ପୁଣି ଫେଲ ମାରିଲା କ୍ରୋମ୍‌ ଇ-ନିଲାମ

ଯାଜପୁର ଅଫିସ,୧୯ା୫: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦ୍ୱାରା ସୋମବାର ଅର୍ଥାତ୍‌ ୧୭ା୫ା୨୦୨୧ରେ ଆହୂତ ଇ-ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ନିଲାମରେ ବିକ୍ରି ପାଇଁ ରଖାଯାଇଥିବା ୭ ହଜାର ମେଟ୍ରିକ ଟନ୍‌ (ଏମ୍‌ଟି) କ୍ରୋମାଇଟ୍‌ ବିକ୍ରି ହୋଇ ପାରିନାହିଁ। ଏଥିଯୋଗୁ ରାଜ୍ୟ ସରକାର ପ୍ରାୟ ୧୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ନିଗମର ଭୁଲ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ ଏହି ନିଲାମ ପ୍ରକ୍ରିୟାରେ କୌଣସି ଶିଳ୍ପ ସଂସ୍ଥା ଭାଗ ନ ନେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଓଏମ୍‌ସିକୁ ଏକ ବଡ଼ ଧକ୍କା ଲାଗିଛି । ଏହା ଉପରେ ନିର୍ଭରଶୀଳ ନିୟମିତ ଅର୍ଥାତ୍‌ ଦୀର୍ଘମିଆଦୀ ୧୪ଟି ଶିଳ୍ପ ସଂସ୍ଥା ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରା ନ ଗଲେ ପ୍ରାୟ ୩୦ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇବା ନିଶ୍ଚିତ ବୋଲି ଶ୍ରମିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ମିଳିଥିବା ତଥ୍ୟ ମୁତାବକ, ଓଏମ୍‌ସି ଫେରୋକ୍ରୋମ୍‌ ବଜାର ମୂଲ୍ୟର ୧୩.୫ ପ୍ରତିଶତ ହିସାବରେ କ୍ରୋମାଇଟ୍‌ର ମୂଳ ମୂଲ୍ୟ ରଖିଆସୁଛି। ଏହି ହିସାବରେ ସୋମବାର ଆହୂତ ଇ-ନିଲାମ ପ୍ରକ୍ରିୟାରେ କ୍ରୋମାଇଟ୍‌ର ମୂଳ ମୂଲ୍ୟ ଟନ୍‌ ପିଛା ୧୨,୨୧୪ ଟଙ୍କା ଧାର୍ଯ୍ୟ ହେବା କଥା। କିନ୍ତୁ ଓଏମ୍‌ସି ମୂଳ ମୂଲ୍ୟ ଉପରେ ଆଉ ୩୦୭୦ ଟଙ୍କା ବୃଦ୍ଧି କରିଥିଲା । ଫଳରେ ନିଲାମ ପ୍ରକ୍ରିୟାରେ ମୂଳ ମୂଲ୍ୟ ୧୫,୨୮୪ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏଣୁ ସୋମବାର ନିଲାମ ପ୍ରକ୍ରିୟାରେ ବିକ୍ରି ପାଇଁ ରଖାଯାଇଥିବା ୭ ହଜାର ଏମ୍‌ଟି କ୍ରୋମାଇଟ୍‌ରୁ ଏକ ଟନ୍‌ ମଧ୍ୟ ବିକ୍ରି ହୋଇନାହିଁ। ଓଏମ୍‌ସିର ଏହି ଭୁଲ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ ଗତ ୨୩ା୪ାା୨୦୨୧ ତାରିଖରେ ନିଲାମ ପାଇଁ ରଖାଯାଇଥିବା ୩୫,୧୦୦ ଏମ୍‌ଟି କ୍ରୋମାଇଟ୍‌ରୁ ମାତ୍ର ୧୪,୮୦୦ ଏମ୍‌ଟି ବିକ୍ରି ହୋଇ ପାରିଥିଲା। ସେହିଭଳି ଗତ ୧୧ା୧ା୨୦୨୧, ୧୦ା୨ା୨୦୨୧, ୧୫ା୩ା୨୦୨୧ରେ ହୋଇଥିବା ନିଲାମ ପ୍ରକ୍ରିୟାରେ ରଖାଯାଇଥିବା କ୍ରୋମାଇଟ୍‌ ସମ୍ପୂର୍ଣ୍ଣ ବିକ୍ରି ହୋଇ ପାରି ନ ଥିଲା।
କଳିଙ୍ଗ ନଗର ଶିଳ୍ପ ସଂଘ ଓ ଅନ୍ୟ ଶିଳ୍ପ ସଂଘର ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ସମେତ ଓଏମ୍‌ସିର ଅଧିକାରୀମାନଙ୍କୁ କ୍ରୋମାଇଟ୍‌ର ମୂଳ ମୂଲ୍ୟ ନିର୍ଦ୍ଧାରଣ ନୀତିକୁ ସଂଶୋଧନ କରି ବୈଷୟିକ ସଂସ୍ଥା ପିଡବ୍ଲ୍ୟୁସି (ପ୍ରାଇସ୍‌ ୱାର କପର) ଦ୍ୱାରା ପ୍ରସ୍ତାବିତ ଫେରୋକ୍ରୋମ୍‌ ମୂଲ୍ୟର ୧୨.୬୫% ହିସାବରେ ଧାର୍ଯ୍ୟ କରିବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । ଅଥଚ ବୈଷୟିକ ସଂସ୍ଥା କେପିଏମ୍‌ଜି (କ୍ଲିନ୍‌ଭେଲ୍ଟ ପିଟ ମାକରୱିକ ଗୋରଡେଲର) ଦ୍ୱାରା ପ୍ରସ୍ତାବିତ ଫେରୋକ୍ରୋମର ବଜାର ମୂଲ୍ୟର ୧୩.୫% ରଖାଯାଉଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ଓଏମ୍‌ସି କର୍ଣ୍ଣପାତ କରୁ ନ ଥିବା ସ୍ପଷ୍ଟ ବାରି ହେଉଛି। ବିଶ୍ୱ ବଜାରରେ ଫେରୋକ୍ରୋମ ମୂଲ୍ୟ ଯଥେଷ୍ଟ କମିଛି । ବିଶେଷଜ୍ଞଙ୍କ ମତରେ ଏହି ମୂଲ୍ୟ ଆହୁରି କମିବାର ଅଛି। ଏହି ପରିସ୍ଥିତିରେ ଓଏମ୍‌ସି ଦ୍ୱାରା ଆହୂତ ନିଲାମ ବାରମ୍ବାର ବିଫଳ ହେବା ପରେ ମଧ୍ୟ ଓଏମ୍‌ସି ନୀତି ପରିବର୍ତ୍ତନ କରିବା ପରିବର୍ତ୍ତେ ମୂଲ୍ୟ ବୃଦ୍ଧି କରି ଚାଲିଛି ବୋଲି ବିଭିନ୍ନ ଶିଳ୍ପ ସଂଘ ଅଭିଯୋଗ କରିଛନ୍ତି। ଯାହାଫଳରେ ନିଲାମ ପାଇଁ ଗଚ୍ଛିତ କ୍ରୋମାଇଟ୍‌ ବିକ୍ରି ହୋଇ ପାରୁନାହିଁ। ଏହାଦ୍ୱାରା କାରଖାନା, ଖଣି ନିଗମ ଓ ରାଜ୍ୟ ରାଜକୋଷର ବିପୁଳ କ୍ଷତି ହେଉଛି ବୋଲି ମତପ୍ରକାଶ ପାଇଛି।
କ୍ୟାପ୍ଟିଭ ଖଣି ନ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ କ୍ରୋମାଇଟ୍‌ ପାଇଁ ଓଏମ୍‌ସି ଉପରେ ନିର୍ଭରଶୀଳ। ତେବେ ଓଏମ୍‌ସି ଧାର୍ଯ୍ୟ କରୁଥିବା ମୂଲ୍ୟରେ କ୍ରୋମାଇଟ୍‌ କିଣି ବଜାରରେ ଫେରୋକ୍ରୋମ ବିକ୍ରି କରିବା କ୍ଷତି ସାପେକ୍ଷ ହେଉଛି। ଏହି କ୍ରମରେ ଏବେ ମାଲିକ ଓ କାର୍ଯ୍ୟରତ ଶ୍ରମିକ କର୍ମଚାରୀ କାରଖାନା ବନ୍ଦ ହେବା ଆଶଙ୍କାରେ ଚିନ୍ତାରେ ଅଛନ୍ତି। ଏ ସଂକ୍ରାନ୍ତରେ ଓଏମ୍‌ସିର ଯାଜପୁରରୋଡ ଆଞ୍ଚଳିକ ଅଧିକାରୀ ପି.କେ. ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ସେଲ୍‌ କମିଟି ଦ୍ୱାରା ନିଲାମ ହୋଇଥାଏ। ନିଲାମ ହୋଇ ସାରିବା ପରେ କଞ୍ଚାମାଲ ଦେବା ତାଙ୍କ କାମ। ତେଣୁ ସେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?