଏହି ଅଞ୍ଚଳର ନିରୀହ ଗରିବ ଲୋକମାନଙ୍କୁ ଟଙ୍କା ଲୋଭ ଦେଖାଇ ନାବାଳିକା, ଯୁବତୀଙ୍କୁ ସୁଦୂର ଉତ୍ତର ପ୍ରଦେଶର ଝାନସୀ, ମଥୁରା, କୋଲକାତା ଆଦି ଅଞ୍ଚଳର ବୟସ୍କ ଲୋକଙ୍କ ସହ ବିବାହ କରାଉଛନ୍ତି ବୋଲି ଅଭିଯୋଗ ରହିଛି। ଉପକୂଳ ଅଞ୍ଚଳରେ ବାହାର ଦେଶ ବାଂଲାଦେଶର କେତେଜଣ ଦଲାଲ କିଛିବର୍ଷ ପୂର୍ବେ ଜମ୍ବୁଠାରେ ନକଲି ରେଡ଼ିଓ ଷ୍ଟେଶନ ନିର୍ମାଣ ହେଉ କି ପିତାପାଟ ଗ୍ରାମରେ ନକଲି ଟଙ୍କା ଛପାଇବା ଭଳି ସଙ୍ଗିନ ଅଭିଯୋଗରେ ଧରାପଡ଼ିବା ପୂର୍ବରୁ ସ୍ଥାନ ଛାଡି ନିଜ ଦେଶକୁ ଚାଲି ଯାଇଛନ୍ତି। ଅନେକ ବାହାର ରାଜ୍ୟ ଓ ଦେଶର ଲୋକ ସରକାରୀ ଜଙ୍ଗଲ ଜମିରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ସେହିପରି କେତେଜଣ ବ୍ୟବସାୟୀ ପ୍ଲାଷ୍ଟିକ ସାମଗ୍ରୀ, ସପ ମସିଣା, ଲୁଗା, କପଡା ଆଦି ଦିନରେ ବେପାର କରିବା ସହ ବିଳମ୍ବିତ ରାତିରେ ଚୋରି ଡକାୟତି, ରାହାଜାନି ଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହେଉଛି। କେତେଜଣ ବ୍ୟବସାୟୀ ଜଙ୍ଗଲଜାତ ଦ୍ରବ୍ୟ ହେଉ କି ସାମୁଦ୍ରିକ ଜୀବ ସବୁଜ ଶାମୁକା, ଗେଣ୍ଡା, ନୀଳ ରକ୍ତ କଙ୍କଡା, ହର୍ଲି କଙ୍କଡ଼ା, ବହୁରୂପୀ ଏଣ୍ଡୁଅକୁ ଅତି ଗୁପ୍ତ ଭାବେ କୋଲକାତା ଅଞ୍ଚଳ ଦେଇ ବିଦେଶକୁ ଚାଲାଣ କରୁଥିବା ଅଭିଯୋଗ ରହିଛି। ସେହିପରି ଜଙ୍ଗଲୀ ଜନ୍ତୁ ବାର୍‌ହା, ହରିଣ, କୁଟୁରା ଆଦି ଶିକାର କରି ବାହାରକୁ ଚାଲାଣ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ମହାକାଳପଡ଼ାର ବତିଘର, ଖରିନାସୀ, ରାମନଗର, ପେଟଛେଲା, ବଉଳକଣି, ଜମ୍ବୁ, ସୁନିତି, ନାଞ୍ଜୁରା, ଗୋଗୁଆ ଆଦି ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଦେଶୀ ଓ ରାଜ୍ୟ ବାହାର ନକଲି ବ୍ୟବସାୟୀ ବ୍ୟବସାୟ ଚଳାଇଛନ୍ତି। ଏହି କାର୍ଯ୍ୟ ଉପରେ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହଁ ବୋଲି ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସମୁଦ୍ର ପଥରେ ବିଦେଶୀ ଲୋକମାନେ ମତ୍ସ୍ୟଜୀବୀ ସାଜି ଜଙ୍ଗଲରେ ରହି ପାରାଦୀପଠାରେ ବିଭିନ୍ନ ଶିଳ୍ପ କାରଖାନାରେ ଆତଙ୍କ ସୃଷ୍ଟି କରିବାର ସନ୍ଦେହ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନ ଉପକୂଳ ଅଞ୍ଚଳରେ ବେଆଇନ କାର୍ଯ୍ୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri