ପୁଣି ଫେଲ ମାରିଲା କ୍ରୋମ୍‌ ଇ-ନିଲାମ

ଯାଜପୁର ଅଫିସ,୧୯ା୫: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦ୍ୱାରା ସୋମବାର ଅର୍ଥାତ୍‌ ୧୭ା୫ା୨୦୨୧ରେ ଆହୂତ ଇ-ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ନିଲାମରେ ବିକ୍ରି ପାଇଁ ରଖାଯାଇଥିବା ୭ ହଜାର ମେଟ୍ରିକ ଟନ୍‌ (ଏମ୍‌ଟି) କ୍ରୋମାଇଟ୍‌ ବିକ୍ରି ହୋଇ ପାରିନାହିଁ। ଏଥିଯୋଗୁ ରାଜ୍ୟ ସରକାର ପ୍ରାୟ ୧୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ନିଗମର ଭୁଲ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ ଏହି ନିଲାମ ପ୍ରକ୍ରିୟାରେ କୌଣସି ଶିଳ୍ପ ସଂସ୍ଥା ଭାଗ ନ ନେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଓଏମ୍‌ସିକୁ ଏକ ବଡ଼ ଧକ୍କା ଲାଗିଛି । ଏହା ଉପରେ ନିର୍ଭରଶୀଳ ନିୟମିତ ଅର୍ଥାତ୍‌ ଦୀର୍ଘମିଆଦୀ ୧୪ଟି ଶିଳ୍ପ ସଂସ୍ଥା ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରା ନ ଗଲେ ପ୍ରାୟ ୩୦ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇବା ନିଶ୍ଚିତ ବୋଲି ଶ୍ରମିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ମିଳିଥିବା ତଥ୍ୟ ମୁତାବକ, ଓଏମ୍‌ସି ଫେରୋକ୍ରୋମ୍‌ ବଜାର ମୂଲ୍ୟର ୧୩.୫ ପ୍ରତିଶତ ହିସାବରେ କ୍ରୋମାଇଟ୍‌ର ମୂଳ ମୂଲ୍ୟ ରଖିଆସୁଛି। ଏହି ହିସାବରେ ସୋମବାର ଆହୂତ ଇ-ନିଲାମ ପ୍ରକ୍ରିୟାରେ କ୍ରୋମାଇଟ୍‌ର ମୂଳ ମୂଲ୍ୟ ଟନ୍‌ ପିଛା ୧୨,୨୧୪ ଟଙ୍କା ଧାର୍ଯ୍ୟ ହେବା କଥା। କିନ୍ତୁ ଓଏମ୍‌ସି ମୂଳ ମୂଲ୍ୟ ଉପରେ ଆଉ ୩୦୭୦ ଟଙ୍କା ବୃଦ୍ଧି କରିଥିଲା । ଫଳରେ ନିଲାମ ପ୍ରକ୍ରିୟାରେ ମୂଳ ମୂଲ୍ୟ ୧୫,୨୮୪ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏଣୁ ସୋମବାର ନିଲାମ ପ୍ରକ୍ରିୟାରେ ବିକ୍ରି ପାଇଁ ରଖାଯାଇଥିବା ୭ ହଜାର ଏମ୍‌ଟି କ୍ରୋମାଇଟ୍‌ରୁ ଏକ ଟନ୍‌ ମଧ୍ୟ ବିକ୍ରି ହୋଇନାହିଁ। ଓଏମ୍‌ସିର ଏହି ଭୁଲ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ ଗତ ୨୩ା୪ାା୨୦୨୧ ତାରିଖରେ ନିଲାମ ପାଇଁ ରଖାଯାଇଥିବା ୩୫,୧୦୦ ଏମ୍‌ଟି କ୍ରୋମାଇଟ୍‌ରୁ ମାତ୍ର ୧୪,୮୦୦ ଏମ୍‌ଟି ବିକ୍ରି ହୋଇ ପାରିଥିଲା। ସେହିଭଳି ଗତ ୧୧ା୧ା୨୦୨୧, ୧୦ା୨ା୨୦୨୧, ୧୫ା୩ା୨୦୨୧ରେ ହୋଇଥିବା ନିଲାମ ପ୍ରକ୍ରିୟାରେ ରଖାଯାଇଥିବା କ୍ରୋମାଇଟ୍‌ ସମ୍ପୂର୍ଣ୍ଣ ବିକ୍ରି ହୋଇ ପାରି ନ ଥିଲା।
