ଏବେ ବି ସହାୟତା ଅପେକ୍ଷାରେ ବିପନ୍ନ

ପୁରୀ ଅଫିସ,୧୩।୧୦:ଓଡ଼ିଶା ପାଇଁ ଅକ୍ଟୋବର ଏବେ ବାତ୍ୟା ମାସ ଭାବେ ଜଣା। ଓଡ଼ିଶାକୁ ଆସୁଥିବା ବାତ୍ୟାର ଅଧିକାଂଶ ପୂର୍ବ ଉପକୂଳର ପୁରୀ ସହରକୁ ଅଳ୍ପବହୁତ ପ୍ରଭାବିତ କରେ। ଏହି ଅକ୍ଟୋବରରେ ହିଁ ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍‌, ତିତିଲି ଓ ହୁଡ୍‌ହୁଡ୍‌ ଇତ୍ୟାଦି ବାତ୍ୟା ହୋଇଛି। ଫାଇଲିନ୍‌ ଓ ହୁଡ୍‌ହୁଡ୍‌ ୨ଟି ଯାକ ବାତ୍ୟାକୁ ୮ ବର୍ଷ ପୂରିଛି। ପୁରୀ ସହରର ଆର୍ଥିକ ମେରୁଦଣ୍ଡକୁ ଏହି ଦୁଇ ବାତ୍ୟା ପ୍ରଭାବିତ କରି ଚାଲିଯାଇଥିବା ବେଳେ ଏହାର ପଦଚିହ୍ନ ଏବେ ମଧ୍ୟ ଜଳଜଳ ହୋଇ ଦିଶେ। ଫଳରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବି ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି। ନାରିକେଳ ଚାଷ ଓ ବିକ୍ରି ପାଇଁ ସାରା ରାଜ୍ୟରେ ଜଣାଶୁଣା ସାକ୍ଷୀଗୋପାଳ ପୁରୀ ଜିଲାରେ ଅବସ୍ଥିତ। ଫାଇଲିନ ଭଳି ବାତ୍ୟା ଏଭଳି ଚାଷ ଓ ଏହାର ଚାଷୀଙ୍କୁ ବ୍ୟାପକ ପ୍ରଭାବିତ କରି ଛାଡ଼ିଛି। ପରେ ସରକାରଙ୍କ ତରଫରୁ କ୍ଷତିପୂରଣ ମିଳିଥିଲେ ଗଛକୁ ପୁଣି ଥରେ ବଡ଼ କରି ଚାଷ ଉପଯୋଗୀ କରିବା ପାଇଁ ଯେଉଁ ସମୟ ଦରକାର ତାହା କେହି ଦେଇପାରି ନ ଥିଲେ ବୋଲି ନଡ଼ିଆ ଚାଷୀ ଆଶୁତୋଷ ମିଶ୍ର କହିଛନ୍ତି।
ପରେ ନଡ଼ିଆ ଚାଷକୁ ନେଇ ଚାଷୀମାନେ ଏକରକମର ନୈରାଶ୍ୟଜନକ ସ୍ଥିତିକୁ ଚାଲି ଆସିଥିଲେ। ସେହିଭଳି ସରକାରୀ ସ୍ତରରେ ନଡ଼ିଆ ଚାଷକୁ ବାତ୍ୟା ପରେ ପ୍ରୋତ୍ସାହନ ମିଳୁଥିଲେ ମଧ୍ୟ ଏହା ଏକ ସମୟସାପେକ୍ଷ ଚାଷ ହୋଇଥିବା ହେତୁ ଚାଷୀ ମେରୁଦଣ୍ଡ ସମ୍ଭାଳିବାକୁ ସମୟ ଲାଗେ। ଅନ୍ୟପକ୍ଷରେ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ୍‌ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଅସ୍ତରଙ୍ଗ ଏହି ବାତ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ। ପୁରୀ ସହରରେ ୧ ଲକ୍ଷ ପାଖାପାଖି ଲୋକଙ୍କୁ ସେତେବେଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଧିକାଂଶ ଲୋକେ ବାତ୍ୟା ପରେ ବାସଗୃହ ହରାଇଥିଲେ। ସରକାରୀ ସ୍ତରରେ ବାସଗୃହ ଯୋଗାଇବା ପାଇଁ ସମସ୍ତ ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେଇ ଫାଇଲିନ ସହାୟତା ମାଗୁଛନ୍ତି। ଶ୍ରେଣୀ-୫ର ବାତ୍ୟାର ଭାବେ ମାନ୍ୟତା ପାଇଥିବା ଫାଇଲିନ୍‌ ସାରା ଓଡ଼ିଶାକୁ ଓ ବିଶେଷ ଭାବେ ଉପକୂଳ ଓଡ଼ିଶାକୁ ଅକଥନୀୟ ଯନ୍ତ୍ରଣା ଦେଇ ଯାଇଛି। ମାତ୍ର ଏବେ ମଧ୍ୟ ଲୋକେ ଫାଇଲିନ୍‌ର କଷଣକୁ ବୋହୁଛନ୍ତି। ସେହିଭଳି ୨୦୧୪ ଅକ୍ଟୋବରରେ ହୁଡ୍‌ହୁଡ୍‌ ବାତ୍ୟା ବିଶାଖାପାଟଣାରେ ସ୍ଥଳ ଭାଗ ଛୁଇଁଥିବା ବେଳେ ପୁରୀ ଜିଲାର କିଛି ସ୍ଥାନରେ କ୍ଷତିଗ୍ରସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଭୋଟ ଗଣତି: ଏସ୍‌ପିଙ୍କ ନିର୍ଦ୍ଦେଶ ଅପରାଧୀଙ୍କ ଉପରେ କଡ଼ା ନଜର ରଖ

ବ୍ରହ୍ମପୁର ଅଫିସ,୨୧ା୫-ବ୍ରହ୍ମପୁର ସହରରେ ଥିବା ୫ ଥାନାଧିକାରୀଙ୍କୁ ନେଇ ଅପରାଧ ସମୀକ୍ଷା କରିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ...

ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ କେନ୍ଦ୍ରମନ୍ତ୍ରୀ

କୋଣାର୍କ,୩୧ା୧୨(ଡି.ଏନ୍‌.ଏ.): ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାର ଆବଶ୍ୟକତା ରହିଛି। ପୁରୀ, କୋଣାର୍କ, ଚିଲିକା ଆଦି ଅଞ୍ଚଳକୁ ମିଶାଇ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ବନାଇବା...

ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ମକା ବୋଝେଇ ଟ୍ରକ୍‌ ଠାବ: ଡ୍ରାଇଭର ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା,୧୪।୧୨(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ଏକ ମକା ବୋଝେଇ ଟ୍ରକ୍‌କୁ ଶନିବାର ଠାବ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ...

ଢାବାରେ ଚଢ଼ାଉ: ୯୬ ଲିଟର ବିଦେଶୀ ମଦ ଜବତ, ମାଲିକ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସର୍କଲ ପୋଲିସ ସୋମବାର ରାତିରେ ବାଶିଙ୍ଗ ଗ୍ରାମ ନିକଟ ୨୨୦ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବା...

ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ପ୍ଲାକାର୍ଡ ଧରାଇଥିଲା ପୋଲିସ: ମାଡ଼ ମାରି ଛାଡି ଦେବାକୁ ଅନୁରୋଧ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ): ଦେଶ ପାଇଁ ଏହା ଆମର ଏକ ବଡ଼ ବଳିଦାନ। ଦେଶ ସେବା ଲାଗି ଏହା ଏକ ବଡ଼ ସୁଯୋଗ। ଏଭଳି ଅନେକ ବାର୍ତ୍ତା ଦେଇ...

ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ...

ଦିଗପହଣ୍ଡିରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍‌ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍‌ ହକି...

ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ବର୍ତ୍ତମାନ ପ୍ରତ୍ୟେକ ସ୍କୁଲର ଗୋଟିଏ କ୍ଲାସ ପିଛା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ସଫଳ...

Advertisement
Archives

Model This Week