ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ କଟିଲା। କିନ୍ତୁ ଗୋଟିଏ ଗଛ ଲାଗିଲା ନାହିଁ। ଏବେ ସହରବାସୀ ଖରା ଗରମରେ ସିଝୁଛନ୍ତି। ସହରର ଚାରିପାଖରେ ଚାରାରୋପଣ ନ କରି ପାପଡ଼ାହାଣ୍ଡି ବ୍ଲକର ପ୍ରଧାନୀଗୁଡ଼ାରୁ ଝିଟୁକୁଗୁଡା ପର୍ଯ୍ୟନ୍ତ ରାସ୍ତା କଡ଼ରେ ଗଛ ଲଗାଇଲେ, ଯାହାକୁ ଜନସାଧାରଣ ନାପସନ୍ଦ କରିଛନ୍ତି। ସହର ଚାରିପାଖ ଅନେକ ଖାଲି ସ୍ଥାନ ରହିଥିବାବେଳେ ସେଠାରେ ଗଛ ନ ଲଗାଇ ଅନ୍ୟ ବ୍ଲକରେ ଚାରାରୋପଣ ପଛରେ କ’ଣ ରହସ୍ୟ ରହିଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ନବରଙ୍ଗପୁର ସହର ମଧ୍ୟ ଦେଇ ଜାତୀୟ ରାଜପଥ ୨୬ ଯାଇଛି। ରାସ୍ତା ପ୍ରଶସ୍ତୀକରଣ ନାମରେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ରାସ୍ତାର ଉଭୟ ପାଶର୍‌ବରେ ୫୦ରୁ ୧୦୦ ବର୍ଷର ବିରାଟକାୟ ଗଛଗୁଡିକୁ କାଟି ଦିଆଗଲା। ଇନ୍ଦ୍ରାବତୀ ନଦୀ ପୋଲ ନିକଟରୁ ଆର୍‌ଟିଓ ଅଫିସ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱବର୍ତ୍ତୀ ଗଛଗୁଡିକ କଟିଲା। ୫ କିମି ରାସ୍ତାରେ ୮୫୭ ଗଛ କଟାଯାଇଥିଲା। ୧ କିମି ମଧ୍ୟରେ ପ୍ରାୟ ୧୭୦ ଗୋଟି ବିରାଟକାୟ ଗଛ କଟାଗଲା, ଯାହାର ପ୍ରଭାବ ଚଳିତ ଗ୍ରୀଷ୍ମ ଆରମ୍ଭରୁ ସହରବାସୀ ଦେଖିବାକୁ ପାଇଛନ୍ତି। ପ୍ରଥମ ଥର ପାଇଁ ଚୈତ୍ର ମାସରେ ନବରଙ୍ଗପୁର ସହର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା। ଚୈତ୍ରରେ ଏପରି କେବେ ତାତି ଅନୁଭବ କରିନଥିଲେ ସହରବାସୀ। ପୂର୍ବେ ଯାତ୍ରୀ ହୁଅନ୍ତୁ କିମ୍ବା ସହରବାସୀ, ଖରାଦିନେ ଗଛମୂଳେ ଟିକେ ଆଶ୍ରୟ ନେଉଥିଲେ। ଏବେ ରାସ୍ତା କଡ଼ରେ ନା ରହିଛି ଗଛ ନା ରହିଛି ବିଶ୍ରାମାଗାର। ଯାତ୍ରୀମାନେ ଡହଡହ ଖରାରେ ବିନା ବିଶ୍ରାମରେ ଯିବାଆସିବା କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ଗଛ କାଟିବା ବଦଳରେ ୨ଟି ଚାରାରୋପଣ କରାଯିବ। ଗଛ କଟାଯିବାର ପ୍ରାୟ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ରାସ୍ତା ଉପରେ ଫୁଟ୍‌ପାଥ କରାଗଲା। ଏବେ ସେହି ଫୁଟ୍‌ପାଥ କାମରେ ଲାଗୁନି। ଫୁଟ୍‌ ପାଥ ଲୋକଙ୍କ ଜବରଦଖଲ ଆଜି ପର୍ଯ୍ୟନ୍ତ ରହିଛି। ଚାରା ରୋପଣକୁ ନେଇ ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ଜଣାପଡିଥିଲା କଟାଯାଇଥିବା ଗଛର ୨ ଗୁଣା ଗଛ ପାପଡ଼ାହାଣ୍ଡିରୁ ମଇଦଲପୁର ଜାତୀୟ ରାଜପଥ କଡ଼ ପ୍ରଧାନୀଗୁଡ଼ାରୁ ଝିଟୁକୁଗୁଡ଼ା ପର୍ଯ୍ୟନ୍ତ ଲଗାଯାଇଛି। ଉକ୍ତ ସ୍ଥାନରେ ୧୭୧୮ ଲଗାଯିବା ବନ ଉନ୍ନୟନ ନିଗମ ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ସହରବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ସହରର ରାସ୍ତା ପ୍ରଶସ୍ତୀକରଣ ପାଇଁ ୮୫୭ ଗଛ କାଟିବା, ଗୋଲେଇ ମାପିବା, ପରିବହନ ଆଦି ପାଇଁ ଜିଏସ୍‌ଟି ସମେତ ୩୧ ଲକ୍ଷ ୩୨ ହଜାର ୧୮ ଟଙ୍କା ଖର୍ଚ୍ଚ ହେଲା। ୨୫ କ୍ୟୁବିକ ମିଟର, ୧୦ ଷ୍ଟକ ଜାଳେଣି ଆଦି ସଂଗ୍ରହ ହେଲା। ଏହି କାଠ ଓ ଗଣ୍ଡି ବିକ୍ରି ହେଲେ ଜାତୀୟ ରାଜପଥ ବିଭାଗକୁ ୭୫% ଓ ବିଭାଗ ୨୫% ଅର୍ଥ ପାଇବ। ଗଛ କାଟିବା ସମୟରେ ଜିଏସ୍‌ଟି ବାବଦକୁ ୪ ଲକ୍ଷ ୭୭ ହଜାର ୭୭୨ ଟଙ୍କା ରହିଥିବାବେଳେ ବନ ଉନ୍ନୟନ ନିଗମ ୫ ଲକ୍ଷ ୩୦ ହଜାର ୮୭୫ ଟଙ୍କା ପାଇଛି। ୮୫୭ ଗଛ କଟାଯିବା ପରେ ୧୭୧୮ ଚାରା ରୋପଣ ପାଇଁ ୨୪ ଲକ୍ଷ ୭୧ ହଜାର ୨୬୨ ଟଙ୍କା ଖର୍ଚ୍ଚ କରାଯିବ। ୩ ବର୍ଷ ଗଛଗୁଡିକ ରକ୍ଷଣାବେକ୍ଷଣ ପରେ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ନିଗମର ଏମ୍‌ଡି ପିଟର ଟିଗା କହିଛନ୍ତି।
ସେହିଭଳି ରାଜୋଡା-କୋଷାଗୁମୁଡା ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୧ ଲକ୍ଷ ୬୦ ହଜାର ୬୭୫ ଟଙ୍କା ବନ ଉନ୍ନୟନ ନିଗମ ରାସ୍ତା ଓ ଗୃହ ନିର୍ମାଣ ବିଭାଗଠାରୁ ପାଇଲେ। ତେବେ ଏକ ବର୍ଷ ବିତିବାକୁ ବସିଲାଣି, ହେଲେ ଗୋଟିଏ ବି ସ୍ଥାନରେ ଗଛଟିଏ ଲାଗିଲା ନାହିଁ। ଏଯାଏ କେଉଁ ସ୍ଥାନରେ ଚାରାରୋପଣ ହେବ, ସେ ନେଇ ଡିଏଫ୍‌ଓ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିନଥିବା ଏମ୍‌ଡି ଟିଗା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?