କଳିଙ୍ଗ ନଗର ଶିଳ୍ପ ସଂଘ ଓ ଅନ୍ୟ ଶିଳ୍ପ ସଂଘର ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ସମେତ ଓଏମ୍‌ସିର ଅଧିକାରୀମାନଙ୍କୁ କ୍ରୋମାଇଟ୍‌ର ମୂଳ ମୂଲ୍ୟ ନିର୍ଦ୍ଧାରଣ ନୀତିକୁ ସଂଶୋଧନ କରି ବୈଷୟିକ ସଂସ୍ଥା ପିଡବ୍ଲ୍ୟୁସି (ପ୍ରାଇସ୍‌ ୱାର କପର) ଦ୍ୱାରା ପ୍ରସ୍ତାବିତ ଫେରୋକ୍ରୋମ୍‌ ମୂଲ୍ୟର ୧୨.୬୫% ହିସାବରେ ଧାର୍ଯ୍ୟ କରିବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । ଅଥଚ ବୈଷୟିକ ସଂସ୍ଥା କେପିଏମ୍‌ଜି (କ୍ଲିନ୍‌ଭେଲ୍ଟ ପିଟ ମାକରୱିକ ଗୋରଡେଲର) ଦ୍ୱାରା ପ୍ରସ୍ତାବିତ ଫେରୋକ୍ରୋମର ବଜାର ମୂଲ୍ୟର ୧୩.୫% ରଖାଯାଉଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ଓଏମ୍‌ସି କର୍ଣ୍ଣପାତ କରୁ ନ ଥିବା ସ୍ପଷ୍ଟ ବାରି ହେଉଛି। ବିଶ୍ୱ ବଜାରରେ ଫେରୋକ୍ରୋମ ମୂଲ୍ୟ ଯଥେଷ୍ଟ କମିଛି । ବିଶେଷଜ୍ଞଙ୍କ ମତରେ ଏହି ମୂଲ୍ୟ ଆହୁରି କମିବାର ଅଛି। ଏହି ପରିସ୍ଥିତିରେ ଓଏମ୍‌ସି ଦ୍ୱାରା ଆହୂତ ନିଲାମ ବାରମ୍ବାର ବିଫଳ ହେବା ପରେ ମଧ୍ୟ ଓଏମ୍‌ସି ନୀତି ପରିବର୍ତ୍ତନ କରିବା ପରିବର୍ତ୍ତେ ମୂଲ୍ୟ ବୃଦ୍ଧି କରି ଚାଲିଛି ବୋଲି ବିଭିନ୍ନ ଶିଳ୍ପ ସଂଘ ଅଭିଯୋଗ କରିଛନ୍ତି। ଯାହାଫଳରେ ନିଲାମ ପାଇଁ ଗଚ୍ଛିତ କ୍ରୋମାଇଟ୍‌ ବିକ୍ରି ହୋଇ ପାରୁନାହିଁ। ଏହାଦ୍ୱାରା କାରଖାନା, ଖଣି ନିଗମ ଓ ରାଜ୍ୟ ରାଜକୋଷର ବିପୁଳ କ୍ଷତି ହେଉଛି ବୋଲି ମତପ୍ରକାଶ ପାଇଛି।
କ୍ୟାପ୍ଟିଭ ଖଣି ନ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ କ୍ରୋମାଇଟ୍‌ ପାଇଁ ଓଏମ୍‌ସି ଉପରେ ନିର୍ଭରଶୀଳ। ତେବେ ଓଏମ୍‌ସି ଧାର୍ଯ୍ୟ କରୁଥିବା ମୂଲ୍ୟରେ କ୍ରୋମାଇଟ୍‌ କିଣି ବଜାରରେ ଫେରୋକ୍ରୋମ ବିକ୍ରି କରିବା କ୍ଷତି ସାପେକ୍ଷ ହେଉଛି। ଏହି କ୍ରମରେ ଏବେ ମାଲିକ ଓ କାର୍ଯ୍ୟରତ ଶ୍ରମିକ କର୍ମଚାରୀ କାରଖାନା ବନ୍ଦ ହେବା ଆଶଙ୍କାରେ ଚିନ୍ତାରେ ଅଛନ୍ତି। ଏ ସଂକ୍ରାନ୍ତରେ ଓଏମ୍‌ସିର ଯାଜପୁରରୋଡ ଆଞ୍ଚଳିକ ଅଧିକାରୀ ପି.କେ. ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ସେଲ୍‌ କମିଟି ଦ୍ୱାରା ନିଲାମ ହୋଇଥାଏ। ନିଲାମ ହୋଇ ସାରିବା ପରେ କଞ୍ଚାମାଲ ଦେବା ତାଙ୍କ କାମ। ତେଣୁ ସେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri