କାର୍ଯ୍ୟକ୍ଷମ ଅପେକ୍ଷାରେ ସହରର ଡ୍ରେନେଜ ସିଷ୍ଟମ୍‌ ପ୍ଲାନ

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏହି ସମସ୍ୟାର ସାମାଧାନ ପାଇଁ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ଟି ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇରହିଛି। ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ପ୍ରକଳ୍ପ ଶେଷ ନ ହେଲେ ସହରର ଅର୍ଦ୍ଧାଧିକ ସ୍ଥାନ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ତୁରନ୍ତ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହରବାସୀ ମତ ଦେଇଛନ୍ତି।
୨୦୧୭ରେ ରାଜ୍ୟ ସ୍ବରେଜ ବୋର୍ଡ ଓ ଟିଟିଆଇ କନସୁଲେଟିଂ ଇଞ୍ଜିନିୟର୍ସ ସଂସ୍ଥା ପକ୍ଷରୁ ସହରର ଜଳ ନିଷ୍କାସନ ସହ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା। ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଇନ୍ଦୁପୁର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିଲା। ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରେନେଜ ବିଭାଗ ସହାୟତାରେ ୧୯ କୋଟି ୪୭ ଲକ୍ଷ ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ତେବେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀରେ ବହୁ ବିଳମ୍ବ ହେଲାଣି। ଏ ସମ୍ପର୍କରେ ସହରର ମନୋଜ କୁମାର ସିଂହ କୁହନ୍ତି, ପ୍ରଥମ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ତତ୍କାଳିନ ପୌର ପରିଷଦ ଉଦ୍ୟମ କରିଥିଲା। ଯୋଜନା ଅନୁଯାୟୀ ସହରର ଡ୍ରେନ ଓ ବର୍ଷାଜଳକୁ ଗୋବରୀ ନଦୀ ଓ କେନାଲକୁ ନ ଛାଡି ଏକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ସହର ବାହାରେ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ପ୍ରସ୍ତାବ ଗୃହୀତ ହେଲା। ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ମଇଳା ପାଣିକୁ ବିଶୋଧନ କରାଯାଇ ଗୋବରୀ ନଦୀ ଓ କେନାଲକୁ ଛଡାଯିବ ବୋଲି ସ୍ଥିର ହୋଇଥିଲା, ଯାହାଦ୍ୱାରା ସହର ମଧ୍ୟ ଦେଇ ଯାଇଥିବା ନଦୀ ଓ କେନାଲ ପ୍ରଦୂଷଣ ମୁକ୍ତ ରହିବ। ଫକିରାବାଦର ମୀର ଅବୁ ଓବେଦା କହିଛନ୍ତି, ସାମାନ୍ୟ ବର୍ଷାରେ ସହରର ବିଭିନ୍ନ ଡ୍ରେନ ଉଛୁଳି ପଡୁଛି। ଫଳରେ ପାଣି ସହିତ ଡ୍ରେନରେ ଥିବା ଅଳିଆ ଆବର୍ଜନା ବାହାରକୁ ଆସି ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିବା ସତ୍ତ୍ୱେ ଏହାର ସମାଧାନ ପାଇଁ ତପତ୍ରତା ନାହିଁ। ବର୍ଷାଋତୁ ପୂର୍ବରୁ ଏହାର ସମାଧାନ ହେଲେ ସହରବାସୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ୨୧ ନଂ. ୱାର୍ଡର ସାମାଜିକ କର୍ମୀ ଉମେଶ ଚନ୍ଦ୍ର ପାଢ଼ୀ କହିଛନ୍ତି, ବର୍ଷା ହେଲେ ସ୍ଥାନୀୟ ସହରବାସୀଙ୍କ ବିପତ୍ତି ବଢ଼ୁଛି। ୨୧ନଂ . ୱାର୍ଡ ସହିତ ୧୨ ଓ ୧୩ ନଂ.ରେ ବର୍ଷାଜଳ ଭରି ରହୁଛି। ସହର ମଧ୍ୟରେ ଥିବା ଜଳପଥ ଓ ଡ୍ରେନଗୁଡିକ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ବର୍ଷାଜଳ ସମଗ୍ର ସହର ମଧ୍ୟରେ ସହଜ ଜୀବନଯାତ୍ରାରେ ବାଧା ସୃଷ୍ଟି କରିଛି। ଜଳପଥ ଉପରେ ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ ବନ୍ଦ ହେବା ସହିତ ଜବରଦଖଲକାରୀଙ୍କ ଉଚ୍ଛେଦ ଜରୁରୀ ହୋଇଛି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି, ଜଳ ନିଷ୍କାସନା ସମସ୍ୟା ସମ୍ପର୍କରେ ନିକଟରେ ସମୀକ୍ଷା ହୋଇଥିଲା। ଏଥିସହ ସହରବାସୀଙ୍କ ପାଇଁ ସୁସ୍ଥ ପରିବେଶ ଓ ଡ୍ରେନେଜ ସିଷ୍ଟମର ଉନ୍ନତିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ଉଦ୍ୟମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?