ଉପକୂଳ ପାଲଟିଛି ନକଲି ବ୍ୟବସାୟୀଙ୍କ ଚରାଭୂଇଁ

ମହାକାଳପଡ଼ା,୨୪ା୧୦ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବହୁସଂଖ୍ୟାରେ ନକଲି ବ୍ୟବସାୟୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ବ୍ଲକର ଉପାନ୍ତ ଅଞ୍ଚଳରେ ଖୁଲୁମଖୁଲା ଭାବେ ବାହାର ଦେଶ ଓ ବାହାର ରାଜ୍ୟର ବହୁ ବେଆଇନ ବେପାରୀ ବିଭିନ୍ନ କାର୍ଯ୍ୟ ତଥା ରୋଜଗାରକ୍ଷମ ହେବାକୁ ପସରା ମେଲାଇଛନ୍ତି। ବିଶେଷକରି ନକଲି ଡାକ୍ତର ସାଜି ହାଟ ବଜାରରେ ଔଷଧ ଦୋକାନ କରି ବିକ୍ରି କରିବା ସହ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ କେତେଜଣ ବାହାର ରାଜ୍ୟ ତଥା ବିହାରରୁ ଆସିଥିବା ଯୁବକ ଗଁା ଗଁାରେ ବୁଲି ଲୋକଙ୍କ ସୁନାରୁପା ଗହଣା ସଫେଇ ନଁାରେ ହରିଲୁଟ କରିଥିବା ଅଭିଯୋଗ ହେଉଛି। ସେହିପରି ଗୁପ୍ତ ଭାବେ ବେଆଇନ ବ୍ରାଉନସୁଗାର, ହେରୋଇନ୍‌, ଚରସ, ଗଞ୍ଜେଇ, ଅଫିମ, ନିଶା ଟାବ୍ଲେଟ, ନିଶା ଇଞ୍ଜେକଶନ ଭଳି କାରବାର ହେଉଛି। ହେଲେ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛି।
କିଛିବର୍ଷ ପୂର୍ବେ ବାଂଲାଦେଶର ଜଣେ ଲୋକ ଉକ୍ତ ଅଞ୍ଚଳରେ ରହି ବେଶ୍‌ ପସରା ମେଲାଇ ଥିଲେ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ଲା ବେଳକୁ ଉକ୍ତ ନିଶା ବେପାରୀ ନିଜ ଦେଶକୁ ଚାଲି ଯାଇଥିଲେ। ହେଲେ ରହୁଥିବା ବ୍ୟବସାୟୀଙ୍କ ବାସସ୍ଥାନ ଅଦ୍ୟାବଧି ପଡ଼ି ରହିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି କେତେଜଣ ବାହାର ରାଜ୍ୟର ଦଲାଲ ଏହି ଅଞ୍ଚଳର ନିରୀହ ଗରିବ ଲୋକମାନଙ୍କୁ ଟଙ୍କା ଲୋଭ ଦେଖାଇ ନାବାଳିକା, ଯୁବତୀଙ୍କୁ ସୁଦୂର ଉତ୍ତର ପ୍ରଦେଶର ଝାନସୀ, ମଥୁରା, କୋଲକାତା ଆଦି ଅଞ୍ଚଳର ବୟସ୍କ ଲୋକଙ୍କ ସହ ବିବାହ କରାଉଛନ୍ତି ବୋଲି ଅଭିଯୋଗ ରହିଛି। ଉପକୂଳ ଅଞ୍ଚଳରେ ବାହାର ଦେଶ ବାଂଲାଦେଶର କେତେଜଣ ଦଲାଲ କିଛିବର୍ଷ ପୂର୍ବେ ଜମ୍ବୁଠାରେ ନକଲି ରେଡ଼ିଓ ଷ୍ଟେଶନ ନିର୍ମାଣ ହେଉ କି ପିତାପାଟ ଗ୍ରାମରେ ନକଲି ଟଙ୍କା ଛପାଇବା ଭଳି ସଙ୍ଗିନ ଅଭିଯୋଗରେ ଧରାପଡ଼ିବା ପୂର୍ବରୁ ସ୍ଥାନ ଛାଡି ନିଜ ଦେଶକୁ ଚାଲି ଯାଇଛନ୍ତି। ଅନେକ ବାହାର ରାଜ୍ୟ ଓ ଦେଶର ଲୋକ ସରକାରୀ ଜଙ୍ଗଲ ଜମିରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ସେହିପରି କେତେଜଣ ବ୍ୟବସାୟୀ ପ୍ଲାଷ୍ଟିକ ସାମଗ୍ରୀ, ସପ ମସିଣା, ଲୁଗା, କପଡା ଆଦି ଦିନରେ ବେପାର କରିବା ସହ ବିଳମ୍ବିତ ରାତିରେ ଚୋରି ଡକାୟତି, ରାହାଜାନି ଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହେଉଛି। କେତେଜଣ ବ୍ୟବସାୟୀ ଜଙ୍ଗଲଜାତ ଦ୍ରବ୍ୟ ହେଉ କି ସାମୁଦ୍ରିକ ଜୀବ ସବୁଜ ଶାମୁକା, ଗେଣ୍ଡା, ନୀଳ ରକ୍ତ କଙ୍କଡା, ହର୍ଲି କଙ୍କଡ଼ା, ବହୁରୂପୀ ଏଣ୍ଡୁଅକୁ ଅତି ଗୁପ୍ତ ଭାବେ କୋଲକାତା ଅଞ୍ଚଳ ଦେଇ ବିଦେଶକୁ ଚାଲାଣ କରୁଥିବା ଅଭିଯୋଗ ରହିଛି। ସେହିପରି ଜଙ୍ଗଲୀ ଜନ୍ତୁ ବାର୍‌ହା, ହରିଣ, କୁଟୁରା ଆଦି ଶିକାର କରି ବାହାରକୁ ଚାଲାଣ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ମହାକାଳପଡ଼ାର ବତିଘର, ଖରିନାସୀ, ରାମନଗର, ପେଟଛେଲା, ବଉଳକଣି, ଜମ୍ବୁ, ସୁନିତି, ନାଞ୍ଜୁରା, ଗୋଗୁଆ ଆଦି ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଦେଶୀ ଓ ରାଜ୍ୟ ବାହାର ନକଲି ବ୍ୟବସାୟୀ ବ୍ୟବସାୟ ଚଳାଇଛନ୍ତି। ଏହି କାର୍ଯ୍ୟ ଉପରେ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହଁ ବୋଲି ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସମୁଦ୍ର ପଥରେ ବିଦେଶୀ ଲୋକମାନେ ମତ୍ସ୍ୟଜୀବୀ ସାଜି ଜଙ୍ଗଲରେ ରହି ପାରାଦୀପଠାରେ ବିଭିନ୍ନ ଶିଳ୍ପ କାରଖାନାରେ ଆତଙ୍କ ସୃଷ୍ଟି କରିବାର ସନ୍ଦେହ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନ ଉପକୂଳ ଅଞ୍ଚଳରେ ବେଆଇନ କାର୍ଯ୍ୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri