ସତ ଲୁଚାଉଛି ସିଏମ୍‌ସି

କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସତୀଚୌରା ଶ୍ମଶାନରେ କରୋନା ମୃତକଙ୍କ ଦାହ ସଂସ୍କାର କରାଯାଉଛି। ଏଠାରେ ଦୈନିକ ୧୦ରୁ ଊର୍ଦ୍ଧ୍ୱ କରୋନା ମୃତକଙ୍କ ସତ୍କାର କରାଯାଉଥିବବେଳେ ସିଏମ୍‌ସି ପକ୍ଷରୁ ମାତ୍ର ଅଳ୍ପ ସଂଖ୍ୟା କୁହାଯାଉଛି। ଏପ୍ରିଲ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ୍‌ ୯୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା ସିଏମ୍‌ସି ଟୁଇଟର ଜରିଆରେ ସୂଚନା ଦେଇଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ସତୀଚୌରା ଶ୍ମଶାନରେ କରୋନାରେ ମୃତକଙ୍କ ଦାହ ନିମନ୍ତେ ସିଏମ୍‌ସି ପକ୍ଷରୁ ଦାୟିତ୍ୱ ନେଇଥିବା ସାବିତ୍ରୀ ଜନସେବା ହେଲ୍‌ଥ ହେଲ୍ପ ଲାଇନ୍‌ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ପହିଲାରୁ ମେ’ ୯ ତାରିଖ ମଧ୍ୟରେ ସତୀଚୌରା ଶ୍ମଶାନରେ ୫୮୨ ମୃତଦେହ ସତ୍କାର କରାଯାଇଛି। ଏପ୍ରିଲ୍‌ ମାସରେ ଦାହ କରାଯାଇଥିବା କରୋନା ମୃତକଙ୍କ ସଂଖ୍ୟା ୨୩୭ ରହିଥିବାବେଳେ ମେ’ ମାସର ୯ତାରିଖ ପର୍ଯ୍ୟନ୍ତ ୩୪୫ କରୋନା ମୃତକଙ୍କୁ ଏଠାରେ ଦାହ କରାଯାଇଛି। ବିଶେଷକରି ଗତ ୩ଦିନ ମଧ୍ୟରେ ୧୩୯ଟି ମୃତଦେହ ସତ୍କାର କରାଯାଇଥିବା ସୂଚନା ମିଳିଛି। ଏନେଇ ସିଏମ୍‌ସି ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ମିଳୁ ନାହିଁ। ଅପରପକ୍ଷେ ସିଏମ୍‌ସି ପକ୍ଷରୁ ସାବିତ୍ରୀ ଜନସେବା ହେଲ୍‌ଥ ହେଲ୍ପ ଲାଇନ୍‌ ସହ କରାଯାଇଥିବା ଚୁକ୍ତି ଆସନ୍ତା ଜୁନ୍‌ ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି। ଏଭଳିସ୍ଥିତିରେ କରୋନା ମୃତକଙ୍କୁ ଦାହ କରିବା ପାଇଁ ସିଏମ୍‌ସି ପକ୍ଷରୁ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ନୂତନ ଟେଣ୍ଡର ପ୍ରକ୍ରିୟାରେ ସତୀଚୌରା ଓ କାଳିଆବୋଦାଠାରେ କରୋନା ମୃତକଙ୍କୁ ଦାହ କରାଯିବାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଗୋଟିଏ କରୋନା ଶବକୁ ଦାହ ସଂସ୍କାର କରିବା ପାଇଁ ସିଏମ୍‌ସି ପକ୍ଷରୁ ୪,୪୮୦ ଟଙ୍କା ହିସାବରେ ସଂସ୍ଥାକୁ ପଇଠ କରାଯାଉଛି। ଏହି ୪,୪୮୦ ଟଙ୍କା ମଧ୍ୟରେ ଶବକୁ ଦାହ କରିବା ପାଇଁ କାଠ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସମେତ ଯେଉଁମାନେ ଶବ ଦାହ କରିବେ ସେମାନଙ୍କ ପାଇଁ କରୋନା ଗାଇଡ୍‌ ଲାଇନ୍‌ ଅନୁଯାୟୀ ସାନିଟାଇଜର, ମାସ୍କ, ସାବୁନ୍‌, ପିପିଇକିଟ୍‌ ଆଦିର ବ୍ୟବସ୍ଥା ରହିଛି। ସେହିପରି ସାବିତ୍ରୀ ଜନସେବାର ୨୦ ଜଣ ସଦସ୍ୟ ଶବ ଦାହ କାର୍ଯ୍ୟରେ ଲାଗି ରହିଛନ୍ତି। ମାତ୍ର ଏମାନେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଅନୁସରଣ କରୁଛନ୍ତି କି ନାହିଁ ତାହା ପ୍ରତି ସିଏମ୍‌ସିର ତିଳେମାତ୍ର ଦୃଷ୍ଟି ନାହିଁ। ଏପରିକି ଯଦି ଏମାନଙ୍କର କୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟେ ତାହା ପାଇଁ ସିଏମ୍‌ସି ଦାୟୀ ରହିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ନେଇ ଏପ୍ରକାର କାର୍ଯ୍ୟ ତୁଲାଉଥିବା ସଂସ୍ଥାର କର୍ମକର୍ତ୍ତାଙ୍କ ପାଇଁ ଜିଲା ପ୍ରଶାସନର କୌଣସି ମାନବିକତା ଥିବା ପରିଲକ୍ଷିତ ହେଉନାହିଁ। ଏମାନେ ଏପ୍ରକାରର ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିଥିବାବେଳେ ଏସମ୍ବନ୍ଧରେ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ମଧ୍ୟ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri