Posted inଖେଳ

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳି ଯାଇଥିଲା ଭାଗ୍ୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳରେ ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ନିର୍ଧାରିତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ର ଏହି ଅଲରାଉଣ୍ଡର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଥିଲେ। ଗାବା ଟେଷ୍ଟରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହାପରେ ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଥିଲା। ଏହି କ୍ରମରେ କ୍ରିକେଟରଙ୍କ ସଫଳତା ପଛରେ ଜଣେ ମହିଳା ଥିବା କୁହାଯାଇଥିଲା। ପିଲାଦିନୁ ଶାର୍ଦ୍ଦୁଳଙ୍କ କୋଚ୍‌ ଥିବା ଦିନେଶ ଲାଡ୍‌ଙ୍କ ପତ୍ନୀଙ୍କ ପାଇଁ ଶାର୍ଦ୍ଦୁଳ ଆଜି ନିଜକୁ ପ୍ରମାଣିତ କରିପାରିଛନ୍ତି କହିଲେ ଚଳେ।

ଲାଡ୍‌ଙ୍କ ସ୍ତ୍ରୀ ଶାର୍ଦ୍ଦୁଳଙ୍କୁ ତାଙ୍କ ଘରେ ରହିବାକୁ ଅନୁମତି ଦେଇଥିଲେ। ଘରେ ସେମାନଙ୍କର ସମାନ ବୟସର ଝିଅ ଥିବାରୁ ଏଭଳି ନିଷ୍ପତ୍ତି ନେବା ସହଜ ନ ଥିଲା। ହେଲେ ତାଙ୍କ ଯୋଗୁ ତାହା ହୋଇପାରିଥିଲା। ସେତେବେଳେ ଶାର୍ଦ୍ଦୁଳ ପାଲଘରେ ରହୁଥିଲେ। ବୋରିବଲୀଠାରୁ ୮୬ କିମି ଦୂରରେ ହୋଇଥିବାରୁ ତାଙ୍କୁ ଅସୁବିଧା ହେଉଥିଲା। କୋଚ୍‌ ଲାଡ୍‌ ମଧ୍ୟ ଏହି ପ୍ରତିଭାବାନ୍‌ ଖେଳାଳିଙ୍କ ବହୁତ ସମୟ ନଷ୍ଟ ହେଉ ବୋଲି ଚାହୁଁ ନ ଥିଲେ।

୨୦୦୬ରେ ମୁମ୍ବାଇରେ ସ୍ବାମୀ ବିବେକାନନ୍ଦ ଅନ୍ତରାଷ୍ଟ୍ରୀୟ ସ୍କୁଲ ବିପକ୍ଷରେ ଶାର୍ଦ୍ଦୁଳ ଖେଳିଥିଲେ। ତାରାପୁର ବିଦ୍ୟା ମନ୍ଦିର ପାଇଁ ସେ ଖେଳୁଥିବା ବେଳେ ୭୮ ରନ୍‌ କରିବା ସହ ୫ ଉଇକେଟ ନେଇଥିଲେ। ତାଙ୍କର ଖେଳ ଦେଖି ପ୍ରଭାବିତ ହୋଇଥିଲେ ଲାଡ୍‌। ଏପରିକି ତାଙ୍କୁ ଲାଡ୍‌ ନିଜର ସ୍କୁଲରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଏନେଇ ଶାର୍ଦ୍ଦୁଳଙ୍କ ମା’ବାପାଙ୍କ ସହ ସେ କଥା ମଧ୍ୟ ହୋଇଥିଲେ। ହେଲେ ବୋର୍ଡ ପରୀକ୍ଷା ଥିବାରୁ ପାଲଘରରୁ ବମ୍ବେ ଆସିବା ସମ୍ଭବ ନୁହେଁ, ଏଥିପାଇଁ ଅଢ଼େଇ ଘଣ୍ଟା ଲାଗିବ ବୋଲି ସେ କହିଥିଲେ। ଶେଷରେ ସ୍ତ୍ରୀଙ୍କୁ ପଚାରି ଶାର୍ଦ୍ଦୁଳଙ୍କୁ ନିଜ ଘରେ ରଖିଥିଲେ କୋଚ୍‌। ଲାଡ୍‌ କେବଳ ଯେ ଶାର୍ଦ୍ଦୁଳ ତାହା ନୁହେଁ ରୋହିତ ଶର୍ମାଙ୍କୁ ମଧ୍ୟ ଖେଳ ଶିଖାଇଛନ୍ତି।

ସ୍କୁଲ କ୍ରିକେଟ ସମୟରେ ଶାର୍ଦ୍ଦୁଳ ଛଅ ଛକା ମାରି ପ୍ରସିଦ୍ଧି ପାଇଥିଲେ। ପରେ ଅଣ୍ଡର-୧୫ ମୁମ୍ବାଇ ଟିମ୍‌ରେ ତାଙ୍କର ଚୟନ ହୋଇଥିଲେ। ଏହାପରଠାରୁ ସେ ପଛକୁ ଫେରି ଦେଖି ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ସେ ୬୯ ରନ୍‌ କରି ୭ ଉଇକେଟ ନେଇଥିଲେ। ଫେବୃୟାରୀରେ ହୋଇଥିବା ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri