ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସିମ୍ପାଞ୍ଜି ଛୁଆ ରାସ୍ତାରେ ହାତ ଟେକି ଦୌଡ଼ୁଥିବା ଦେଖିବାକୁ ମିଳିଛି । ସିମ୍ପାଞ୍ଜିଟିକୁ ଦେଖିଲେ ସେ ଅଧିକ ଖୁସିଥିବା ଭଳି ଜଣାପଡୁଛି। ଦେଖିଲେ ଏହା ଲାଗୁଛି ଯେପରି ସେ କ୍ୱାରାଣ୍ଟାଇନ୍ ସେଣ୍ଟରୁ ବାହାରିଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘କ୍ୱାରାଣ୍ଟାଇନରୁ ବାହାରୁଛି ’।ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Coming out of quarantine😊 pic.twitter.com/0wxDSe9J06
— Susanta Nanda IFS (@susantananda3) August 17, 2020